କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରୁ ଡ଼ଙ୍ଗା ଆଣିବା ହେଲା କାଳ, ପାଣିରେ ବୁଡ଼ି ନାବାଳିକା ମୃତ

The Sakala Picture
Published On

ସୋର: ପୋଖରୀରେ ବୁଡ଼ି ନାବାଳିକା ମୃତ । କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ି ନାବାଳିକା ମୃତ୍ୟୁବରଣ କରିଛି । ପୋଖରୀରେ ଭସାଯାଇଥିବା ଡଙ୍ଗା ଆଣିବା ବେଳେ ବୁଡ଼ିଯାଇଥିଲା ନାବାଳିକାଜଣକ । ଭଦ୍ରକ ବାସୁଦେବପୁର ପଣୁଆ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ସୂଚନା ଅନୁସାରେ, ଆଜି ସକାଳେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଡଙ୍ଗା ଭସା ପର୍ବ ସରିଥିଲା । ଲୋକମାନେ ପୋଖରୀରେ ଡଙ୍ଗା ଭସାଇ ଫେରିଆସିଥିଲେ । ହେଲେ ନାବାଳିକା ଜଣଙ୍କ ପୋଖରୀ ଭିତରେ ଭାସୁଥିବା […]

ସୋର: ପୋଖରୀରେ ବୁଡ଼ି ନାବାଳିକା ମୃତ । କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ି ନାବାଳିକା ମୃତ୍ୟୁବରଣ କରିଛି । ପୋଖରୀରେ ଭସାଯାଇଥିବା ଡଙ୍ଗା ଆଣିବା ବେଳେ ବୁଡ଼ିଯାଇଥିଲା ନାବାଳିକାଜଣକ । ଭଦ୍ରକ ବାସୁଦେବପୁର ପଣୁଆ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ସୂଚନା ଅନୁସାରେ, ଆଜି ସକାଳେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଡଙ୍ଗା ଭସା ପର୍ବ ସରିଥିଲା । ଲୋକମାନେ ପୋଖରୀରେ ଡଙ୍ଗା ଭସାଇ ଫେରିଆସିଥିଲେ । ହେଲେ ନାବାଳିକା ଜଣଙ୍କ ପୋଖରୀ ଭିତରେ ଭାସୁଥିବା ଡଙ୍ଗା ଆଣିବାକୁ ପାଣି ଭିତରେ ପଶି ଯାଇଥିଲେ । ହେଲେ ଡଙ୍ଗା ପାଖରେ ପହଂଚିବା ପୂର୍ବରୁ ନାବାଳିକା ଜଣଙ୍କ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ନାବାଳିକା ଜଣଙ୍କୁ ପାଣିରୁ ଉଦ୍ଧାର କରି ସୋରୋ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଙ୍କ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳିକାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର