ଆକ୍ସନ ମୋଡରେ କୁଲଡିହା ବନବିଭାଗ: ଗିରଫ ହେଲେଣି ୮ ଶିକାରୀ, ବନ୍ଧୁକ ସହ ବିପୁଳ ଯନ୍ତ୍ରାଂଶ ଓ ଗୁଳି ଜବତ

The Sakala Picture
Published On

ବାଲେଶ୍ବର: ଆକ୍ସନ ମୋଡରେ କୁଲଡିହା ବନବିଭାଗ। ଶିକାରୀଙ୍କୁ ସାବାଡ଼ କରିବାକୁ କଡା ଆଭିମୁଖ୍ୟ। ତିନି ଦିନରେ ଗିରଫ ହେଲେଣି ୮ ଜଣ ଶିକାରୀ। ତା ସହିତ ବେଆଇନ ବନ୍ଧୁକ ତିଆରି କାରଖାନା ମାଲିକଙ୍କୁ ଗିରଫ କରାଯାଇଛି। ଶିକାରୀ ଓ କାରଖାନା ମାଲିକଙ୍କଠୁ  ୧୨ଟି ବନ୍ଧୁକ ଜବତ ହୋଇଛି । ସେଥିରୁ ୬ଟିରେ ଗୁଳି ଭର୍ତ୍ତି ହୋଇରହିଥିବା ସୂଚନା ମିଳିଛି। ପ୍ରଥମ ଦିନରେ କୋଈମୁଣ୍ଡିୟ ଗାଁରେ ଚଢାଉ କରି ଦୁଇଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଦ୍ବିତୀୟ […]

ବାଲେଶ୍ବର: ଆକ୍ସନ ମୋଡରେ କୁଲଡିହା ବନବିଭାଗ। ଶିକାରୀଙ୍କୁ ସାବାଡ଼ କରିବାକୁ କଡା ଆଭିମୁଖ୍ୟ। ତିନି ଦିନରେ ଗିରଫ ହେଲେଣି ୮ ଜଣ ଶିକାରୀ। ତା ସହିତ ବେଆଇନ ବନ୍ଧୁକ ତିଆରି କାରଖାନା ମାଲିକଙ୍କୁ ଗିରଫ କରାଯାଇଛି। ଶିକାରୀ ଓ କାରଖାନା ମାଲିକଙ୍କଠୁ  ୧୨ଟି ବନ୍ଧୁକ ଜବତ ହୋଇଛି । ସେଥିରୁ ୬ଟିରେ ଗୁଳି ଭର୍ତ୍ତି ହୋଇରହିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ପ୍ରଥମ ଦିନରେ କୋଈମୁଣ୍ଡିୟ ଗାଁରେ ଚଢାଉ କରି ଦୁଇଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଦ୍ବିତୀୟ ଦିନରେ ମଲ୍ଲିବଣିଆ ଓ ଗତକାଲି ବିଳମ୍ବିତ ରାତିରେ ଡେଉଁଖାଲ ଗାଁରେ ଚଢାଉ କରି ବନ୍ଧୁକ ସହ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗର ସ୍ପେଶାଲ୍ ଟିମ୍। ଆଗକୁ ବନ ବିଭାଗ, ପୋଲିସ , ସ୍ପେଶାଲ ଟାସ୍କ ଫୋର୍ସ, ଏକ୍ସ ଆର୍ମି ଟିମର ମିଳିତ ଅପରେସନ ଜାରି ରହିବ ବୋଲି କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ ସୂଚନା ଦେଇଛନ୍ତି । କୁଲଡିହାରେ ଦୁଇଜଣ ସବୁଜ ବାହିନୀ କର୍ମଚାରୀ ଶିକାରୀ ଗୁଳିରେ ଗୁରୁତର ହୋଇଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଛି ବନ ବିଭାଗ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କୁଲଡିହା ଅଭୟାରଣ୍ୟ ଶିକାରୀଙ୍କ ଆଡ୍ଡା ପାଲଟି ଯାଇଥିବା ବେଳେ ବନ କର୍ମଚାରୀଙ୍କ ଉପରେ ଗୁଳିମାଡ଼ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଶିକାରୀଙ୍କ ଗୁଳିରେ ଗୁରୁତର ବନ କର୍ମଚାରୀ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଏହି ଘଟଣା ବନ ବିଭାଗ ଓ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଇଥିଲା।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ସୂଚନାଯୋଗ୍ୟ, ଗତ ୧୯ ତାରିଖ ରାତି ୨ଟାରେ କୁଲଡିହା ୱାଇଲ୍ଡ ଲାଇଫ ରେଞ୍ଜ ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ୍‌‌ କେନ୍ଦୁନାଳ ଗାଁ ନିକଟସ୍ଥ ଜଙ୍ଗଲରେ ବନବିଭାଗର କର୍ମଚାରୀ ନାଇଟ୍‌‌ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଶିକାରୀଙ୍କ ଅତର୍କିତ ଗୁଳି ଚାଳନା ଫଳରେ ସବୁଜ ବାହିନୀ କର୍ମଚାରୀ କ୍ଷୀତିଶ ପରିଡ଼ା ଓ ବିରଞ୍ଚି ଜେନା ଗୁଳିମାଡ଼ରେ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଫରେଷ୍ଟ ଗାର୍ଡ ସିଂରାୟ ହେମ୍ୱ୍ରମ୍‌‌ ମଧ୍ୟ ଆହତ ହୋଇଥିଲେ। ଏଭଳି ଏକ ସମ୍ୱେଦନଶୀଳ ଏବଂ ପ୍ରଥମ ଥର ପାଇଁ କୁଲଡିହା ଅଭୟାରଣ୍ୟରେ ଘଟିଥିବାର ଖବର ପାଇ ବାରିପଦାରୁ ଅତିରିକ୍ତ ବନ ସଂରକ୍ଷକ ତପନ ପରିଡ଼ା ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ ପକ୍ରିୟାକୁ ତ୍ୱରାନ୍ୱିତ କରି ଦୁଇ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର