ପାଠ ନପଢି ବି ସ୍ବାବଲମ୍ବୀ ହୋଇଛନ୍ତି ଜୁଲି

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ସହରରେ ପ୍ରଥମେ ମଧୁମତୀ ବିନ୍ଧାଣି ଅଟୋ ଚାଳିକା ଭାବେ ସ୍ବାବଲମ୍ବୀ ହେବା ପରେ ପୁଣି ଜଣେ ମହିଳା ଅଟୋ ଚଲାଇ ଆତ୍ମନିର୍ଭରଶୀଳ ହୋଇଛନ୍ତି। କଷ୍ଟ, ସଂର୍ଘଷ ଓ ଜର୍ଜରିତ ଜୀବନ ଭିତରେ ନିଜକୁ ଚାପି ନଦେଇ ଅନ୍ୟ ମହିଳାଙ୍କଠୁ କିଛି ଭିନ୍ନ କରିବାର ପ୍ରୟାସ କରିଛନ୍ତି ସେ। ଦୀର୍ଘ ଦୁଇବର୍ଷ ଧରି ବାଲେଶ୍ଵର ସହରରେ ଅଟୋ ଚାଳିକା ଭାବେ କାମ କରୁଛନ୍ତି। କେବଳ ନିଜ ପାଇଁ ନୁହେଁ ବରଂ ନିଜ ଦୁଇ ପିଲାକୁ ପାଠ […]

ବାଲେଶ୍ଵର: ବାଲେଶ୍ଵର ସହରରେ ପ୍ରଥମେ ମଧୁମତୀ ବିନ୍ଧାଣି ଅଟୋ ଚାଳିକା ଭାବେ ସ୍ବାବଲମ୍ବୀ ହେବା ପରେ ପୁଣି ଜଣେ ମହିଳା ଅଟୋ ଚଲାଇ ଆତ୍ମନିର୍ଭରଶୀଳ ହୋଇଛନ୍ତି। କଷ୍ଟ, ସଂର୍ଘଷ ଓ ଜର୍ଜରିତ ଜୀବନ ଭିତରେ ନିଜକୁ ଚାପି ନଦେଇ ଅନ୍ୟ ମହିଳାଙ୍କଠୁ କିଛି ଭିନ୍ନ କରିବାର ପ୍ରୟାସ କରିଛନ୍ତି ସେ। ଦୀର୍ଘ ଦୁଇବର୍ଷ ଧରି ବାଲେଶ୍ଵର ସହରରେ ଅଟୋ ଚାଳିକା ଭାବେ କାମ କରୁଛନ୍ତି। କେବଳ ନିଜ ପାଇଁ ନୁହେଁ ବରଂ ନିଜ ଦୁଇ ପିଲାକୁ ପାଠ ପଢାଇ ବଡ ମଣିଷ କରିବା ପାଇଁ ଏପରି ଏକ ରାସ୍ତା ବାଛିନେଇଛନ୍ତି। ସ୍ବାମୀ ଯିବା ପରେ ବି କାହା ଉପରେ ବୋଝ ନ ହୋଇ କିମ୍ବା ନିଜେ ଭାଙ୍ଗିନପଡି ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରିଛନ୍ତି। ସକାଳୁ ଆରମ୍ଭ କରି ରାତି ୯ ଟା ପର୍ଯ୍ଯନ୍ତ ଲୋକଙ୍କ ସେବାରେ ଦେବାରେ ଲାଗିଥାନ୍ତି। ଯାହା ଭଡା ମିଳେ ସେଥିରେ ଦୁଇ ପୁଅ ସହ ଚଳିଯାଆନ୍ତି। କହିବାକୁ ଗଲେ ଜମାରୁ ପାଠ ନ ପଢି ମଧ୍ୟ ବେଶ ସ୍ବାବଲମ୍ବୀ ହୋଇପାରିଛନ୍ତି ବାଲେଶ୍ଵର ସହର ବାଲିଆରେ ଭଡାରେ ରହୁଥିବା ଜୁଲି ସିଂ। ସହରରେ ସେ ଅଟୋ ଚଲାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଜୁଲି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଜୁଲି ସାନ ଥିବାବେଳେ ହିଁ ତାଙ୍କ ବାପାମାଆଙ୍କ ଦେହାନ୍ତ ହୋଯାଇଥିଲା। ତେଣୁ ଜୁଲି ଜମାରୁ ପାଠ ପଢିବାକୁ ହିଁ ସୁଯୋଗ ପାଇନାହାନ୍ତି। ପରେ ଜୁଲିର ବଡ ଭଉଣୀ ବାହାଘର ହେବା ପରେ ଭିଣୋଇ ତାଙ୍କୁ ପାଖରେ ରଖି ବଡ କରିଛନ୍ତି। ଜୁଲିର ସାନ ଭଉଣୀ ଓ ବଡ ଭଉଣୀ ହଷ୍ଟେଲରେ ରହି ପାଠ ପଢିଥିଲେ। ମାତ୍ର ଜୁଲିକୁ ପାଠ ପଢିବାକୁ ସୁଯୋଗ ମିଳିଲା ନାହିଁ। ଘରେ ରହି କାମ କରିଲେ। ପରେ ଜୁଲି ବଡ ହୋଇ ପ୍ରେମ ବିବାହ କରିଥିଲେ। ବାହାଘର ପରେ ସବୁ ଠିକ ଠାକ୍ ଚାଲିଥିଲା ମାତ୍ର ୫ ବର୍ଷ ତଳେ ଜୁଲିଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା। ଦୁଇ ଛୁଆଙ୍କୁ ଧରି କେମିତି କଣ କରିବେ କିଛି ବୁଦ୍ଧି ଜୁଟିଲାନି। ଶେଷରେ ଋଣ କରି ଏକ ଅଟୋ ଚଲେଇବା ଆରମ୍ଭ କଲେ। ନିଜେ ଚଲାଇବା ଅଭ୍ୟାସ କରିଲେ। ଧୀରେ ଧୀରେ ସହରବାସୀ ଜାଣିବା ସହ ମହିଳା ଅଟୋ ଚାଳିକା ସହ ଯାତାୟାତ କରିବା ସହଜ ହେଲା। ବିଶେଷକରି ସରକାରୀ , ବେସରକାରୀ ମହିଳା କର୍ମଚାରୀ, ସ୍କୁଲ ଓ କଲେଜ ଝିଅମାନେ ଅଧିକ ତାଙ୍କ ସହ ଯିବା ପସନ୍ଦ କରୁଛନ୍ତି। ତେବେ ଅଟୋରୁ ଯାହା ରୋଜଗାର ହୁଏ ସେଥିରେ ଘର ଭଡା, ବଡ ପୁଅର ହଷ୍ଟେଲ ଟଙ୍କା, ସାନ ପୁଅର ପାଠପଢା ଏବଂ ଅନ୍ୟାନ୍ୟ ଘର ପାଇଁ ଖର୍ଚ୍ଚ କରିଥାନ୍ତି। ତଥାପି ତାଙ୍କୁ ଚଳିବା କଷ୍ଟକର ହୋଇପଡେ। ’ସାନ ବେଳେ ବାପାମାଆ ଚାଲିଗଲେ। ତେଣୁ ଜମାରୁ ପାଠ ପଢିପାରିଲିନି। ଏବେ ଟିକେ ଟିକେ ପିଲାଙ୍କଠୁ ପାଠ ଶିଖୁଛି। ଏବେ ଏଇ ଅଟୋ ହିଁ ମୋର ସାହା ଭରସା। କାହା ପାଖରେ ବୋଝ ନହୋଇ ନିଜେ ସ୍ବାବଲମ୍ବୀ ହୋଇପାରିଛି। ନିଜେ ତ ପାଠ ପଢିନି ହେଲେ ମୋ ଦୁଇ ପିଲାଙ୍କୁ ପାଠ ପଢେଇବି ମୋର ଆଶା। ଆର୍ଥିକ ଅଭାବ ରହୁଛି। ତଥାପି କଷ୍ଟ କରି ଘର ଚଳେଇବାକୁ ପଡୁଛି’ବୋଲି ଜୁଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର