ସହାୟ ହେଲା ବିଏସ୍‌କେୱାଇ: ମାଗଣାରେ ବୃଦ୍ଧାଙ୍କ ଆଣ୍ଠୁରେ ହେଲା ସଫଳ ଅସ୍ତ୍ରୋପଚାର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାରଲୋକେ

The Sakala Picture
Published On

ବାଲେଶ୍ୱର:କୌଣସି ଗରିବ ଖଟିଖିଆ ପରିବାରର କେହି ଯଦି ଏକ ଜଟିଳ ରୋଗରେ ପୀଡିତ ହୁଅନ୍ତି, ତାହେଲେ ସମ୍ପୃକ୍ତ ପରିବାରର ଲୋକମାନେ ରୋଗରେ ପୀଡିତ ଆତ୍ମୀୟକୁ ଭଲ କରିଦେବା ପାଇଁ ଭଗବାନଙ୍କୁ ଡାକିଥାଆନ୍ତି। କାରଣ ଘରୋଇ ଡାକ୍ତରଖାନାକୁ ନେଇ ଭଲ ଡାକ୍ତରଙ୍କୁ ଦେଖାଇବା ଲାଗି ଏହି ଗରିବ ପରିବାର ପାଖରେ ଅର୍ଥର ଅଭାବ ରହିଥାଏ। ମାତ୍ର ବିଏସକେୱାଇ ସ୍ୱାସ୍ଥ୍ୟ ବୀମା କାର୍ଡ ଏହି ଗରିବ ପରିବାର ଗୁଡିକୁ ମିଳିଲା ପରେ ଘରୋଇ ଡାକ୍ତରଖାନାକୁ ନେଇ ଭଲ ଡାକ୍ତରଙ୍କୁ ଦେଖାଇବା […]

ବାଲେଶ୍ୱର:କୌଣସି ଗରିବ ଖଟିଖିଆ ପରିବାରର କେହି ଯଦି ଏକ ଜଟିଳ ରୋଗରେ ପୀଡିତ ହୁଅନ୍ତି, ତାହେଲେ ସମ୍ପୃକ୍ତ ପରିବାରର ଲୋକମାନେ ରୋଗରେ ପୀଡିତ ଆତ୍ମୀୟକୁ ଭଲ କରିଦେବା ପାଇଁ ଭଗବାନଙ୍କୁ ଡାକିଥାଆନ୍ତି। କାରଣ ଘରୋଇ ଡାକ୍ତରଖାନାକୁ ନେଇ ଭଲ ଡାକ୍ତରଙ୍କୁ ଦେଖାଇବା ଲାଗି ଏହି ଗରିବ ପରିବାର ପାଖରେ ଅର୍ଥର ଅଭାବ ରହିଥାଏ। ମାତ୍ର ବିଏସକେୱାଇ ସ୍ୱାସ୍ଥ୍ୟ ବୀମା କାର୍ଡ ଏହି ଗରିବ ପରିବାର ଗୁଡିକୁ ମିଳିଲା ପରେ ଘରୋଇ ଡାକ୍ତରଖାନାକୁ ନେଇ ଭଲ ଡାକ୍ତରଙ୍କୁ ଦେଖାଇବା ଲାଗି ଅର୍ଥର ଚିନ୍ତା କରିବାକୁ ପଡୁନାହିଁ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଉଦାହରଣ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାନ୍ଥଭଉଁରୀ ପଞ୍ଚାୟତ କାନ୍ଥଭଉଁରୀ ଗ୍ରାମର ବିଦ୍ୟାଧର ପ୍ରଧାନଙ୍କ ୬୩ ବର୍ଷୀୟା ପତ୍ନୀ ଆରତୀ ପ୍ରଧାନ ଆଣ୍ଠୁ ଯନ୍ତ୍ରଣା ପାଇଁ ଦୀର୍ଘଦିନ ହେଲା ଚାଲି ପାରୁ ନ ଥିଲା ବେଳେ ବିଏସକେୱାଇ ସ୍ୱାସ୍ଥ୍ୟବୀମା କାର୍ଡ ଦ୍ୱାରା ବାଲେଶ୍ୱର କୁରୁଡ଼ା ସ୍ଥିତ ଘରୋଇ ଜ୍ୟୋତି ହସ୍ପିଟାଲରେ ମାଗଣାରେ ଅସ୍ତ୍ରୋପଚାର କରାଇ ପାରିଛନ୍ତି। ଫଳରେ ଦୀର୍ଘଦିନ ପରେ ଆରତୀଙ୍କ ମନରେ ଚାଲିବାର ଆଶା ଉଜ୍ଜୀବିତ ହେବା ଯୋଗୁ ତାଙ୍କ ଓଠରେ ହସ ଫୁଟି ଉଠିଛି। କାନ୍ଥଭଉଁରୀ ଗ୍ରାମର ବିଦ୍ୟାଧର ପ୍ରଧାନଙ୍କ ପତ୍ନୀ ଆରତୀ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ଆଣ୍ଠୁ ରୋଗରେ କଷ୍ଟ ପାଉଥିଲେ। ଆଜକୁ ପ୍ରାୟ ଗୋଟିଏ ବର୍ଷ ହେଲା ଆରତୀ ଆଣ୍ଠୁ ଯନ୍ତ୍ରଣା ପାଇଁ ଚାଲି ପାରୁ ନ ଥିଲେ। ଆରତୀଙ୍କ ଦୁଇପୁଅ ଦୈନଦିନ ମୂଲ ଲାଗି ଯାହା ଆଣନ୍ତି, ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହୋଇଥାଏ। ନିଜ ମା’ଙ୍କର ଦୁଃଖ ଓ ଯନ୍ତ୍ରଣା ଦେଖି ପୁଅ ଦୁଇଜଣ ଟଙ୍କା ହାତ ଉଧାର କରି ଆରତୀଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଦେଖାଇଥିଲେ। ସେଠାରେ ଡାକ୍ତର ଅସ୍ତ୍ରୋପଚାର କରିବାକୁ ପଡ଼ିବ ବୋଲି କହିଥିଲେ। ତେବେ ଅସ୍ତ୍ରୋପଚାର କରିବା ପାଇଁ ଦୁଇରୁ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ। ଏତେ ଟଙ୍କା ଯୋଗାଡ କରିବା ଆରତୀଙ୍କ ପୁଅମାନଙ୍କ ପକ୍ଷେ ସମ୍ଭବ ନ ଥିଲା। ଏହି ସମୟରେ ବିଏସକେୱାଇ ସ୍ୱାସ୍ଥ୍ୟ ବୀମା କାର୍ଡ ଆରତୀଙ୍କୁ ମିଳିଥିଲା। ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ଦ୍ୱାରା ଆଣ୍ଠୁର ଅସ୍ତ୍ରୋପଚାର କରିବା ପାଇଁ ବାଲେଶ୍ୱର ଯାଇ ଡାକ୍ତର ଅତନୁ ମହାନ୍ତିଙ୍କ ପାଖରେ ଆରତୀଙ୍କୁ ଦେଖାଇଥିଲେ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସେ ଜ୍ୟୋତି ହସ୍ପିଟାଲରେ ବିଏସକେୱାଇ ବୀମା କାର୍ଡ ଦ୍ୱାରା ଅସ୍ତ୍ରୋପଚାର ହୋଇପାରିବ ବୋଲି କହିବାରୁ ଚଳିତ ମାସ ୧୮ ତାରିଖରେ ଆରତୀଙ୍କୁ ଜ୍ୟୋତିର ଆଡ଼ମିଶନ କରାଯାଇଥିଲା। ଗତ ୨୦ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ବର୍ତ୍ତମାନ ଆରତୀ ଜ୍ୟୋତି ହସ୍ପିଟାଲରେ ଅଛନ୍ତି। ସଫଳତାର ସହ ଅସ୍ତ୍ରୋପଚାର ହେଇଥିବା ଯୋଗୁ ଆରତୀ ଓ ତାଙ୍କ ପରିବାର ପକ୍ଷରୁ ଜ୍ୟୋତି ହସ୍ପିଟାଲ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କୁ ଧନ୍ୟବାଦ ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

27 Oct 2022 By The Sakala

ସହାୟ ହେଲା ବିଏସ୍‌କେୱାଇ: ମାଗଣାରେ ବୃଦ୍ଧାଙ୍କ ଆଣ୍ଠୁରେ ହେଲା ସଫଳ ଅସ୍ତ୍ରୋପଚାର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାରଲୋକେ

ବାଲେଶ୍ୱର:କୌଣସି ଗରିବ ଖଟିଖିଆ ପରିବାରର କେହି ଯଦି ଏକ ଜଟିଳ ରୋଗରେ ପୀଡିତ ହୁଅନ୍ତି, ତାହେଲେ ସମ୍ପୃକ୍ତ ପରିବାରର ଲୋକମାନେ ରୋଗରେ ପୀଡିତ ଆତ୍ମୀୟକୁ ଭଲ କରିଦେବା ପାଇଁ ଭଗବାନଙ୍କୁ ଡାକିଥାଆନ୍ତି। କାରଣ ଘରୋଇ ଡାକ୍ତରଖାନାକୁ ନେଇ ଭଲ ଡାକ୍ତରଙ୍କୁ ଦେଖାଇବା ଲାଗି ଏହି ଗରିବ ପରିବାର ପାଖରେ ଅର୍ଥର ଅଭାବ ରହିଥାଏ। ମାତ୍ର ବିଏସକେୱାଇ ସ୍ୱାସ୍ଥ୍ୟ ବୀମା କାର୍ଡ ଏହି ଗରିବ ପରିବାର ଗୁଡିକୁ ମିଳିଲା ପରେ ଘରୋଇ ଡାକ୍ତରଖାନାକୁ ନେଇ ଭଲ ଡାକ୍ତରଙ୍କୁ ଦେଖାଇବା ଲାଗି ଅର୍ଥର ଚିନ୍ତା କରିବାକୁ ପଡୁନାହିଁ।

ଉଦାହରଣ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାନ୍ଥଭଉଁରୀ ପଞ୍ଚାୟତ କାନ୍ଥଭଉଁରୀ ଗ୍ରାମର ବିଦ୍ୟାଧର ପ୍ରଧାନଙ୍କ ୬୩ ବର୍ଷୀୟା ପତ୍ନୀ ଆରତୀ ପ୍ରଧାନ ଆଣ୍ଠୁ ଯନ୍ତ୍ରଣା ପାଇଁ ଦୀର୍ଘଦିନ ହେଲା ଚାଲି ପାରୁ ନ ଥିଲା ବେଳେ ବିଏସକେୱାଇ ସ୍ୱାସ୍ଥ୍ୟବୀମା କାର୍ଡ ଦ୍ୱାରା ବାଲେଶ୍ୱର କୁରୁଡ଼ା ସ୍ଥିତ ଘରୋଇ ଜ୍ୟୋତି ହସ୍ପିଟାଲରେ ମାଗଣାରେ ଅସ୍ତ୍ରୋପଚାର କରାଇ ପାରିଛନ୍ତି। ଫଳରେ ଦୀର୍ଘଦିନ ପରେ ଆରତୀଙ୍କ ମନରେ ଚାଲିବାର ଆଶା ଉଜ୍ଜୀବିତ ହେବା ଯୋଗୁ ତାଙ୍କ ଓଠରେ ହସ ଫୁଟି ଉଠିଛି। କାନ୍ଥଭଉଁରୀ ଗ୍ରାମର ବିଦ୍ୟାଧର ପ୍ରଧାନଙ୍କ ପତ୍ନୀ ଆରତୀ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ଆଣ୍ଠୁ ରୋଗରେ କଷ୍ଟ ପାଉଥିଲେ। ଆଜକୁ ପ୍ରାୟ ଗୋଟିଏ ବର୍ଷ ହେଲା ଆରତୀ ଆଣ୍ଠୁ ଯନ୍ତ୍ରଣା ପାଇଁ ଚାଲି ପାରୁ ନ ଥିଲେ। ଆରତୀଙ୍କ ଦୁଇପୁଅ ଦୈନଦିନ ମୂଲ ଲାଗି ଯାହା ଆଣନ୍ତି, ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହୋଇଥାଏ। ନିଜ ମା’ଙ୍କର ଦୁଃଖ ଓ ଯନ୍ତ୍ରଣା ଦେଖି ପୁଅ ଦୁଇଜଣ ଟଙ୍କା ହାତ ଉଧାର କରି ଆରତୀଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଦେଖାଇଥିଲେ। ସେଠାରେ ଡାକ୍ତର ଅସ୍ତ୍ରୋପଚାର କରିବାକୁ ପଡ଼ିବ ବୋଲି କହିଥିଲେ। ତେବେ ଅସ୍ତ୍ରୋପଚାର କରିବା ପାଇଁ ଦୁଇରୁ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ। ଏତେ ଟଙ୍କା ଯୋଗାଡ କରିବା ଆରତୀଙ୍କ ପୁଅମାନଙ୍କ ପକ୍ଷେ ସମ୍ଭବ ନ ଥିଲା। ଏହି ସମୟରେ ବିଏସକେୱାଇ ସ୍ୱାସ୍ଥ୍ୟ ବୀମା କାର୍ଡ ଆରତୀଙ୍କୁ ମିଳିଥିଲା। ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ଦ୍ୱାରା ଆଣ୍ଠୁର ଅସ୍ତ୍ରୋପଚାର କରିବା ପାଇଁ ବାଲେଶ୍ୱର ଯାଇ ଡାକ୍ତର ଅତନୁ ମହାନ୍ତିଙ୍କ ପାଖରେ ଆରତୀଙ୍କୁ ଦେଖାଇଥିଲେ।

ସେ ଜ୍ୟୋତି ହସ୍ପିଟାଲରେ ବିଏସକେୱାଇ ବୀମା କାର୍ଡ ଦ୍ୱାରା ଅସ୍ତ୍ରୋପଚାର ହୋଇପାରିବ ବୋଲି କହିବାରୁ ଚଳିତ ମାସ ୧୮ ତାରିଖରେ ଆରତୀଙ୍କୁ ଜ୍ୟୋତିର ଆଡ଼ମିଶନ କରାଯାଇଥିଲା। ଗତ ୨୦ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ବର୍ତ୍ତମାନ ଆରତୀ ଜ୍ୟୋତି ହସ୍ପିଟାଲରେ ଅଛନ୍ତି। ସଫଳତାର ସହ ଅସ୍ତ୍ରୋପଚାର ହେଇଥିବା ଯୋଗୁ ଆରତୀ ଓ ତାଙ୍କ ପରିବାର ପକ୍ଷରୁ ଜ୍ୟୋତି ହସ୍ପିଟାଲ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କୁ ଧନ୍ୟବାଦ ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର