ସମୁଦ୍ରକୁଳରୁ ଅର୍ଦ୍ଧ ଗଳିତ ମୃତଦେହ ଉଦ୍ଧାର
ବାହାନଗା/ବାଲେଶ୍ୱର: ଖନ୍ତାପଡା ଥାନା ଇଂଚୁଡ଼ି କଳାମାଟିଆ ପାହି ନିକଟସ୍ଥ ସମୁଦ୍ର କୁଳରୁ ଆଜି ଭୋର ସମୟରେ ଜଣେ ଯୁବକଙ୍କ ଅର୍ଦ୍ଧଗଳିତ ମୃତଦେହ ଉଦ୍ଧାର ହୋଇଛି। ଖବର ମୁତାବକ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀ ଦୁଇଦିନ ଧରି ଏକ ମୃତଦେହ ସମୁଦ୍ରରେ ଭାସୁଥିବାର ସୂଚନା ଦେଇଥିଲେ। ଆଜି ଭୋର ସମୟରେ ସମୁଦ୍ର ଲହଡିରେ ମୃତଦେହ ଭାସି ଭାସି କଳାମାଟିଆ ପାହି ଶିବ ମନ୍ଦିର ସମ୍ମୁଖ କୂଳରେ ଲାଗିଥିଲା। ସ୍ଥାନୀୟ ସରପଞ୍ଚ ତିଲୋତ୍ତମା ମାନ୍ନାଙ୍କ ସୂଚନା କ୍ରମେ ଖନ୍ତାପଡା […]
ବାହାନଗା/ବାଲେଶ୍ୱର: ଖନ୍ତାପଡା ଥାନା ଇଂଚୁଡ଼ି କଳାମାଟିଆ ପାହି ନିକଟସ୍ଥ ସମୁଦ୍ର କୁଳରୁ ଆଜି ଭୋର ସମୟରେ ଜଣେ ଯୁବକଙ୍କ ଅର୍ଦ୍ଧଗଳିତ ମୃତଦେହ ଉଦ୍ଧାର ହୋଇଛି। ଖବର ମୁତାବକ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀ ଦୁଇଦିନ ଧରି ଏକ ମୃତଦେହ ସମୁଦ୍ରରେ ଭାସୁଥିବାର ସୂଚନା ଦେଇଥିଲେ। ଆଜି ଭୋର ସମୟରେ ସମୁଦ୍ର ଲହଡିରେ ମୃତଦେହ ଭାସି ଭାସି କଳାମାଟିଆ ପାହି ଶିବ ମନ୍ଦିର ସମ୍ମୁଖ କୂଳରେ ଲାଗିଥିଲା। ସ୍ଥାନୀୟ ସରପଞ୍ଚ ତିଲୋତ୍ତମା ମାନ୍ନାଙ୍କ ସୂଚନା କ୍ରମେ ଖନ୍ତାପଡା ଥାନା ଏଏସଆଇ ଭକ୍ତହରି ପଟ୍ଟନାୟକ, ଏଏସଆଇ ସୁଦର୍ଶନ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଆମ୍ବୁଲାନ୍ସ ଜରିଆରେ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ମୁଖ୍ୟ ହସ୍ପିଟାଲକୁ ପଠାଇଥିଲେ। ମୃତକଙ୍କ ପରିଚୟ ମିଳିନଥିବା ବେଳେ ୩୫/୪୦ବର୍ଷର ଯୁବକ ବୋଲି ଅନୁମାନ କରାଯାଉଛି। ଖନ୍ତାପଡା ଥାନାରେ ୬୦/୨୧ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତକଙ୍କ ପରିଚୟ ଖୋଜିବାକୁ ପୋଲିସ ଚେଷ୍ଟା ଚଳାଇଛି। ତେବେ ସ୍ଥାନୀୟ ଅଧିବାସୀ ମୃତ ଯୁବକ ଜଣକ ଗଭୀର ସମୁଦ୍ରରେ କୌଣସି ମାଛଧରା ବୋଟ କିମ୍ବା ଟ୍ରଲରରୁ ଖସିବା ପରେ ମୃତ୍ୟୁବରଣ କରିଥିବାର ସନ୍ଦେହ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।