ମୋବାଇଲରେ କଥାହେବାକୁ ମନା କରିବାରୁ ବାପାମାଆଙ୍କୁ ପନିକିରେ ଆକ୍ରମଣ କଲା ଝିଅ

The Sakala Picture
Published On

ସୋର: ସୋର ଥାନା ସରସଙ୍ଖ ପଞ୍ଚାୟତ ଅନ୍ତର୍ଗତ ହାତିଗଡ଼ିଆ ଗ୍ରାମର ଜଣେ ଝିଅ ତାଙ୍କ ବାପାମାଆଙ୍କୁ ପନିକିରେ ଆକ୍ରମଣ କରିଛି।  ଫଳରେ ଉଭୟ ବାପାମାଆ ଗୁରୁତର ଭାବେ ଆହତ ହୋଇଛନ୍ତି। ଝିଅର ଆକ୍ରମଣରେ ଗୁରୁତର ହୋଇ ବାପାମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ରଞ୍ଜିତ ସିଂଙ୍କ ଝିଅ କୁନି ସିଂ ବିବାହ ପରେ କୌଣସି କାରଣରୁ ୨ ବର୍ଷ ହେଲା ବାପଘରେ ରହୁଛନ୍ତି । ମୋବାଇଲରେ ଲଗାତାର କଥା ହେଉଥିବାରୁ ଝିଅ ଉପରେ ବିରକ୍ତି […]

ସୋର: ସୋର ଥାନା ସରସଙ୍ଖ ପଞ୍ଚାୟତ ଅନ୍ତର୍ଗତ ହାତିଗଡ଼ିଆ ଗ୍ରାମର ଜଣେ ଝିଅ ତାଙ୍କ ବାପାମାଆଙ୍କୁ ପନିକିରେ ଆକ୍ରମଣ କରିଛି।  ଫଳରେ ଉଭୟ ବାପାମାଆ ଗୁରୁତର ଭାବେ ଆହତ ହୋଇଛନ୍ତି। ଝିଅର ଆକ୍ରମଣରେ ଗୁରୁତର ହୋଇ ବାପାମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ସୂଚନା ଅନୁଯାୟୀ, ରଞ୍ଜିତ ସିଂଙ୍କ ଝିଅ କୁନି ସିଂ ବିବାହ ପରେ କୌଣସି କାରଣରୁ ୨ ବର୍ଷ ହେଲା ବାପଘରେ ରହୁଛନ୍ତି । ମୋବାଇଲରେ ଲଗାତାର କଥା ହେଉଥିବାରୁ ଝିଅ ଉପରେ ବିରକ୍ତି ପ୍ରକାଶ କରିଥିଲେ ମାଆ ।  ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ ମାଆଙ୍କୁ ପନିକିରେ ଆକ୍ରମଣ କରିଥିଲେ ଝିଅ କୁନି ।  ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ରଞ୍ଜିତ ମଧ୍ୟ ଝିଅ ଆକ୍ରୋଶର ଶିକାର ହୋଇଥିଲେ । ଝିଅର ଆକ୍ରମଣରେ ରଞ୍ଜିତଙ୍କ ପେଟ ଓ ହାତରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଝିଅକୁ ଅଟକ ରଖି ପୁଲିସ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

16 Jan 2024 By The Sakala

ମୋବାଇଲରେ କଥାହେବାକୁ ମନା କରିବାରୁ ବାପାମାଆଙ୍କୁ ପନିକିରେ ଆକ୍ରମଣ କଲା ଝିଅ

ସୋର: ସୋର ଥାନା ସରସଙ୍ଖ ପଞ୍ଚାୟତ ଅନ୍ତର୍ଗତ ହାତିଗଡ଼ିଆ ଗ୍ରାମର ଜଣେ ଝିଅ ତାଙ୍କ ବାପାମାଆଙ୍କୁ ପନିକିରେ ଆକ୍ରମଣ କରିଛି।  ଫଳରେ ଉଭୟ ବାପାମାଆ ଗୁରୁତର ଭାବେ ଆହତ ହୋଇଛନ୍ତି। ଝିଅର ଆକ୍ରମଣରେ ଗୁରୁତର ହୋଇ ବାପାମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ, ରଞ୍ଜିତ ସିଂଙ୍କ ଝିଅ କୁନି ସିଂ ବିବାହ ପରେ କୌଣସି କାରଣରୁ ୨ ବର୍ଷ ହେଲା ବାପଘରେ ରହୁଛନ୍ତି । ମୋବାଇଲରେ ଲଗାତାର କଥା ହେଉଥିବାରୁ ଝିଅ ଉପରେ ବିରକ୍ତି ପ୍ରକାଶ କରିଥିଲେ ମାଆ ।  ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ ମାଆଙ୍କୁ ପନିକିରେ ଆକ୍ରମଣ କରିଥିଲେ ଝିଅ କୁନି ।  ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ରଞ୍ଜିତ ମଧ୍ୟ ଝିଅ ଆକ୍ରୋଶର ଶିକାର ହୋଇଥିଲେ । ଝିଅର ଆକ୍ରମଣରେ ରଞ୍ଜିତଙ୍କ ପେଟ ଓ ହାତରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଝିଅକୁ ଅଟକ ରଖି ପୁଲିସ ତଦନ୍ତ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର