ବେଆଇନ ବାଲି ଉତ୍ତୋଳନ ପାଇଁ ବୁଢ଼ାବଳଙ୍ଗ ନଦୀତଟର ୫ଗାଁ ବିପଦରେ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲ ଦହପଡା ପଞ୍ଚାୟତ ଗମ୍ଭାରିଆ, ରୁଦ୍ର ଗୋପାଳପୁର ଓ ନହରା ପାଟଣା ଗାଁ ନିକଟରେ ବୁଢ଼ାବଳଙ୍ଗ ନଦୀ ଶଯ୍ୟା ମଧ୍ୟରୁ ପରିବେଶ ଆଇନ ଉଲଙ୍ଘନ କରି ବେଆଇନ ବାଲି ଉତ୍ତୋଳନ ଯୋଗୁଁ ୫ରୁ ଉର୍ଦ୍ଧ୍ବ ଗାଁ ପ୍ରତି ବିପଦ ଦେଖାଦେଇଛି। ଏପରି ଅବିଚାରିତ ବାଲି ଉତ୍ତୋଳନ ଲାଗି ରହିଲେ ସେହି ସବୁ ଗାଁ ଦିନେ ନାଁ ଦିନେ ବୁଢ଼ାବଳଙ୍ଗ ନଦୀ ଗର୍ଭରେ ବିଲୀନ ହୋଇଯିବ ବୋଲି ଆଶଙ୍କା ବ୍ୟକ୍ତ କରିବା ସହ […]

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲ ଦହପଡା ପଞ୍ଚାୟତ ଗମ୍ଭାରିଆ, ରୁଦ୍ର ଗୋପାଳପୁର ଓ ନହରା ପାଟଣା ଗାଁ ନିକଟରେ ବୁଢ଼ାବଳଙ୍ଗ ନଦୀ ଶଯ୍ୟା ମଧ୍ୟରୁ ପରିବେଶ ଆଇନ ଉଲଙ୍ଘନ କରି ବେଆଇନ ବାଲି ଉତ୍ତୋଳନ ଯୋଗୁଁ ୫ରୁ ଉର୍ଦ୍ଧ୍ବ ଗାଁ ପ୍ରତି ବିପଦ ଦେଖାଦେଇଛି। ଏପରି ଅବିଚାରିତ ବାଲି ଉତ୍ତୋଳନ ଲାଗି ରହିଲେ ସେହି ସବୁ ଗାଁ ଦିନେ ନାଁ ଦିନେ ବୁଢ଼ାବଳଙ୍ଗ ନଦୀ ଗର୍ଭରେ ବିଲୀନ ହୋଇଯିବ ବୋଲି ଆଶଙ୍କା ବ୍ୟକ୍ତ କରିବା ସହ ଏହାକୁ ରୋକିବା ପାଇଁ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ସୂଚନା ଅନୁଯାୟୀ, ବାଲେଶ୍ଵର ସଦର ଥାନା ଅଞ୍ଚଳର ଗଣେଶ୍ଵରପୁର ଗ୍ରାମର ଜଣେ ଲିଜଧାରୀ ୨୦୧୭ ମସିହା ଜୁନ ୨ ତାରିଖରୁ ୨୦୨୧ ମସିହା ଜୁନ ୧ ତାରିଖ ଯାଏଁ ପାଞ୍ଚ ବର୍ଷ ଯାଏଁ ରେମୁଣା ତହସିଲ କ୍ଷୀରଚୋରା ପଞ୍ଚାୟତର ଗମ୍ଭାରିଆ, ରୁଦ୍ର ଗୋପାଳପୁର ଓ ନହରାପାଟଣା ମୌଜାର ବୁଢ଼ାବଳଙ୍ଗ ନଦୀପଠାରେ ଥିବୁ ୯୪ ଏକର ୯୯ ଡେସିମିଲି ଜମିକୁ ଲିଜ ସୁତ୍ରରେ ନେଇଛନ୍ତି। କିନ୍ତୁ ‌ଏହି ଲିଜଧାରୀ ଜଣକ ଲିଜ ନେଇ ଥିବା ସ୍ଥାନ ଠାରୁ ଅଧିକ ସ୍ଥାନରରେ ବାଲି ଉତ୍ତୋଳନ କରୁଥିବ। ନଦୀର ଶଯ୍ୟା ଭିତରୁ ବାଲି ଉତ୍ତୋଳନ କରିବା ଦ୍ବାରା ନଦୀର ଜଳଧାର ଉପରେ ପ୍ରଭାବ ପଡୁଛି। ସବୁଠାରୁ ବଡ଼ କଥା ହେଉଛି ବାଲି ଉତ୍ତୋଳନ ସମୟରେ ବିପଦଜନକ ସ୍ବମ୍ପ ପମ୍ପ ଓ ଜେସିବି ଲଗା ଯାଉଛି। ପୁଣି ରାତିରେ ମାଇନିଂ କରିବା ସରକାରୀ ନିୟମର ବିରୋଧାଚରଣ କରୁଥିଲେ ମଧ୍ୟ ସେହି ଆଇନକୁ ଖୋଲାଖୋଲି ଉଲଙ୍ଘନ କରାଯାଉଛି। ରାତିରେ ଉତ୍ତୋଳନ ଓ ଦିନରେ ପରିବହନ ଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ ସନ୍ତୁଳନ ବିଗିଡ଼ି ଯାଉଛି। ସରକାରଙ୍କ ଲିଜ ଏରିଆ ଠାରୁ ଅଧିକ ସ୍ଥାନରୁ ବାଲି ଉତ୍ତୋଳନ ଯୋଗୁଁ ଗୋଟିଏ ବର୍ଷରେ ସରକାର ପାଖାପାଖି ୧୧ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ବୋଲି ଗ୍ରାମବାସୀ ସର୍ବଶ୍ରୀ ଏସକେ ଅବଦୁଲ ରହେମାନ, ହରିକୁଷ୍ଟ ନାୟକ, ଏସକେ ଧ୍ୟାନ, ସେକ ତାଜୁଦ୍ଦିନ,ଏ ସକେ ସାଦ୍ଦିକ, ଏସକେ ଗୋଲା, ସେକ ଗଫର ପ୍ରମୁଖ ଅଭିଯୋଗ କରିଛନ୍ତି। କେବଳ ରାଜସ୍ବ ହାନି ହେଉଛି ତାହା ନୁହେଁ ଏହି ବାଲି ଉତ୍ତୋଳନ ଯୋଗୁଁ ନିଜାମପୁର,ଦହପଡା, କଣ୍ଟାବଣିଆ, କାଶିପୁର, ଧର୍ମପୁତ୍ର, ରୁଦ୍ର ଗୋପାଳପୁର ଆଦି ଗାଁ ନିକଟରେ ଭୂସ୍ଖଳନ ହୋଇ ନଦୀ କୂଳ ଖାଉଛି। ଏହି ବେଆଇନ ବାଲି ଉତ୍ତୋଳନ ରୋକିବା ପାଇଁ ପଦକ୍ଷେପ ନେବାକୁ ଆଜି ଗ୍ରାମବାସୀ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଦାବିପତ୍ର ର ନକଲ ରାଜସ୍ବ କଟକ ଆରଡିସି, ୫ଟି ସଚିବ, କୋଲକାତା ସ୍ଥିତ ଏନଜିଟି, ବାରିପଦାବାରିପଦା ଖଣି ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

16 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର