ଓଡ଼ିଶାରେ ଦିଲ୍ଲୀ ଠେଲା; ଶାକାହାରୀଙ୍କୁ ଆକୃଷ୍ଟ କରୁଛି ଇଂଞ୍ଜିନିୟର ପ୍ରଦୀପଙ୍କ ‘ଭେଜ୍ ଚିକେନ୍’

The Sakala Picture
Published On

ବାଲେଶ୍ବର: ‘ଭେଜ୍ ଚିକେନ୍’ ନାଁ ଶୁଣିବା ମାତ୍ରେ କେହି ହେଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ସେଥିପାଇଁ ଏହି ନାଁକୁ ଦେଖି ଅନେକ ଲୋକ ଏହାକୁ ଖାଇବାକୁ ଯାଆନ୍ତି ଏବଂ ଏହାର ସୁଆଦ ନିଅନ୍ତି। ତେବେ ନନ୍ ଭେଜିଟେରିଆନଙ୍କ ପାଇଁ ଚିକେନ୍ ଥିବା ବେଳେ ଏହା ସମ୍ପୂର୍ଣ୍ଣ ଭେଜିଟେରିଆନଙ୍କ ପାଇଁ ରହିଛି। ଯାହାକୁ ‘ଭେଜ୍ ଚିକେନ୍’ ବା ‘ସୋୟା ଚାପ୍’ କୁହାଯାଉଛି। ବାଲେଶ୍ବର ସହରର ଫାଷ୍ଟଫୁଡ୍ ର ସେଣ୍ଟର କୁହାଯାଉଥିବା ଏଡିଏମ ଛକରେ ଯୁବ ଇଂଞ୍ଜିନିୟର ପ୍ରଦୀପ […]

ବାଲେଶ୍ବର: ‘ଭେଜ୍ ଚିକେନ୍’ ନାଁ ଶୁଣିବା ମାତ୍ରେ କେହି ହେଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ସେଥିପାଇଁ ଏହି ନାଁକୁ ଦେଖି ଅନେକ ଲୋକ ଏହାକୁ ଖାଇବାକୁ ଯାଆନ୍ତି ଏବଂ ଏହାର ସୁଆଦ ନିଅନ୍ତି। ତେବେ ନନ୍ ଭେଜିଟେରିଆନଙ୍କ ପାଇଁ ଚିକେନ୍ ଥିବା ବେଳେ ଏହା ସମ୍ପୂର୍ଣ୍ଣ ଭେଜିଟେରିଆନଙ୍କ ପାଇଁ ରହିଛି। ଯାହାକୁ ‘ଭେଜ୍ ଚିକେନ୍’ ବା ‘ସୋୟା ଚାପ୍’ କୁହାଯାଉଛି। ବାଲେଶ୍ବର ସହରର ଫାଷ୍ଟଫୁଡ୍ ର ସେଣ୍ଟର କୁହାଯାଉଥିବା ଏଡିଏମ ଛକରେ ଯୁବ ଇଂଞ୍ଜିନିୟର ପ୍ରଦୀପ ବେହେରା ଦୁଇ ମାସ ହେଲା ଖୋଲିଛନ୍ତି ନିଜର ଦିଲ୍ଲୀ ଠେଲା। ଯେଉଁଥିରେ ଦିଲ୍ଲୀରେ ମିଳୁଥିବା କିଛି ନୂଆ ଧରଣର ଖାଦ୍ୟ ଭେଜିଟେରିଆନଙ୍କ ପାଇଁ ପରଷୁଛନ୍ତି ପ୍ରଦୀପ। ଯାହା ସମସ୍ତେ ଖାଇବାକୁ ବେଶ ପସନ୍ଦ ମଧ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ବାଲେଶ୍ବର ଜିଲ୍ଲା ସଦର ବ୍ଲକ ବୁଆଁଳରେ ରହୁଥିବା କୃପାସିନ୍ଧୁ ବେହେରା ଓ ପଦ୍ମାବତୀ ବେହେରାଙ୍କ ପୁଅ ପ୍ରଦୀପ ବେହେରା। ପ୍ରଦୀପ ଫକୀରମୋହନ କଲେଜରେ ଯୁକ୍ତ ଦୁଇ ପଢିବା ପରେ ଦିଲ୍ଲୀରେ ବିଟେକ୍ ପଢିବା ପାଇଁ ପଳାଇଥିଲେ। ସେଠାରେ ବିଟେକ୍ ପାଠ ପଢିବା ପରେ ଏକ କମ୍ପାନୀର ଇଲେକଟ୍ରୋନିକ୍ସ୍ ବିଭାଗରେ ବିଟେକ୍ ଇଂଞ୍ଜିନିୟର ଭାବେ କାମ କରୁଥିଲେ। ଦିଲ୍ଲୀରେ ଦୀର୍ଘ ୭ ବର୍ଷ ରହିବା ପରେ ୨୦୨୦ ମସିହାରେ ଆରମ୍ଭ ହେଲା ମହାମାରୀ କରୋନା । ଯେଉଁଥିପାଇଁ ତାଙ୍କୁ ଦିଲ୍ଲୀ ଛାଡି ଘରକୁ ଫେରିବାକୁ ପଡିଲା। ଘରକୁ ଫେରି ତାଙ୍କ ବାପାଙ୍କ କେଟରିଂକୁ ଅନଲାଇନ୍ ମାଧ୍ୟମରେ କାମ କରାଉଥିଲେ ପ୍ରଦୀପ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

ସେହି ଭିତରେ ନିଜେ କିଛି କରିବା ପାଇଁ ପ୍ରୟାସ କରି ଦିଲ୍ଲୀରେ ଦେଖିଥିବା କିଛି ଶାକାହାରୀ ଖାଦ୍ୟର ପରୀକ୍ଷାନିରୀକ୍ଷା ଆରମ୍ଭ କରିଥିଲେ ପ୍ରଦୀପ। ବାପାଙ୍କ ସହଯୋଗରେ ଏକ ବର୍ଷ କାଳ ଏକ୍ସପେରିମେଂଟ କରିବା ପରେ ୨୦୨୧ ନଭେମ୍ବରରେ ନିଜର ଦୋକାନ ଖୋଲିଥିଲେ। ଭେଜ୍ ଚିକେନ୍ ସାଙ୍ଗକୁ ଭେଜ୍ ଶିଖ୍ କବାକ, ତନ୍ଦୁରି ମୋମୋ, ତନ୍ଦୁରି ପନିର୍, ତନ୍ଦୁରି ମସରୁମ୍, ଭେଜ୍ ସୁପ୍, ଦହି ଭଲା, ସମୋସା ଚାଟ୍ ଓ ପାମ୍ପଡି ଚାଟ୍ ଆଦି ଖାଦ୍ୟ ରହିଛି। ତେବେ ଏସବୁ ଖାଦ୍ୟ ପ୍ରସ୍ତୁତ ପାଇଁ ହରିୟାଣାରୁ ଜିନିଷ ଆଣିବାକୁ ପଡୁଛି। କେଏସବି ଡେଲିସିଅସ୍ ନାଁରେ ଏହା ପଞ୍ଜିକୃତ ମଧ୍ୟ କରାଯାଇଛି। ‘ମୋତେ ଦିଲ୍ଲୀରେ ଏକ ଏପରି ଖାଦ୍ୟ ଦୋକାନ ଖୋଲିବାର ଥିଲା। ମାତ୍ର କରୋନା ଯୋଗୁଁ ଘରକୁ ଫେରିବାକୁ ପଡିଲା। ଖାଦ୍ୟ ଉପରେ ୪୦ ବର୍ଷର ଥିବା ବାପାଙ୍କ ଅଭିଜ୍ଞତାକୁ ନିଜ କାମରେ ଲଗାଇ ଆରମ୍ଭ କରିଲି ଦୋକାନ। ଯଦି ଏହା ଲୋକଙ୍କ ଭିତରେ ଆଦୃତ ହେବ ତେବେ ଭେଜ୍ ତନ୍ଦୁର ନାଁରେ ଏକ ବଡ ଦୋକାନ କରିବାର ଆଶା ରଖିଥିବା ପ୍ରଦୀପ କହିଛନ୍ତି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

17 Jan 2022 By The Sakala

ଓଡ଼ିଶାରେ ଦିଲ୍ଲୀ ଠେଲା; ଶାକାହାରୀଙ୍କୁ ଆକୃଷ୍ଟ କରୁଛି ଇଂଞ୍ଜିନିୟର ପ୍ରଦୀପଙ୍କ ‘ଭେଜ୍ ଚିକେନ୍’

ବାଲେଶ୍ବର: ‘ଭେଜ୍ ଚିକେନ୍’ ନାଁ ଶୁଣିବା ମାତ୍ରେ କେହି ହେଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ସେଥିପାଇଁ ଏହି ନାଁକୁ ଦେଖି ଅନେକ ଲୋକ ଏହାକୁ ଖାଇବାକୁ ଯାଆନ୍ତି ଏବଂ ଏହାର ସୁଆଦ ନିଅନ୍ତି। ତେବେ ନନ୍ ଭେଜିଟେରିଆନଙ୍କ ପାଇଁ ଚିକେନ୍ ଥିବା ବେଳେ ଏହା ସମ୍ପୂର୍ଣ୍ଣ ଭେଜିଟେରିଆନଙ୍କ ପାଇଁ ରହିଛି। ଯାହାକୁ ‘ଭେଜ୍ ଚିକେନ୍’ ବା ‘ସୋୟା ଚାପ୍’ କୁହାଯାଉଛି। ବାଲେଶ୍ବର ସହରର ଫାଷ୍ଟଫୁଡ୍ ର ସେଣ୍ଟର କୁହାଯାଉଥିବା ଏଡିଏମ ଛକରେ ଯୁବ ଇଂଞ୍ଜିନିୟର ପ୍ରଦୀପ ବେହେରା ଦୁଇ ମାସ ହେଲା ଖୋଲିଛନ୍ତି ନିଜର ଦିଲ୍ଲୀ ଠେଲା। ଯେଉଁଥିରେ ଦିଲ୍ଲୀରେ ମିଳୁଥିବା କିଛି ନୂଆ ଧରଣର ଖାଦ୍ୟ ଭେଜିଟେରିଆନଙ୍କ ପାଇଁ ପରଷୁଛନ୍ତି ପ୍ରଦୀପ। ଯାହା ସମସ୍ତେ ଖାଇବାକୁ ବେଶ ପସନ୍ଦ ମଧ୍ୟ କରୁଛନ୍ତି।

ବାଲେଶ୍ବର ଜିଲ୍ଲା ସଦର ବ୍ଲକ ବୁଆଁଳରେ ରହୁଥିବା କୃପାସିନ୍ଧୁ ବେହେରା ଓ ପଦ୍ମାବତୀ ବେହେରାଙ୍କ ପୁଅ ପ୍ରଦୀପ ବେହେରା। ପ୍ରଦୀପ ଫକୀରମୋହନ କଲେଜରେ ଯୁକ୍ତ ଦୁଇ ପଢିବା ପରେ ଦିଲ୍ଲୀରେ ବିଟେକ୍ ପଢିବା ପାଇଁ ପଳାଇଥିଲେ। ସେଠାରେ ବିଟେକ୍ ପାଠ ପଢିବା ପରେ ଏକ କମ୍ପାନୀର ଇଲେକଟ୍ରୋନିକ୍ସ୍ ବିଭାଗରେ ବିଟେକ୍ ଇଂଞ୍ଜିନିୟର ଭାବେ କାମ କରୁଥିଲେ। ଦିଲ୍ଲୀରେ ଦୀର୍ଘ ୭ ବର୍ଷ ରହିବା ପରେ ୨୦୨୦ ମସିହାରେ ଆରମ୍ଭ ହେଲା ମହାମାରୀ କରୋନା । ଯେଉଁଥିପାଇଁ ତାଙ୍କୁ ଦିଲ୍ଲୀ ଛାଡି ଘରକୁ ଫେରିବାକୁ ପଡିଲା। ଘରକୁ ଫେରି ତାଙ୍କ ବାପାଙ୍କ କେଟରିଂକୁ ଅନଲାଇନ୍ ମାଧ୍ୟମରେ କାମ କରାଉଥିଲେ ପ୍ରଦୀପ।

ସେହି ଭିତରେ ନିଜେ କିଛି କରିବା ପାଇଁ ପ୍ରୟାସ କରି ଦିଲ୍ଲୀରେ ଦେଖିଥିବା କିଛି ଶାକାହାରୀ ଖାଦ୍ୟର ପରୀକ୍ଷାନିରୀକ୍ଷା ଆରମ୍ଭ କରିଥିଲେ ପ୍ରଦୀପ। ବାପାଙ୍କ ସହଯୋଗରେ ଏକ ବର୍ଷ କାଳ ଏକ୍ସପେରିମେଂଟ କରିବା ପରେ ୨୦୨୧ ନଭେମ୍ବରରେ ନିଜର ଦୋକାନ ଖୋଲିଥିଲେ। ଭେଜ୍ ଚିକେନ୍ ସାଙ୍ଗକୁ ଭେଜ୍ ଶିଖ୍ କବାକ, ତନ୍ଦୁରି ମୋମୋ, ତନ୍ଦୁରି ପନିର୍, ତନ୍ଦୁରି ମସରୁମ୍, ଭେଜ୍ ସୁପ୍, ଦହି ଭଲା, ସମୋସା ଚାଟ୍ ଓ ପାମ୍ପଡି ଚାଟ୍ ଆଦି ଖାଦ୍ୟ ରହିଛି। ତେବେ ଏସବୁ ଖାଦ୍ୟ ପ୍ରସ୍ତୁତ ପାଇଁ ହରିୟାଣାରୁ ଜିନିଷ ଆଣିବାକୁ ପଡୁଛି। କେଏସବି ଡେଲିସିଅସ୍ ନାଁରେ ଏହା ପଞ୍ଜିକୃତ ମଧ୍ୟ କରାଯାଇଛି। ‘ମୋତେ ଦିଲ୍ଲୀରେ ଏକ ଏପରି ଖାଦ୍ୟ ଦୋକାନ ଖୋଲିବାର ଥିଲା। ମାତ୍ର କରୋନା ଯୋଗୁଁ ଘରକୁ ଫେରିବାକୁ ପଡିଲା। ଖାଦ୍ୟ ଉପରେ ୪୦ ବର୍ଷର ଥିବା ବାପାଙ୍କ ଅଭିଜ୍ଞତାକୁ ନିଜ କାମରେ ଲଗାଇ ଆରମ୍ଭ କରିଲି ଦୋକାନ। ଯଦି ଏହା ଲୋକଙ୍କ ଭିତରେ ଆଦୃତ ହେବ ତେବେ ଭେଜ୍ ତନ୍ଦୁର ନାଁରେ ଏକ ବଡ ଦୋକାନ କରିବାର ଆଶା ରଖିଥିବା ପ୍ରଦୀପ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର