ସାବିତ୍ରୀ ପାଇଁ ବଜାରରେ ଅସମ୍ଭାଳ ଭିଡ: ଲୁଗା ଦୋକାନ ଆଗରେ ତାଲା, ପଛରେ ମେଲା

The Sakala Picture
Published On

ବାଲେଶ୍ଵର:  ଆସନ୍ତା ଗୁରୁବାର ସାବିତ୍ରୀ ବ୍ରତ। ଏଥିପାଇଁ ବାଲେଶ୍ଵର ସହର ସମେତ ଜିଲ୍ଲାର ଅନ୍ୟ ସବୁ ହାଟ ବଜାର ମାନଙ୍କରେ ଅସମ୍ଭାଳ ଭିଡ ଗତ ଦୁଇଦିନ ହେଲା ଦେଖିବାକୁ ମିଳୁଛି। ଜିଲ୍ଲାରେ ନିୟମିତ ଭାବେ କରୋନା ସଙ୍କମିତଙ୍କ ସଙ୍ଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ ବଜାରକୁ ଆସି ବେଫିକର ଭାବେ ଭିଡ଼ କରିବା ବୁଦ୍ଧିଜୀବୀଙ୍କ ମହଲରେ ବିସ୍ମୟ ସୃଷ୍ଟି କରିଛି। ସାବିତ୍ରୀ ପାଇଁ ବାଲେଶ୍ଵର ସହର ତଥା ଜିଲ୍ଲାର ଅନ୍ୟ ସହରାଞ୍ଚଳ କୁହା ଯାଉଥିବା ଜଳେଶ୍ଵର, ସୋର, […]

ବାଲେଶ୍ଵର:  ଆସନ୍ତା ଗୁରୁବାର ସାବିତ୍ରୀ ବ୍ରତ। ଏଥିପାଇଁ ବାଲେଶ୍ଵର ସହର ସମେତ ଜିଲ୍ଲାର ଅନ୍ୟ ସବୁ ହାଟ ବଜାର ମାନଙ୍କରେ ଅସମ୍ଭାଳ ଭିଡ ଗତ ଦୁଇଦିନ ହେଲା ଦେଖିବାକୁ ମିଳୁଛି। ଜିଲ୍ଲାରେ ନିୟମିତ ଭାବେ କରୋନା ସଙ୍କମିତଙ୍କ ସଙ୍ଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ ବଜାରକୁ ଆସି ବେଫିକର ଭାବେ ଭିଡ଼ କରିବା ବୁଦ୍ଧିଜୀବୀଙ୍କ ମହଲରେ ବିସ୍ମୟ ସୃଷ୍ଟି କରିଛି। ସାବିତ୍ରୀ ପାଇଁ ବାଲେଶ୍ଵର ସହର ତଥା ଜିଲ୍ଲାର ଅନ୍ୟ ସହରାଞ୍ଚଳ କୁହା ଯାଉଥିବା ଜଳେଶ୍ଵର, ସୋର, ନୀଳଗିରି ସମେତ ଅନ୍ୟ ସବୁ ସ୍ଥାନରେ ଛତୁ ଫୁଟିବା ଭଳି ଫଳ ଦୋକାନ ଖୋଲାଯାଇଛି। ଏସବୁ ଫଳ ଦୋକାନ ସମ୍ମୁଖରେ ଲୋକ ପ୍ରବଳ ଗହଳି କରୁଥିବା ଦେଖା ଯାଉଛି। ଏପରିକି ଦୋକାନୀଙ୍କ ଠାରୁ ଗ୍ରାହକ ଯାଏ ସଭିଙ୍କ ମୁହଁ ରେ ଭାସ୍କର ଥିଲେ ମଧ୍ୟ ତାହା ମୁହଁ ତଳକୁ ଥିବାର ଦେଖାଯାଉଛି। କେବଳ ଫଳ ଦୋକାନ ନୁହେଁ ଲୁଗା ଦୋକାନ ଗୁଡିକ ମଧ୍ୟ ଖୋଲାଯାଇ ଲୁଚାଛପାରେ ବେପାର ଚାଲିଛି। ଲୁଗା ଦୋକାନ ଗୁଡିକ ଆଗରେ ତାଲା ପଡ଼ିଥିବା ବେଳେ ପଛପଟେ ବେପାର ହେଉଛି। ଏଠାରେ ମଧ୍ୟ ଶାରୀରିକ ଦୁରତ୍ଵ ରହୁ ନ ଥିବା ବେଳେ ପୁରୁଷ ମହିଳା ମାନେ ରୁଣ୍ଡ ହୋଇ ଲୁଗା କିଣୁଥିବାରୁ ସରକାରଙ୍କ କଟକଣାକୁ ଲୋକେ ଫୁ କରି ଦେଇଥିବା ମନେ ହେଉଛି। ସବୁଠାରୁ ଆଶ୍ଚର୍ଯ୍ଯର କଥା ଜିଲ୍ଲା ପ୍ରଶାସନ ଓ ପୁଲିସ ଏହା ଉପରେ ଆଖି ବୁଜି ଦେଇଛନ୍ତି। ପୁଲିସ ହେଲମେଟ ପିନ୍ଧିନଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ବେଳେ କରୋନା କଟକଣା ନିୟମ ପାଳନ କଥାକୁ କିପରି ଅକ୍ଷରେ ଅକ୍ଷରେ ପାଳନ ହେବ ତାହା ସତେ ଯେମିତି ଭୁଲି ଯାଇଛି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

08 Jun 2021 By The Sakala

https://www.thesakala.in/latest-odisha-news/balasore/crowds-in-baleswar-market/article-2784
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର