ଟିକାର ଅଭାବ: ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ବନ୍ଦ ହେଲା ଟିକାକରଣ

The Sakala Picture
Published On

ବାଲେଶ୍ୱର/ବାରିପଦା: ହୁ ହୁ ହୋଇ ବଢୁଛି କରୋନା। ଏହାକୁ ମାତ ଦେବା ପାଇଁ ଚାଲିଛି ଟିକାକରଣ । ହେଲେ ଟିକାର ଅଭାବ ଏବେ ଚିନ୍ତାର ବିଷୟ । କୋଭିଡ୍ ଅରେଞ୍ଜ ଜୋନରେ ଥିବା ବାଲେଶ୍ୱର ଓ ରେଡ୍ ଜୋନରେ ଥିବା ମୟୁରଭଞ୍ଜ ଜିଲ୍ଲାରେ ଦେଖା ଦେଇଛି ଟିକାର ଅଭାବ । ଫଳରେ ଉଭୟ ଜିଲ୍ଲାରେ ଠପ୍ ହୋଇଯାଇଛି କୋଭିଡ୍ ଟିକାକରଣ । ବାଲେଶ୍ୱର ଜିଲ୍ଲାରେ ମୋଟ ୭୦ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ ବ୍ୟବସ୍ଥା ହୋଇଥିବା ବେଳେ ଭ୍ୟାକ୍ସିନ୍ […]

ବାଲେଶ୍ୱର/ବାରିପଦା: ହୁ ହୁ ହୋଇ ବଢୁଛି କରୋନା। ଏହାକୁ ମାତ ଦେବା ପାଇଁ ଚାଲିଛି ଟିକାକରଣ । ହେଲେ ଟିକାର ଅଭାବ ଏବେ ଚିନ୍ତାର ବିଷୟ । କୋଭିଡ୍ ଅରେଞ୍ଜ ଜୋନରେ ଥିବା ବାଲେଶ୍ୱର ଓ ରେଡ୍ ଜୋନରେ ଥିବା ମୟୁରଭଞ୍ଜ ଜିଲ୍ଲାରେ ଦେଖା ଦେଇଛି ଟିକାର ଅଭାବ । ଫଳରେ ଉଭୟ ଜିଲ୍ଲାରେ ଠପ୍ ହୋଇଯାଇଛି କୋଭିଡ୍ ଟିକାକରଣ । ବାଲେଶ୍ୱର ଜିଲ୍ଲାରେ ମୋଟ ୭୦ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ ବ୍ୟବସ୍ଥା ହୋଇଥିବା ବେଳେ ଭ୍ୟାକ୍ସିନ୍ ନଥିବାରୁ ୬୪ଟି କେନ୍ଦ୍ର ବନ୍ଦ ରହିଛି ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ଫଳରେ ଟିକା ନେବାକୁ ଆସି ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ଟିକାକରଣକୁ ମଧ୍ୟ ବନ୍ଦ କରାଯାଇଛି । ଟିକାର ଅଭାବ ଯୋଗୁଁ ପ୍ରଥମେ କେବଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଚାଲିଥିଲା । ହେଲେ ଜିଲ୍ଲାରେ ମାତ୍ର ୬ଟି କେନ୍ଦ୍ରରେ ୩୨୦ ଡୋଜ୍ ଟିକା ଥିବାରୁ ଅନ୍ୟ ସେଣ୍ଟର ଗୁଡ଼ିକୁ ବନ୍ଦ କରାଯାଇଛି ।

ଅନ୍ୟପଟେ କୋଭିଡ୍ ରେଡ୍ ଜୋନରେ ଥିବା ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ କୋଭିଡ୍ ଟିକାକରଣ ଏକପ୍ରକାର ଠପ୍ ହୋଇଯାଇଛି । ଟିକାର ଅଭାବ ଯୋଗୁଁ ବନ୍ଦ ହୋଇଛି କେନ୍ଦ୍ର । ଜିଲ୍ଲାରେ ମୋଟ ୭୨ ଟିକାକରଣ କେନ୍ଦ୍ର ମଧ୍ୟରୁ କେବଳ ରାଇରଙ୍ଗପୁର ଉପଖଣ୍ଡରେ ରହିଥିବା ସ୍ୱଳ୍ପ ସଂଖ୍ୟକ କେନ୍ଦ୍ରରେ ଟିକା ଦିଆଯାଉଛି ।

27 Apr 2021 By The Sakala

ଟିକାର ଅଭାବ: ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ବନ୍ଦ ହେଲା ଟିକାକରଣ

ବାଲେଶ୍ୱର/ବାରିପଦା: ହୁ ହୁ ହୋଇ ବଢୁଛି କରୋନା। ଏହାକୁ ମାତ ଦେବା ପାଇଁ ଚାଲିଛି ଟିକାକରଣ । ହେଲେ ଟିକାର ଅଭାବ ଏବେ ଚିନ୍ତାର ବିଷୟ । କୋଭିଡ୍ ଅରେଞ୍ଜ ଜୋନରେ ଥିବା ବାଲେଶ୍ୱର ଓ ରେଡ୍ ଜୋନରେ ଥିବା ମୟୁରଭଞ୍ଜ ଜିଲ୍ଲାରେ ଦେଖା ଦେଇଛି ଟିକାର ଅଭାବ । ଫଳରେ ଉଭୟ ଜିଲ୍ଲାରେ ଠପ୍ ହୋଇଯାଇଛି କୋଭିଡ୍ ଟିକାକରଣ । ବାଲେଶ୍ୱର ଜିଲ୍ଲାରେ ମୋଟ ୭୦ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ ବ୍ୟବସ୍ଥା ହୋଇଥିବା ବେଳେ ଭ୍ୟାକ୍ସିନ୍ ନଥିବାରୁ ୬୪ଟି କେନ୍ଦ୍ର ବନ୍ଦ ରହିଛି ।

ଫଳରେ ଟିକା ନେବାକୁ ଆସି ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ଟିକାକରଣକୁ ମଧ୍ୟ ବନ୍ଦ କରାଯାଇଛି । ଟିକାର ଅଭାବ ଯୋଗୁଁ ପ୍ରଥମେ କେବଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଚାଲିଥିଲା । ହେଲେ ଜିଲ୍ଲାରେ ମାତ୍ର ୬ଟି କେନ୍ଦ୍ରରେ ୩୨୦ ଡୋଜ୍ ଟିକା ଥିବାରୁ ଅନ୍ୟ ସେଣ୍ଟର ଗୁଡ଼ିକୁ ବନ୍ଦ କରାଯାଇଛି ।

ଅନ୍ୟପଟେ କୋଭିଡ୍ ରେଡ୍ ଜୋନରେ ଥିବା ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ କୋଭିଡ୍ ଟିକାକରଣ ଏକପ୍ରକାର ଠପ୍ ହୋଇଯାଇଛି । ଟିକାର ଅଭାବ ଯୋଗୁଁ ବନ୍ଦ ହୋଇଛି କେନ୍ଦ୍ର । ଜିଲ୍ଲାରେ ମୋଟ ୭୨ ଟିକାକରଣ କେନ୍ଦ୍ର ମଧ୍ୟରୁ କେବଳ ରାଇରଙ୍ଗପୁର ଉପଖଣ୍ଡରେ ରହିଥିବା ସ୍ୱଳ୍ପ ସଂଖ୍ୟକ କେନ୍ଦ୍ରରେ ଟିକା ଦିଆଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର