ସମନ୍ୱିତ ଚାଷ କରି ନିଜେ ଆର୍ଥିକ ସ୍ୱଚ୍ଛଳ ହେବା ସହ ଆଉ ୧୫ ଜଣଙ୍କୁ ରୋଜଗାର ଦେଇଛନ୍ତି ସୁବ୍ରତ

The Sakala Picture
Published On

ଜଳେଶ୍ୱର(ମନୋଜ କୁମାର ଭୂୟାଁ): ଯଦି ଗୋଟେ ଦେଶର ଚାଷୀ ଧନୀ; ତେବେ ସେ ଦେଶ ବି ଧନୀ। ଚାଷୀଟିଏ ସବୁ ବେଳେ ଆମ ଜୀବନରେ ଯୋଡ଼ି ହୋଇ ରହିଥାଏ। ଖାଦ୍ୟର ପ୍ରତ୍ୟେକ ଦାନାରେ ଚାଷୀର ପରିଶ୍ରମ ଲୁଚି ରହିଥାଏ। ଅନେକ ଲୋକଙ୍କ ଅଭିଯୋଗ ଚାଷରେ ଲାଭ ନାହିଁ। କିନ୍ତୁ ଏହାକୁ ଭୁଲ୍‌‌ ପ୍ରମାଣିତ କରିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ମାକଡିଆ ଗାଁର ସୁବ୍ରତ କୁମାର କୁଇଲା। କିଛି ବର୍ଷ ତଳେ କୋରାପୁଟ ଜିଲ୍ଲା ସୁନାବେଡା ଓ […]

ଜଳେଶ୍ୱର(ମନୋଜ କୁମାର ଭୂୟାଁ): ଯଦି ଗୋଟେ ଦେଶର ଚାଷୀ ଧନୀ; ତେବେ ସେ ଦେଶ ବି ଧନୀ। ଚାଷୀଟିଏ ସବୁ ବେଳେ ଆମ ଜୀବନରେ ଯୋଡ଼ି ହୋଇ ରହିଥାଏ। ଖାଦ୍ୟର ପ୍ରତ୍ୟେକ ଦାନାରେ ଚାଷୀର ପରିଶ୍ରମ ଲୁଚି ରହିଥାଏ। ଅନେକ ଲୋକଙ୍କ ଅଭିଯୋଗ ଚାଷରେ ଲାଭ ନାହିଁ। କିନ୍ତୁ ଏହାକୁ ଭୁଲ୍‌‌ ପ୍ରମାଣିତ କରିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ମାକଡିଆ ଗାଁର ସୁବ୍ରତ କୁମାର କୁଇଲା। କିଛି ବର୍ଷ ତଳେ କୋରାପୁଟ ଜିଲ୍ଲା ସୁନାବେଡା ଓ ଦାମନଯୋଡ଼ି ଅଞ୍ଚଳରେ ଗାଡ଼ି ଚଳାଉଥିଲେ। ଏବେ ପୂରା ଚାଷୀ। ନିଜେ ଆର୍ଥିକ ସ୍ୱଚ୍ଛଳ ହେବା ସହ ଆଉ ୧୫ ଜଣଙ୍କୁ ସେ ରୋଜଗାର ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

କୋରାପୁଟରେ ଗାଡ଼ି ଚଲାଉଥିବା ବେଳେ ସମନ୍ୱିତ ଚାଷ ପ୍ରତି ଆକର୍ଷିତ ହୋଇଥିଲେ ସୁବ୍ରତ। ଜଣେ ବନ୍ଧୁଙ୍କ ସହ ମିଶି ୨୭ ଏକର ଜମି ଲିଜ୍‌‌ରେ ଆଣି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଓ ରାଇକିଆ ଅଞ୍ଚଳରେ ଚାଷ ଆରମ୍ଭ କରିଥିଲେ। ଚାଷ ବେଶ ଭଲ ହୋଇଥିଲା। କିନ୍ତୁ ନୋଟ୍‌‌ବନ୍ଦୀ ସମୟରେ ଆର୍ଥିକ ସଂକଟ ପାଇଁ ଗାଁକୁ ପଳାଇଆସିଥିଲେ। ୨୦୧୯ ମସିହାରେ ଗାଁରେ ଲିଜ୍‌‌ସୂତ୍ରରେ ୮ ଏକର ଜମି ଆଣି ଚାଷ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩ ଏକର ଜମିରେ ସେ କଦଳୀ ଚାଷ ଆରମ୍ଭ କରିଥିଲେ। ଏହାର କିଛି ମାସ ପରେ ଆଉ ୩ ଏକର ଜମିରେ ପୋଟଳ ଚାଷ ମଧ୍ୟ ଆରମ୍ଭ କଲେ। ଖାଲିଥିବା ଅନ୍ୟ ଜମିରେ କାକୁଡି, ଭେଣ୍ଡି, କୁନ୍ଦୁରୀ, କ୍ୟାପସିକମ, କଖାରୁ, କଞ୍ଚାଲଙ୍କା, ବାଇଗଣ, କଲରା, ନାଡୁକା, ବିନ୍ସ, ବିଭିନ୍ନ ପ୍ରକାରର କୋବି, ବାଦାମ ସହ ବିରି ଇତ୍ୟାଦି ଚାଷ କରିଆସୁଛନ୍ତି ସୁବ୍ରତ।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ସୁବ୍ରତଙ୍କ ରୋଜଗାରର ସିଂହ ଭାଗ ଆସେ କଦଳୀ ଓ ପୋଟଳ ଚାଷରୁ। ସୁବ୍ରତ ପାଖାପାଖି ଦୁଇ ହଜାର କଦଳୀ ଗଛ ଲଗାଇଥିବା ବେଳେ ଏଥିରୁ ବାର୍ଷିକ ସାଢ଼େ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ହେଉଛି। ଅନ୍ୟ ଦିନେ ୧୦ରୁ ଊର୍ଦ୍ଧ୍ବ୍ୱ ଗଛରୁ କଦଳୀ କାନ୍ଧି ବାହାରୁ ଥିବା ବେଳେ ଅଗଷ୍ଟ ମାସରୁ ଅକ୍ଟୋବର ଯାଏ ପ୍ରତିଦିନ ୩୦ କାନ୍ଧି କଦଳୀ ଅମଳ ହୋଇଥାଏ। କଦଳୀ କାନ୍ଧିର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ ହୋଇ ସାଢ଼େ ୩ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ। ଗୋଟିଏ ଗଛରୁ ମଞ୍ଜା ଓ ଭଣ୍ଡା ବାବଦକୁ ୫୦ରୁ ୬୦ ଟଙ୍କା ରୋଜଗାର ହୁଏ। କଦଳୀ, ମଞ୍ଜା ଓ ଭଣ୍ଡା ସ୍ଥାନୀୟ ବଜାର ସହ ଜଳେଶ୍ୱର, ଭୋଗରାଇ ଓ ମୟୂରଭଞ୍ଜ ଜିଲ୍ଲାକୁ ଚାଲାଣ ହୁଏ।

ବର୍ଷକୁ ଚାରା ପ୍ରତି ୧୫ରୁ ୨୦ ଟଙ୍କା ହିସାବରେ ୧୦ ହଜାର କଦଳୀ ଚାରା ବିକ୍ରି କରନ୍ତି ସୁବ୍ରତ। ଚଳିତବର୍ଷ ଉଦ୍ୟାନ ବିଭାଗ ୧୦ ହଜାର ଚାରା ନେବ ବୋଲି ସୁବ୍ରତଙ୍କ ସହ ଚୁକ୍ତି କରିଛି। ଯାହା ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଗର୍ଭବତୀ ମହିଳାମାନଙ୍କୁ ଯୋଗାଇ ଦିଆଯିବ।

ପୋଟଳ ମଧ୍ୟ ବର୍ଷର ୮ ମାସ ପାଖାପାଖି ଉତ୍ପାଦନ ହେଉଥିବା ବେଳେ ଏହା କିଲୋ ପିଛା ୨୦ଟଙ୍କାରୁ ଆରମ୍ଭ କରି ୪୦ଟଙ୍କା ଯାଏଁ ବିକ୍ରି ହୋଇଥାଏ। ବିଶେଷ ସାର ଔଷଧ ବ୍ୟବହାର ହେଉ ନ ଥିବାରୁ ସୁବ୍ରତଙ୍କ ବାଡ଼ିରୁ ଉତ୍ପାଦନ ହେଉଥିବା ପୋଟଳର ବେଶ ଚାହିଦା ରହିଛି। ଏଥିରୁ ବି ସାଢ଼େ ୩ ଲକ୍ଷରୁ ଅଧିକ ଟଙ୍କା ଲାଭ ମିଳିଥାଏ ବୋଲି କହିଛନ୍ତି ସୁବ୍ରତ।

ସୁବ୍ରତ ଏହି ଜମିରେ ଛେଳି, କୁକୁଡ଼ା, ଗାଈ ଓ ଘୋଡ଼ା ମଧ୍ୟ ରଖିଛନ୍ତି। ନିଜ ପରିବାରର ୪ ଜଣକୁ ମିଶାଇ ମୋଟ ୧୫ ଜଣ ଲୋକଙ୍କୁ ନିୟମିତ କାମ ଯୋଗାଉଛନ୍ତି ସୁବ୍ରତ। ସେମାନଙ୍କ ଦରମା ୫ ହଜାରଠାରୁ ୧୦ ହଜାର ଟଙ୍କା ଯାଏଁ ରହିଛି।

02 Apr 2023 By The Sakala

ସମନ୍ୱିତ ଚାଷ କରି ନିଜେ ଆର୍ଥିକ ସ୍ୱଚ୍ଛଳ ହେବା ସହ ଆଉ ୧୫ ଜଣଙ୍କୁ ରୋଜଗାର ଦେଇଛନ୍ତି ସୁବ୍ରତ

ଜଳେଶ୍ୱର(ମନୋଜ କୁମାର ଭୂୟାଁ): ଯଦି ଗୋଟେ ଦେଶର ଚାଷୀ ଧନୀ; ତେବେ ସେ ଦେଶ ବି ଧନୀ। ଚାଷୀଟିଏ ସବୁ ବେଳେ ଆମ ଜୀବନରେ ଯୋଡ଼ି ହୋଇ ରହିଥାଏ। ଖାଦ୍ୟର ପ୍ରତ୍ୟେକ ଦାନାରେ ଚାଷୀର ପରିଶ୍ରମ ଲୁଚି ରହିଥାଏ। ଅନେକ ଲୋକଙ୍କ ଅଭିଯୋଗ ଚାଷରେ ଲାଭ ନାହିଁ। କିନ୍ତୁ ଏହାକୁ ଭୁଲ୍‌‌ ପ୍ରମାଣିତ କରିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ମାକଡିଆ ଗାଁର ସୁବ୍ରତ କୁମାର କୁଇଲା। କିଛି ବର୍ଷ ତଳେ କୋରାପୁଟ ଜିଲ୍ଲା ସୁନାବେଡା ଓ ଦାମନଯୋଡ଼ି ଅଞ୍ଚଳରେ ଗାଡ଼ି ଚଳାଉଥିଲେ। ଏବେ ପୂରା ଚାଷୀ। ନିଜେ ଆର୍ଥିକ ସ୍ୱଚ୍ଛଳ ହେବା ସହ ଆଉ ୧୫ ଜଣଙ୍କୁ ସେ ରୋଜଗାର ଦେଇଛନ୍ତି।

କୋରାପୁଟରେ ଗାଡ଼ି ଚଲାଉଥିବା ବେଳେ ସମନ୍ୱିତ ଚାଷ ପ୍ରତି ଆକର୍ଷିତ ହୋଇଥିଲେ ସୁବ୍ରତ। ଜଣେ ବନ୍ଧୁଙ୍କ ସହ ମିଶି ୨୭ ଏକର ଜମି ଲିଜ୍‌‌ରେ ଆଣି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଓ ରାଇକିଆ ଅଞ୍ଚଳରେ ଚାଷ ଆରମ୍ଭ କରିଥିଲେ। ଚାଷ ବେଶ ଭଲ ହୋଇଥିଲା। କିନ୍ତୁ ନୋଟ୍‌‌ବନ୍ଦୀ ସମୟରେ ଆର୍ଥିକ ସଂକଟ ପାଇଁ ଗାଁକୁ ପଳାଇଆସିଥିଲେ। ୨୦୧୯ ମସିହାରେ ଗାଁରେ ଲିଜ୍‌‌ସୂତ୍ରରେ ୮ ଏକର ଜମି ଆଣି ଚାଷ ଆରମ୍ଭ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩ ଏକର ଜମିରେ ସେ କଦଳୀ ଚାଷ ଆରମ୍ଭ କରିଥିଲେ। ଏହାର କିଛି ମାସ ପରେ ଆଉ ୩ ଏକର ଜମିରେ ପୋଟଳ ଚାଷ ମଧ୍ୟ ଆରମ୍ଭ କଲେ। ଖାଲିଥିବା ଅନ୍ୟ ଜମିରେ କାକୁଡି, ଭେଣ୍ଡି, କୁନ୍ଦୁରୀ, କ୍ୟାପସିକମ, କଖାରୁ, କଞ୍ଚାଲଙ୍କା, ବାଇଗଣ, କଲରା, ନାଡୁକା, ବିନ୍ସ, ବିଭିନ୍ନ ପ୍ରକାରର କୋବି, ବାଦାମ ସହ ବିରି ଇତ୍ୟାଦି ଚାଷ କରିଆସୁଛନ୍ତି ସୁବ୍ରତ।

ସୁବ୍ରତଙ୍କ ରୋଜଗାରର ସିଂହ ଭାଗ ଆସେ କଦଳୀ ଓ ପୋଟଳ ଚାଷରୁ। ସୁବ୍ରତ ପାଖାପାଖି ଦୁଇ ହଜାର କଦଳୀ ଗଛ ଲଗାଇଥିବା ବେଳେ ଏଥିରୁ ବାର୍ଷିକ ସାଢ଼େ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ହେଉଛି। ଅନ୍ୟ ଦିନେ ୧୦ରୁ ଊର୍ଦ୍ଧ୍ବ୍ୱ ଗଛରୁ କଦଳୀ କାନ୍ଧି ବାହାରୁ ଥିବା ବେଳେ ଅଗଷ୍ଟ ମାସରୁ ଅକ୍ଟୋବର ଯାଏ ପ୍ରତିଦିନ ୩୦ କାନ୍ଧି କଦଳୀ ଅମଳ ହୋଇଥାଏ। କଦଳୀ କାନ୍ଧିର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ ହୋଇ ସାଢ଼େ ୩ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ। ଗୋଟିଏ ଗଛରୁ ମଞ୍ଜା ଓ ଭଣ୍ଡା ବାବଦକୁ ୫୦ରୁ ୬୦ ଟଙ୍କା ରୋଜଗାର ହୁଏ। କଦଳୀ, ମଞ୍ଜା ଓ ଭଣ୍ଡା ସ୍ଥାନୀୟ ବଜାର ସହ ଜଳେଶ୍ୱର, ଭୋଗରାଇ ଓ ମୟୂରଭଞ୍ଜ ଜିଲ୍ଲାକୁ ଚାଲାଣ ହୁଏ।

ବର୍ଷକୁ ଚାରା ପ୍ରତି ୧୫ରୁ ୨୦ ଟଙ୍କା ହିସାବରେ ୧୦ ହଜାର କଦଳୀ ଚାରା ବିକ୍ରି କରନ୍ତି ସୁବ୍ରତ। ଚଳିତବର୍ଷ ଉଦ୍ୟାନ ବିଭାଗ ୧୦ ହଜାର ଚାରା ନେବ ବୋଲି ସୁବ୍ରତଙ୍କ ସହ ଚୁକ୍ତି କରିଛି। ଯାହା ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଗର୍ଭବତୀ ମହିଳାମାନଙ୍କୁ ଯୋଗାଇ ଦିଆଯିବ।

ପୋଟଳ ମଧ୍ୟ ବର୍ଷର ୮ ମାସ ପାଖାପାଖି ଉତ୍ପାଦନ ହେଉଥିବା ବେଳେ ଏହା କିଲୋ ପିଛା ୨୦ଟଙ୍କାରୁ ଆରମ୍ଭ କରି ୪୦ଟଙ୍କା ଯାଏଁ ବିକ୍ରି ହୋଇଥାଏ। ବିଶେଷ ସାର ଔଷଧ ବ୍ୟବହାର ହେଉ ନ ଥିବାରୁ ସୁବ୍ରତଙ୍କ ବାଡ଼ିରୁ ଉତ୍ପାଦନ ହେଉଥିବା ପୋଟଳର ବେଶ ଚାହିଦା ରହିଛି। ଏଥିରୁ ବି ସାଢ଼େ ୩ ଲକ୍ଷରୁ ଅଧିକ ଟଙ୍କା ଲାଭ ମିଳିଥାଏ ବୋଲି କହିଛନ୍ତି ସୁବ୍ରତ।

ସୁବ୍ରତ ଏହି ଜମିରେ ଛେଳି, କୁକୁଡ଼ା, ଗାଈ ଓ ଘୋଡ଼ା ମଧ୍ୟ ରଖିଛନ୍ତି। ନିଜ ପରିବାରର ୪ ଜଣକୁ ମିଶାଇ ମୋଟ ୧୫ ଜଣ ଲୋକଙ୍କୁ ନିୟମିତ କାମ ଯୋଗାଉଛନ୍ତି ସୁବ୍ରତ। ସେମାନଙ୍କ ଦରମା ୫ ହଜାରଠାରୁ ୧୦ ହଜାର ଟଙ୍କା ଯାଏଁ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର