ଜଳେଶ୍ଵର ଷ୍ଟେସନରେ ରିଜରଭେସନ ଟିକଟ ପାଇଁ ଦଲାଲଙ୍କ ଦବଙ୍ଗଗିରି

The Sakala Picture
Published On

ଜଳେଶ୍ୱର: ଜଳେଶ୍ଵର ଷ୍ଟେସନରେ ରିଜରଭେସନ ଟିକଟ ପାଇଁ ଦଲାଲଙ୍କ ଦବଙ୍ଗଗିରି ବନ୍ଦ କରିବାକୁ ଷ୍ଟେସନ ମେନେଜରଙ୍କ ସହ ରେଳ ବିଭାଗର ପୋଲିସ ଅଧିକାରୀଙ୍କୁ କିଛି ଯାତ୍ରୀ ଦାବି ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଜଳେଶ୍ଵର ଷ୍ଟେସନ ପରିସରରେ ଚାଲିଛି ଚୋରା ଟିକଟ ଦଲାଲଙ୍କ ରାଜ। ସାଧାରଣ ଲୋକେ ବାରମ୍ବାର ଲାଇନରେ ରହି ରିଜର୍ଭେସନ ଟିକଟ ଟିଏ ପାଇ ପାରୁ ନ ଥିବା ବେଳେ, ଦଲାଲ ମାନେ ଲାଇନରେ ନ ରହି ରିଜର୍ଭେସନ ଟିକଟ ନେବାରେ ସଫଳ […]

ଜଳେଶ୍ୱର: ଜଳେଶ୍ଵର ଷ୍ଟେସନରେ ରିଜରଭେସନ ଟିକଟ ପାଇଁ ଦଲାଲଙ୍କ ଦବଙ୍ଗଗିରି ବନ୍ଦ କରିବାକୁ ଷ୍ଟେସନ ମେନେଜରଙ୍କ ସହ ରେଳ ବିଭାଗର ପୋଲିସ ଅଧିକାରୀଙ୍କୁ କିଛି ଯାତ୍ରୀ ଦାବି ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଜଳେଶ୍ଵର ଷ୍ଟେସନ ପରିସରରେ ଚାଲିଛି ଚୋରା ଟିକଟ ଦଲାଲଙ୍କ ରାଜ। ସାଧାରଣ ଲୋକେ ବାରମ୍ବାର ଲାଇନରେ ରହି ରିଜର୍ଭେସନ ଟିକଟ ଟିଏ ପାଇ ପାରୁ ନ ଥିବା ବେଳେ, ଦଲାଲ ମାନେ ଲାଇନରେ ନ ରହି ରିଜର୍ଭେସନ ଟିକଟ ନେବାରେ ସଫଳ ହେଉଛନ୍ତି। ପୁଣି ତତ୍କାଳିନ ଟିକଟ ପାଇଁ ମଧ୍ୟ ଲୋକେ ଲାଇନରେ ରହୁଥିବା ବେଳେ ଦଲାଲ ମାନଙ୍କ ଦ୍ବାରା ଦରଖାସ୍ତ ଫର୍ମ ନ ଦେଲେ ଟିକଟ ମିଳିପାରୁ ନାହିଁ। ଆଠରୁ ନଅ ଦିନ ଧରି ଜଳେଶ୍ଵର ଷ୍ଟେସନକୁ ବାଘପୁଞ୍ଜି ଗ୍ରାମର ଗୋପବନ୍ଧୁ ପାତ୍ର,ବିରିଷପୁରର ଚନ୍ଦନ କଟୁଆଳ, ରାଇବଣିଆର ଅଜିତ ମାରାଣ୍ଡି,ସାଲବଣିର ଗଣେଶ ହାସଦା,ବାଉଁଶଢ଼ିହାର ସୁଭଜିତ ଚକ୍ରବର୍ତ୍ତୀ ଓ ବସ୍ତାର ପାର୍ଥରାଜ କର ପ୍ରମୁଖ ଏହିସବୁ ଅନେକ ବ୍ୟକ୍ତି ରିଜର୍ଭେସନ ଟିକଟ ପାଇବାରୁ ବଞ୍ଚିତ ହେଉଥିଲେ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି କି ଜଳେଶ୍ଵର ଷ୍ଟେସନ ପରିସରରେ ଦଲାଲ ମାନେ କେତେ ସକ୍ରିୟ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ତେବେ ଏବିଷୟରେ ଜଣେ ସ୍ଥାନୀୟ ବାସିନ୍ଦା ବିରିଶପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସିଂ ଟିକଟ କାଟିବାକୁ ଆସି ଟିକଟ ପାଇ ନପାରି ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଦଲାଲ ମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିକଟ ପାଇଁ ଷ୍ଟେସନ ପରିସରରେ ପ୍ରତିବାଦ କରିବାରୁ ଦଲାଲ ମାନେ ବିଭିନ୍ନ ଅଶ୍ଳିଳ ଭାଷା କହିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି। ଉକ୍ତ ଘଟଣାକୁ ନେଇ ସେ ଷ୍ଟେସନ ମେନେଜର ,ଜିଆରପି, ଆରପିଏଫ ଏବଂ ରେଳବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ ଲିଖିତ ଅବଗତ କରାଇବା ପରେ ଘଟଣା ଚର୍ଚ୍ଚାରେ ରହିଛି।

ଯଦି ସାତଦିନ ମଧ୍ୟରେ ରେଳ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଧାରଣାରେ ବସିବାର ଚେତାବନୀ ଦେଇଛନ୍ତି ପୂର୍ଣ୍ଣ ଚନ୍ଦ୍ର। ଏହିସବୁ ଅଭିଯୋଗ ଚର୍ଚ୍ଚାକୁ ଆସିବା ପରେ ବହୁ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ତେବେ ଜଳେଶ୍ୱର ଷ୍ଟେସନର ମେନେଜର ଖଗେନ୍ଦ୍ର ମଣ୍ଡଳ ଅଭିଯୋଗ କାରୀଙ୍କୁ ବୁଝା ସୁଝା କରିଥିଲେ। ଶେଷରେ ନିଜେ ଷ୍ଟେସନ ମେନେଜର ଟିକଟ କାଉଣ୍ଟର ପାଖରେ ରହି ସମସ୍ତ ଯାତ୍ରୀ ପାଇଁ ଫର୍ମ ସିରିଏଲ ନମ୍ବର ପକେଇ ରିଜରଭେସନ ଟିକଟ କଟେଇ ଥିଲେ।

07 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର