ଛଅ ମାସ ହେଲା ବିଛଣାରେ ଶୋଇ ରହିଛନ୍ତି କର୍କଟ ପୀଡ଼ିତ ରମେଶ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଦୁଧହଂସା ପଞ୍ଚାୟତର ରମେଶ ରାଉତ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘ ୬ ମାସ ଧରି ବିଛଣାରେ ପଡ଼ିିରହି ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ବର୍ଷକ ପୂର୍ବରୁ ଦୁଇ ପୁଅ,ପ ତ୍ନୀ ଓ ବୃଦ୍ଧା ମା’ଙ୍କୁ ନେଇ ୪୩ ବର୍ଷିୟ ରମେଶଙ୍କ ୫ ଜଣିଆ ପରିବାର ବେଶ ହସଖୁସିରେ ଚଳି ଯାଉଥିଲେ। ଭୂମିହୀନ ରମେଶ ନିର୍ମାଣ ଶ୍ରମିକ ଓ ଦିନ ମଜୁରିଆ ଭାବେ କାମ କରି […]

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଦୁଧହଂସା ପଞ୍ଚାୟତର ରମେଶ ରାଉତ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘ ୬ ମାସ ଧରି ବିଛଣାରେ ପଡ଼ିିରହି ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି।
ବର୍ଷକ ପୂର୍ବରୁ ଦୁଇ ପୁଅ,ପ ତ୍ନୀ ଓ ବୃଦ୍ଧା ମା’ଙ୍କୁ ନେଇ ୪୩ ବର୍ଷିୟ ରମେଶଙ୍କ ୫ ଜଣିଆ ପରିବାର ବେଶ ହସଖୁସିରେ ଚଳି ଯାଉଥିଲେ। ଭୂମିହୀନ ରମେଶ ନିର୍ମାଣ ଶ୍ରମିକ ଓ ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ଚଳିବାରେ କୌଣସି ଅସୁବିଧା ନଥିଲା। ବଡ଼ପୁଅ କଲେଜରେ ପଢ଼ୁଥିବା ବେଳେ ସାନପୁଅ ହାଇସ୍କୁଲରେ ପଢୁଛି। ତେବେ ଗତ ବର୍ଷକ ତଳେ ରମେଶଙ୍କ ବାମ ଆଖି ହଠାତ୍ ଛୋଟ ହୋଇଯିବା ସହ ବାମ ହାତଟି ଧିରେ ଧିରେ ସରୁ ହେବାରେ ଲାଗିଲା। ପୁଣି ବାନ୍ତି ଲାଗି ରହିବା ସହ ମୁଣ୍ଡରେ ମଧ୍ୟ ଅସହ୍ୟ ଭାବେ ଯନ୍ତ୍ରଣା ହେଲା। ପରିବାର ଲୋକେ ପ୍ରଥମେ ବସ୍ତା ପୁଣି ବାଲେଶ୍ଵର ଓ କଟକ ଏହିପରି ବିଭିନ୍ନ ସ୍ଥାନକୁ ନେବାପରେ ଗତ ପ୍ରାୟ ୬ ମାସ ତଳେ ରମେଶ କର୍କଟ ରୋଗରେ ପୀଡିତ ବୋଲି ଜଣା ପଡିଲା। ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ପଡ଼ିଥିବା ବେଳେ ଘରେ ଯାହା ଅଳଙ୍କାର ତଥା ଅନ୍ୟ ମୂଲ୍ୟବାନ ସାମଗ୍ରୀ ଥିଲା ସେସବୁକୁ ରମେଶଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ବିକ୍ରି କରି ଦେଇଛନ୍ତି। ସେହି ଅର୍ଥ ସରିବା ପରେ ନିଜ ଚିହ୍ନା ପରିଚୟ ଆତ୍ମିକ ସ୍ବଜନ ଲୋକଙ୍କ ଠାରୁ ମଧ୍ୟ ପାଖାପାଖି ଦେଢ ଲକ୍ଷ ଟଙ୍କାର ଋଣ କରିସାରିଛନ୍ତି ତାଙ୍କ ପରିବାର। ଏବେ ସବୁ ଟଙ୍କା ଖର୍ଚ୍ଚ ହୋଇଯିବା ପରେ ଅର୍ଥର ଅଭାବ ଯୋଗୁଁ ରମେଶଙ୍କୁ ଚିକିତ୍ସା ପାଇଁ କଟକକୁ ନିଆଯାଇ ପାରୁନାହିଁ।
ଦିନକୁ ଦିନ ରମେଶଙ୍କ ପାଇଁ ରୋଗର ଜ୍ବାଳା ଅସହ୍ୟ ହେଉଥିବା ବେଳେ କେବଳ ସେ ବିଛଣାରେ ଶୋଇ ରହୁଛନ୍ତି। ଗୋଟିଏ ପଟେ ଆର୍ଥିକ ସମସ୍ୟା ଅନ୍ୟପଟେ ରମେଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡୁ ଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଦିନକୁ ଥରେ ଘରେ ଚୁଲି ଜଳୁଥିବା ବେଳେ ଅଧିକାଂଶ ସମୟ ଉପବାସରେ ରହୁଛନ୍ତି ଏହି ପରିବାର।ବାପାଙ୍କ ଏପରି ଅବସ୍ଥା ସମୟରେ ଦୁଇ ପୁଅର ପାଠପଢ଼ା ମଧ୍ୟ ଠପ୍ ହେବାକୁ ବସିଛିଛି। ତେବେ ରମେଶଙ୍କ ସମ୍ପର୍କରେ ଖବର ପାଇ ଗତକାଲି ବାଲେଶ୍ଵରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବାଘାଯତୀନ ସ୍ବେଚ୍ଛାସେବୀ ସଂଗଠନର ବରିଷ୍ଠ ସଦସ୍ୟ ଭଗବାନ ଲେଙ୍କା ନିଜର ବିବାହ ବାର୍ଷିକୀ ଥିବାରୁ ସଙ୍ଗଠନର ଅନ୍ୟ କର୍ମକର୍ତ୍ତାଙ୍କୁ ଧରି ରମେଶଙ୍କ ଘରେ ପହଞ୍ଚିଥିଲେ। ନିଜ ଖର୍ଚ୍ଚରେ ଭଗବାନ ରମେଶଙ୍କ ପରିବାରକୁ ମାସକର ରେସନ ସହ ୩୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତେବେ ରମେଶଙ୍କ ଉଚ୍ଚ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ କେହି ଯଦି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବେ ତେବେ ରମେଶ ନିଶ୍ଚେ ସୁସ୍ଥ ହୋଇଯିବେ ବୋଲି ତାଙ୍କ ପତ୍ନୀ ଆଶା ବାନ୍ଧି ବସିଛନ୍ତି। ରମେଶଙ୍କ ପରିବାର ସହ କେହି ଯୋଗାଯୋଗ କରିବାକୁ ଚାହୁଁଥିଲେ ୮୨୬୦୯୧୭୪୭୫ ନମ୍ବରରେ ଫୋନ କରିପାରିବେ।
03 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର