ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବାଲେଶ୍ବର: ଶବକୁ ଅସମ୍ମାନ ଘଟଣା, ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ…

The Sakala Picture
Published On

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହି ଗ୍ରାମରେ ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ। ଅର୍ଥ ଅଭାବରୁ ବାପା ଝିଅର ମୃତେଦହକୁ ଟଲିରେ ବୋହି ଆଣିଥିଲା। ଏହି ଖବର ପ୍ରସାରଣ ପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଛି। ଜିଲ୍ଲାପଳ କାର୍ଯ୍ୟାଳୟ ପକ୍ଷରୁ ତହସିଲଦାର , ବିଡିଓ ବାଲିଆପାଳ, ଦେଉଳାର ସରପଞ୍ଚ ଏବଂ ପିଇଓଙ୍କ ସହିତ ସମନ୍ୱୟ କରି ମୃତଦେହକୁ ଶବଦାହ ପାଇଁ ନେବା ନିମନ୍ତେ ଗାଡ଼ିର ବ୍ୟବସ୍ଥା କରିଥିଲେ। ହରିଶ୍ଚନ୍ଦ୍ର […]

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହି ଗ୍ରାମରେ ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ। ଅର୍ଥ ଅଭାବରୁ ବାପା ଝିଅର ମୃତେଦହକୁ ଟଲିରେ ବୋହି ଆଣିଥିଲା। ଏହି ଖବର ପ୍ରସାରଣ ପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଛି। ଜିଲ୍ଲାପଳ କାର୍ଯ୍ୟାଳୟ ପକ୍ଷରୁ ତହସିଲଦାର , ବିଡିଓ ବାଲିଆପାଳ, ଦେଉଳାର ସରପଞ୍ଚ ଏବଂ ପିଇଓଙ୍କ ସହିତ ସମନ୍ୱୟ କରି ମୃତଦେହକୁ ଶବଦାହ ପାଇଁ ନେବା ନିମନ୍ତେ ଗାଡ଼ିର ବ୍ୟବସ୍ଥା କରିଥିଲେ। ହରିଶ୍ଚନ୍ଦ୍ର ଯୋଜନା ଅଧୀନରେ ରେଡ୍ କ୍ରସ୍ ତରଫରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଏ ନେଇ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ସୂଚନା ଅନୁଯାୟୀ, ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହି ଗ୍ରାମର ମଧୁବିନ୍ଧାଣୀ ଝିଅ ନନ୍ଦିନୀ ଘରୁ ରାଗିଯାଇ ନିକଟସ୍ଥ ଗ୍ରାମରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଖବର ପାଇ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ଦାୟିତ୍ୱ ଦେଇ ପଳାଇ ଆସିଥିଲେ । ତେବେ ବାପା ମଧୁ ଅତ୍ୟନ୍ତ ଗରିବ ଦିନ ମଜୁରିଆ ହୋଇଥିବାରୁ ଆମ୍ବୁଲାନସରେ ଶବକୁ ନେବାକୁ ୧୨ଶହ ଟଙ୍କା ବ୍ୟବସ୍ଥା କରିପାରି ନ ଥିଲେ। ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଠାରୁ ଟଲି ମାଗି ଝିଅର ଶବକୁ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କରିଥିଲେ। ତେବେ ଡାକ୍ତରଖାନକୁ ଶବଟି ଟଲିର ଯାଉଥିବା ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଗରିବ ଅସହାୟ ଆଦିବାସୀଙ୍କ ପ୍ରତି ପୁଲିସ ପ୍ରଶାସନର ମାନବିକତା ନ ଦେଖାଇବା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

18 Jul 2025 By The Sakala

ବାଲେଶ୍ବର: ଶବକୁ ଅସମ୍ମାନ ଘଟଣା, ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ…

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହି ଗ୍ରାମରେ ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ। ଅର୍ଥ ଅଭାବରୁ ବାପା ଝିଅର ମୃତେଦହକୁ ଟଲିରେ ବୋହି ଆଣିଥିଲା। ଏହି ଖବର ପ୍ରସାରଣ ପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଛି। ଜିଲ୍ଲାପଳ କାର୍ଯ୍ୟାଳୟ ପକ୍ଷରୁ ତହସିଲଦାର , ବିଡିଓ ବାଲିଆପାଳ, ଦେଉଳାର ସରପଞ୍ଚ ଏବଂ ପିଇଓଙ୍କ ସହିତ ସମନ୍ୱୟ କରି ମୃତଦେହକୁ ଶବଦାହ ପାଇଁ ନେବା ନିମନ୍ତେ ଗାଡ଼ିର ବ୍ୟବସ୍ଥା କରିଥିଲେ। ହରିଶ୍ଚନ୍ଦ୍ର ଯୋଜନା ଅଧୀନରେ ରେଡ୍ କ୍ରସ୍ ତରଫରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଏ ନେଇ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହି ଗ୍ରାମର ମଧୁବିନ୍ଧାଣୀ ଝିଅ ନନ୍ଦିନୀ ଘରୁ ରାଗିଯାଇ ନିକଟସ୍ଥ ଗ୍ରାମରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଖବର ପାଇ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ଦାୟିତ୍ୱ ଦେଇ ପଳାଇ ଆସିଥିଲେ । ତେବେ ବାପା ମଧୁ ଅତ୍ୟନ୍ତ ଗରିବ ଦିନ ମଜୁରିଆ ହୋଇଥିବାରୁ ଆମ୍ବୁଲାନସରେ ଶବକୁ ନେବାକୁ ୧୨ଶହ ଟଙ୍କା ବ୍ୟବସ୍ଥା କରିପାରି ନ ଥିଲେ। ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଠାରୁ ଟଲି ମାଗି ଝିଅର ଶବକୁ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କରିଥିଲେ। ତେବେ ଡାକ୍ତରଖାନକୁ ଶବଟି ଟଲିର ଯାଉଥିବା ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଗରିବ ଅସହାୟ ଆଦିବାସୀଙ୍କ ପ୍ରତି ପୁଲିସ ପ୍ରଶାସନର ମାନବିକତା ନ ଦେଖାଇବା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର