କାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ବାଲେଶ୍ଵରର ଯୁବ ବ୍ୟବସାୟ ପ୍ରତୀକ ପଣ୍ଡା ତିଆରି କଲେ ବାଉଁଶ ପାତିଆରେ ତିନି ରଥ

The Sakala Picture
Published On

ବାଲେଶ୍ଵର: ଆସନ୍ତାକାଲି ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଳରେ ପାଳିତ ହେବ ରଥଯାତ୍ରା। ଭକ୍ତ ଟାଣିବେ ରଥ। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ବାଲେଶ୍ଵରର ଯୁବ ବ୍ୟବସାୟ ପ୍ରତୀକ ପଣ୍ଡା ଏକ ଭିନ୍ନ ଓ ଆକର୍ଷଣୀୟ ରଥ ପ୍ରସ୍ତୁତି କରିଛନ୍ତି। ବାଉଁଶ ଶିଳ୍ପରୁ ଅନୁପ୍ରାଣିତ ହୋଇ ପ୍ରତୀକ ବାଉଁଶରେ ବେଶ ଆକର୍ଷଣୀୟ ତିନି ରଥ ତିଆରି କରିଛନ୍ତି। ସମ୍ପୂର୍ଣ୍ଣ ବାଉଁଶ ପାତିଆରେ ପ୍ରସ୍ତୁତ ଗୋଟିଏ ରଥର ଉଚ୍ଚତା ଏକ ଫୁଟ୍, ଆଉ ଏକ ୧୦ […]

ବାଲେଶ୍ଵର: ଆସନ୍ତାକାଲି ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଳରେ ପାଳିତ ହେବ ରଥଯାତ୍ରା। ଭକ୍ତ ଟାଣିବେ ରଥ। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ବାଲେଶ୍ଵରର ଯୁବ ବ୍ୟବସାୟ ପ୍ରତୀକ ପଣ୍ଡା ଏକ ଭିନ୍ନ ଓ ଆକର୍ଷଣୀୟ ରଥ ପ୍ରସ୍ତୁତି କରିଛନ୍ତି। ବାଉଁଶ ଶିଳ୍ପରୁ ଅନୁପ୍ରାଣିତ ହୋଇ ପ୍ରତୀକ ବାଉଁଶରେ ବେଶ ଆକର୍ଷଣୀୟ ତିନି ରଥ ତିଆରି କରିଛନ୍ତି। ସମ୍ପୂର୍ଣ୍ଣ ବାଉଁଶ ପାତିଆରେ ପ୍ରସ୍ତୁତ ଗୋଟିଏ ରଥର ଉଚ୍ଚତା ଏକ ଫୁଟ୍, ଆଉ ଏକ ୧୦ ଇଞ୍ଚ୍ ଏବଂ ଆଉ ଗୋଟିଏ ୯ ଇଞ୍ଚ୍ ର ରଥ ପ୍ରସ୍ତୁତ କରିଛନ୍ତି ପ୍ରତୀକ। ୭ ଦିନ ଭିତରେ ବାଉଁଶ ପାତିଆ, କରତ ଗୁଣ୍ଡରେ ପ୍ରସ୍ତୁତ ହୋଇଛି ତିନି ରଥ। ପୁରୀ ରଥରେ ଯାହା ଯାହା ସାମଗ୍ରୀ ଲାଗିଥାଏ ତାହା ଏହି ରଥରେ ମଧ୍ୟ ଲଗାଯାଇଥିବା ପ୍ରତୀକ କହିଛନ୍ତି। ଠାକୁର ମଧ୍ୟ କାଠ ଅର୍ଥାତ ବାଉଁଶରେ ପୁଟି(କରତ ଗୁଣ୍ଡ) ଦେଇ ଆକାର ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ବର୍ବରତା: ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କଲେ ସୌମ୍ୟରଞ୍ଜନଙ୍କ ଗ୍ରାମବାସୀ

ଗତବର୍ଷ କାଗଜରେ ରଥ ପ୍ରସ୍ତୁତ କରି ପ୍ରଶଂସା ସାଉଁଟିଥିବା ପ୍ରତୀକ ଚଳିତ ବର୍ଷ ବାଉଁଶରେ ରଥ ଏବଂ କାଠରେ ପ୍ରଭୁଙ୍କ ପ୍ରତିମା ତିଆରି କରିଛନ୍ତି। ଯାହା ଆସନ୍ତାକାଲି ପୂଜା ସହ ପ୍ରଦର୍ଶିତ କରାଯିବ। ବାଲେଶ୍ଵର ସହର ସୁନ୍ଦରୀ ଗ୍ରାମର ଅଜିତ କୁମାର ପଣ୍ଡା ଓ ସମିତା ପଣ୍ଡାଙ୍କ ପୁଅ ପ୍ରତୀକ(୨୮)। ବ୍ୟବସାୟ କରୁଥିବା ପ୍ରତୀକଙ୍କ କଳା ପ୍ରତି ରହିଛି ଦୁର୍ବଳତା। ଚିତ୍ର ଆଙ୍କିବା ସହ ଅନେକ କାରୁକାର୍ଯ୍ୟ ଓ ହସ୍ତଶିଳ୍ପ କାମ କରି ସଫଳ ହୋଇଛନ୍ତି। ଏମିତିକି ତାଙ୍କ ହାତ ତିଆରି ଟେରାକୋଟା କାମ ବିଦେଶକୁ ମଧ୍ୟ ଯାଇଛି। ନିକଟରେ ତାଙ୍କ ହାତ ତିଆରି ଟେରାକୋଟା କାମ ପ୍ୟାରିସକୁ ଯାଇଛି। ତେବେ ଏବର୍ଷ ତିଆରି କରିଥିବା ବାଉଁଶ ରଥ ସୁନ୍ଦରୀ ଗ୍ରାମବାସୀ ତଥା ଭକ୍ତଙ୍କ ପାଇଁ ସେ ଗ୍ରାମରେ ପ୍ରଦର୍ଶନୀ କରିବେ ବୋଲି ପ୍ରତୀକ କହିଛନ୍ତି।

ଆହୁରି ପଢ଼ନ୍ତୁ: ବରିଷ୍ଠ ବିଜେଡି ନେତା ତଥା କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ୍‌ ଖାନ୍‌ଙ୍କ ପରଲୋକ

30 Jun 2022 By The Sakala

କାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ବାଲେଶ୍ଵରର ଯୁବ ବ୍ୟବସାୟ ପ୍ରତୀକ ପଣ୍ଡା ତିଆରି କଲେ ବାଉଁଶ ପାତିଆରେ ତିନି ରଥ

ବାଲେଶ୍ଵର: ଆସନ୍ତାକାଲି ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଳରେ ପାଳିତ ହେବ ରଥଯାତ୍ରା। ଭକ୍ତ ଟାଣିବେ ରଥ। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ବାଲେଶ୍ଵରର ଯୁବ ବ୍ୟବସାୟ ପ୍ରତୀକ ପଣ୍ଡା ଏକ ଭିନ୍ନ ଓ ଆକର୍ଷଣୀୟ ରଥ ପ୍ରସ୍ତୁତି କରିଛନ୍ତି। ବାଉଁଶ ଶିଳ୍ପରୁ ଅନୁପ୍ରାଣିତ ହୋଇ ପ୍ରତୀକ ବାଉଁଶରେ ବେଶ ଆକର୍ଷଣୀୟ ତିନି ରଥ ତିଆରି କରିଛନ୍ତି। ସମ୍ପୂର୍ଣ୍ଣ ବାଉଁଶ ପାତିଆରେ ପ୍ରସ୍ତୁତ ଗୋଟିଏ ରଥର ଉଚ୍ଚତା ଏକ ଫୁଟ୍, ଆଉ ଏକ ୧୦ ଇଞ୍ଚ୍ ଏବଂ ଆଉ ଗୋଟିଏ ୯ ଇଞ୍ଚ୍ ର ରଥ ପ୍ରସ୍ତୁତ କରିଛନ୍ତି ପ୍ରତୀକ। ୭ ଦିନ ଭିତରେ ବାଉଁଶ ପାତିଆ, କରତ ଗୁଣ୍ଡରେ ପ୍ରସ୍ତୁତ ହୋଇଛି ତିନି ରଥ। ପୁରୀ ରଥରେ ଯାହା ଯାହା ସାମଗ୍ରୀ ଲାଗିଥାଏ ତାହା ଏହି ରଥରେ ମଧ୍ୟ ଲଗାଯାଇଥିବା ପ୍ରତୀକ କହିଛନ୍ତି। ଠାକୁର ମଧ୍ୟ କାଠ ଅର୍ଥାତ ବାଉଁଶରେ ପୁଟି(କରତ ଗୁଣ୍ଡ) ଦେଇ ଆକାର ଦିଆଯାଇଛି।

ଗତବର୍ଷ କାଗଜରେ ରଥ ପ୍ରସ୍ତୁତ କରି ପ୍ରଶଂସା ସାଉଁଟିଥିବା ପ୍ରତୀକ ଚଳିତ ବର୍ଷ ବାଉଁଶରେ ରଥ ଏବଂ କାଠରେ ପ୍ରଭୁଙ୍କ ପ୍ରତିମା ତିଆରି କରିଛନ୍ତି। ଯାହା ଆସନ୍ତାକାଲି ପୂଜା ସହ ପ୍ରଦର୍ଶିତ କରାଯିବ। ବାଲେଶ୍ଵର ସହର ସୁନ୍ଦରୀ ଗ୍ରାମର ଅଜିତ କୁମାର ପଣ୍ଡା ଓ ସମିତା ପଣ୍ଡାଙ୍କ ପୁଅ ପ୍ରତୀକ(୨୮)। ବ୍ୟବସାୟ କରୁଥିବା ପ୍ରତୀକଙ୍କ କଳା ପ୍ରତି ରହିଛି ଦୁର୍ବଳତା। ଚିତ୍ର ଆଙ୍କିବା ସହ ଅନେକ କାରୁକାର୍ଯ୍ୟ ଓ ହସ୍ତଶିଳ୍ପ କାମ କରି ସଫଳ ହୋଇଛନ୍ତି। ଏମିତିକି ତାଙ୍କ ହାତ ତିଆରି ଟେରାକୋଟା କାମ ବିଦେଶକୁ ମଧ୍ୟ ଯାଇଛି। ନିକଟରେ ତାଙ୍କ ହାତ ତିଆରି ଟେରାକୋଟା କାମ ପ୍ୟାରିସକୁ ଯାଇଛି। ତେବେ ଏବର୍ଷ ତିଆରି କରିଥିବା ବାଉଁଶ ରଥ ସୁନ୍ଦରୀ ଗ୍ରାମବାସୀ ତଥା ଭକ୍ତଙ୍କ ପାଇଁ ସେ ଗ୍ରାମରେ ପ୍ରଦର୍ଶନୀ କରିବେ ବୋଲି ପ୍ରତୀକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର