ଘର ନିର୍ମାଣ କରିଦେବା ଆଳରେ ବୃଦ୍ଧାଙ୍କ ଠାରୁ ୫୦ହଜାର ଟଙ୍କା ନେଇ ଦଲାଲ ଫେରାର

The Sakala Picture
Published On

ନୀଳଗିରି: ବିଧବା ମହିଳା ଜଣଙ୍କୁ ପକ୍କା ଘର  ପାଇଁ  ବ୍ଲକ ପ୍ରଶାସନ ୨୦୧୮ ମସିହାରେ ଏକ ଆବାସର କାର୍ଯ୍ୟାଦେଶ ଦେଇଥିଲେ। ପ୍ରଥମ କିସ୍ତି ୨୦ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଯାଇଥିଲା। ୭୦ବର୍ଷର ବୃଦ୍ଧା ନିଜେ ଘର ନିର୍ମାଣ କରିବା ଅସମ୍ଭବ ମନେ କରି ଜଣେ ଠିକାଦାରଙ୍କୁ ଘର ତିଆରି କରିଦେବା ପାଇଁ କହିଥିଲେ। ଉକ୍ତ ଠିକାଦାର ଜଣକ ବୃଦ୍ଧାଙ୍କ ଠାରୁ ଟିପ ଚିହ୍ନ ନେଇ କେବଳ ଗ୍ରେଡ ବିମ୍‍ ପକାଇ ପ୍ରଥମ କିସ୍ତି ୨୦ ହଜାର […]

ନୀଳଗିରି: ବିଧବା ମହିଳା ଜଣଙ୍କୁ ପକ୍କା ଘର  ପାଇଁ  ବ୍ଲକ ପ୍ରଶାସନ ୨୦୧୮ ମସିହାରେ ଏକ ଆବାସର କାର୍ଯ୍ୟାଦେଶ ଦେଇଥିଲେ। ପ୍ରଥମ କିସ୍ତି ୨୦ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଯାଇଥିଲା। ୭୦ବର୍ଷର ବୃଦ୍ଧା ନିଜେ ଘର ନିର୍ମାଣ କରିବା ଅସମ୍ଭବ ମନେ କରି ଜଣେ ଠିକାଦାରଙ୍କୁ ଘର ତିଆରି କରିଦେବା ପାଇଁ କହିଥିଲେ। ଉକ୍ତ ଠିକାଦାର ଜଣକ ବୃଦ୍ଧାଙ୍କ ଠାରୁ ଟିପ ଚିହ୍ନ ନେଇ କେବଳ ଗ୍ରେଡ ବିମ୍‍ ପକାଇ ପ୍ରଥମ କିସ୍ତି ୨୦ ହଜାର , ୨ୟ କିସ୍ତି ୩୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛି।

ଶେଷରେ ବ୍ଲକରୁ ନୋଟିସ ପାଇଲା ପରେ ନିରାଶ୍ରୟ ବୃଦ୍ଧାଜଣକ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣା ନୀଳଗିରି ବ୍ଲକରେ ମହିଷାପଟା ପଞ୍ଚାୟତର ଶାଳବଣି (ସଠିଲୋବଲବଲିଆ) ଗ୍ରାମର ୭୦ବର୍ଷୀୟା ଦୁନମଣୀ ବେୱାଙ୍କ ସହ ଘଟିଛି। ସେ ନିଜର ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି କରିଦେବା ପାଇଁ ଗୋପାଳପୁର ଗ୍ରାମର ଜଣେ ଠିକାଦାରଙ୍କୁ କହିଥିଲେ। ହେଲେ ଉକ୍ତ ଠିକାଦାର ୧ମ କିସ୍ତି ୨୦ହଜାର ଟଙ୍କା, ୨ୟ କିସ୍ତି ୩୦ହଜାର ଟଙ୍କା ଲୁଟି ନେଇ କେବଳ ଗ୍ରେଡବିମ୍‍ ପକାଇ ଆଉ ମାସ ମାସ ଧରି କାମ କରୁ ନ ଥିବାର ଦୁନମଣୀ ବେୱା ପ୍ରକାଶ କରିଛନ୍ତି। ଘର ନିର୍ମାଣ ପାଇଁ ବ୍ଲକ ଅଫିସରୁ ଚିଠି ପାଇଲା ପରେ ଶେଷରେ ନିରାଶ୍ରୟା ବୃଦ୍ଧା ଜଣକ ଠିକାଦାରଙ୍କ ନାମରେ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ତେବେ ନୀଳଗିରି ପୁଲିସ ବୃଦ୍ଧାକୁ ନ୍ୟାୟ ଦେଇ ଠିକାଦାରଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଛି।

19 Mar 2021 By The Sakala

https://www.thesakala.in/latest-odisha-news/balasore/broker-50thousand-from-the-old-women/article-831
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର