ଘାରିଥିଲା ରିଲ୍ସ ନିଶା, ବିପଦପୂର୍ଣ୍ଣ ଷ୍ଟଣ୍ଟକରି ୩୫୦୦ ଟଙ୍କା ଫାଇନ୍‌ ଗଣିଲେ ଯୁବକ

The Sakala Picture
Published On

ବାଲେଶ୍ବର: ଯୁବକଙ୍କୁ ମହଙ୍ଗା ପଡିଲା ରିଲ୍ସ ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା । ରାସ୍ତା ଉପରେ ରିଲ୍ସ ପାଇଁ ବେପରୁଆ ଗାଡି ଚଳାଇ ୩୫୦୦ ଟଙ୍କା ତଣ୍ଡ ଗଣିଛନ୍ତି ଯୁବକ । ବାଲେଶ୍ୱର ସହଦେବଖୁଂଟା ରାସ୍ତାରେ ହୋଇଥିବା ବିପଦପୂର୍ଣ୍ଣ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଟ୍ରାଫିକ୍ ଥାନା ପୁଲିସ । ଷ୍ଟଣ୍ଟ ଦେଖାଇବାର ନିଶା ଘାରିଛି ଯୁବକଙ୍କୁ । କିଏ ରିଲ୍ସରେ ଷ୍ଟଣ୍ଟ ଦେଖାଉଛି, ତ’ପୁଣି କିଏ ୟୁଟୁବ୍‌ ପାଇଁ […]

ବାଲେଶ୍ବର: ଯୁବକଙ୍କୁ ମହଙ୍ଗା ପଡିଲା ରିଲ୍ସ ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା । ରାସ୍ତା ଉପରେ ରିଲ୍ସ ପାଇଁ ବେପରୁଆ ଗାଡି ଚଳାଇ ୩୫୦୦ ଟଙ୍କା ତଣ୍ଡ ଗଣିଛନ୍ତି ଯୁବକ । ବାଲେଶ୍ୱର ସହଦେବଖୁଂଟା ରାସ୍ତାରେ ହୋଇଥିବା ବିପଦପୂର୍ଣ୍ଣ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଟ୍ରାଫିକ୍ ଥାନା ପୁଲିସ ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ଷ୍ଟଣ୍ଟ ଦେଖାଇବାର ନିଶା ଘାରିଛି ଯୁବକଙ୍କୁ । କିଏ ରିଲ୍ସରେ ଷ୍ଟଣ୍ଟ ଦେଖାଉଛି, ତ’ପୁଣି କିଏ ୟୁଟୁବ୍‌ ପାଇଁ ରେକର୍ଡ଼ କରୁଛି ଭିଡ଼ିଓ । ଏମିତି ଏକ ଘଟଣା ନଜରକୁ ଆସିଥିଲା ବାଲେଶ୍ବରରୁ । ବାଲେଶ୍ବର ସହରରୁ ରେମୁଣା ଗୋଲାଇ ରାସ୍ତାରେ ଜଣେ ଯୁବକ ସ୍କେଟିଂ-ସୁ ପିନ୍ଧି ଷ୍ଟଣ୍ଟ ଦେଖାଉଥିଲେ । ତାଙ୍କୁ ସହଯୋଗ କରୁଥିଲେ ମୋଟରସାଇକେଲ ଚଳାଉଥିବା ଦୁଇଜଣ ଯୁବକ । ଷ୍ଟଣ୍ଟ ଦେଖାଉଥିବା ଯୁବକ କେତେବେଳେ ମୋଟରସାଇକେଲ ପଛକୁ ଧରି ସ୍କେଟିଂ କରୁଥିଲେ, ତ’ପୁଣି କେତେବେଳେ ସ୍କେଟିଂରେ ରାସ୍ତା ଉପରେ ରନ୍‌ କରୁଥିଲେ । ମୋଟରସାଇକେଲରେ ସହଯୋଗ କରୁଥିବା ଯୁବକ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ । ବିନା ଅନୁମତିରେ ରାସ୍ତାରେ ଷ୍ଟଣ୍ଟ କରିବା, ହେଲମେଟ୍‌ ନ ପିନ୍ଧିବା ଓ ସାଧାରଣ ଅପରାଧ କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଗତକାଲି ମୋଟରସାଇକେଲ ମାଲିକଙ୍କ ଉପରେ ୩୫୦୦ ଟଙ୍କାର ଜରିମାନା କରିଛନ୍ତି । ଏହି ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

14 Sep 2023 By The Sakala

ଘାରିଥିଲା ରିଲ୍ସ ନିଶା, ବିପଦପୂର୍ଣ୍ଣ ଷ୍ଟଣ୍ଟକରି ୩୫୦୦ ଟଙ୍କା ଫାଇନ୍‌ ଗଣିଲେ ଯୁବକ

ବାଲେଶ୍ବର: ଯୁବକଙ୍କୁ ମହଙ୍ଗା ପଡିଲା ରିଲ୍ସ ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା । ରାସ୍ତା ଉପରେ ରିଲ୍ସ ପାଇଁ ବେପରୁଆ ଗାଡି ଚଳାଇ ୩୫୦୦ ଟଙ୍କା ତଣ୍ଡ ଗଣିଛନ୍ତି ଯୁବକ । ବାଲେଶ୍ୱର ସହଦେବଖୁଂଟା ରାସ୍ତାରେ ହୋଇଥିବା ବିପଦପୂର୍ଣ୍ଣ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଟ୍ରାଫିକ୍ ଥାନା ପୁଲିସ ।

ଷ୍ଟଣ୍ଟ ଦେଖାଇବାର ନିଶା ଘାରିଛି ଯୁବକଙ୍କୁ । କିଏ ରିଲ୍ସରେ ଷ୍ଟଣ୍ଟ ଦେଖାଉଛି, ତ’ପୁଣି କିଏ ୟୁଟୁବ୍‌ ପାଇଁ ରେକର୍ଡ଼ କରୁଛି ଭିଡ଼ିଓ । ଏମିତି ଏକ ଘଟଣା ନଜରକୁ ଆସିଥିଲା ବାଲେଶ୍ବରରୁ । ବାଲେଶ୍ବର ସହରରୁ ରେମୁଣା ଗୋଲାଇ ରାସ୍ତାରେ ଜଣେ ଯୁବକ ସ୍କେଟିଂ-ସୁ ପିନ୍ଧି ଷ୍ଟଣ୍ଟ ଦେଖାଉଥିଲେ । ତାଙ୍କୁ ସହଯୋଗ କରୁଥିଲେ ମୋଟରସାଇକେଲ ଚଳାଉଥିବା ଦୁଇଜଣ ଯୁବକ । ଷ୍ଟଣ୍ଟ ଦେଖାଉଥିବା ଯୁବକ କେତେବେଳେ ମୋଟରସାଇକେଲ ପଛକୁ ଧରି ସ୍କେଟିଂ କରୁଥିଲେ, ତ’ପୁଣି କେତେବେଳେ ସ୍କେଟିଂରେ ରାସ୍ତା ଉପରେ ରନ୍‌ କରୁଥିଲେ । ମୋଟରସାଇକେଲରେ ସହଯୋଗ କରୁଥିବା ଯୁବକ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ । ବିନା ଅନୁମତିରେ ରାସ୍ତାରେ ଷ୍ଟଣ୍ଟ କରିବା, ହେଲମେଟ୍‌ ନ ପିନ୍ଧିବା ଓ ସାଧାରଣ ଅପରାଧ କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଗତକାଲି ମୋଟରସାଇକେଲ ମାଲିକଙ୍କ ଉପରେ ୩୫୦୦ ଟଙ୍କାର ଜରିମାନା କରିଛନ୍ତି । ଏହି ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର