ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଚନ୍ଦନେଶ୍ୱର ଶାଖାରେ ସଶସ୍ତ୍ର ଡକାୟତି, ୧୦ କୋଟିର ଅଳଙ୍କାର, ୪୯ଲକ୍ଷ ଟଙ୍କା ଲୁଟ୍
ଭୋଗରାଇ: ବ୍ୟାଙ୍କ କାରବାର ଚାଲିଥିବା ସମୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରି ମେରାଇନ ଥାନା ଅନ୍ତର୍ଗତ ୫୭ନଂ ରାଜ୍ୟ ରାଜପଥ ସଂଲଗ୍ନ ଚନ୍ଦନେଶ୍ୱର-ଦୀଘା ସୀମାନ୍ତ ରାସ୍ତାର ବାଡସରିଷାଠାରେ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଚନ୍ଦନେଶ୍ୱର ଶାଖାରେ ସଶସ୍ତ୍ର ଡକାୟତି ହୋଇଛି। ବୁଧବାର ମଧ୍ୟାହ୍ନ ୧ଟା ୫ ମିନିଟ ସମୟରେ ଏହି ଡକାୟତି ହୋଇଥିଲା ବେଳେ ଏଥିରେ ୪୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଅର୍ଥ ଏବଂ ୨ କିଲୋଗ୍ରାମରୁ ଅଧିକ ଓଜନର ବନ୍ଧକ ସୁନା […]
ଭୋଗରାଇ: ବ୍ୟାଙ୍କ କାରବାର ଚାଲିଥିବା ସମୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରି ମେରାଇନ ଥାନା ଅନ୍ତର୍ଗତ ୫୭ନଂ ରାଜ୍ୟ ରାଜପଥ ସଂଲଗ୍ନ ଚନ୍ଦନେଶ୍ୱର-ଦୀଘା ସୀମାନ୍ତ ରାସ୍ତାର ବାଡସରିଷାଠାରେ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଚନ୍ଦନେଶ୍ୱର ଶାଖାରେ ସଶସ୍ତ୍ର ଡକାୟତି ହୋଇଛି। ବୁଧବାର ମଧ୍ୟାହ୍ନ ୧ଟା ୫ ମିନିଟ ସମୟରେ ଏହି ଡକାୟତି ହୋଇଥିଲା ବେଳେ ଏଥିରେ ୪୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଅର୍ଥ ଏବଂ ୨ କିଲୋଗ୍ରାମରୁ ଅଧିକ ଓଜନର ବନ୍ଧକ ସୁନା ଲୁଟ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବ୍ୟକ୍ତିଗତ ଭାବେ ଲକର ଭଡ଼ା ନେଇ ସୁନା ଅଳଙ୍କାର ରଖିଥିବା ୯୦ଟି ଲକର ସମ୍ପୂର୍ଣ୍ଣ ଅକ୍ଷତ ରହିଥିବା ଜଣାପଡ଼ିଛି। ତେବେ ଏହି ବ୍ୟାଙ୍କ ଶାଖାରେ ବିପୁଳ ପରିମାଣର ଆର୍ଥିକ କାରବାର ହେବା ସହ ବିପୁଳ ପରିମାଣର ସୁନା ବନ୍ଧକ ରହୁଥିଲା।
ହେଲେ ବ୍ୟାଙ୍କ ପକ୍ଷରୁ ଏଠାରେ କୌଣସି ସଶସ୍ତ୍ର ସୁରକ୍ଷା ବ୍ୟବସ୍ଥା ରଖାଯାଇ ନ ଥିଲା। ଏପରିକି ବ୍ୟାଙ୍କର ସୁରକ୍ଷା ଆଲାର୍ମ ଘଣ୍ଟା ମଧ୍ୟ କିଛି ଦିନ ହେଲା ଅଚଳ ହୋଇପଡ଼ିଥିଲା। ଏଭଳି ଏକ ଅସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ବ୍ୟାଙ୍କ ଶାଖା ଦୀର୍ଘ ଦିନ ହେଲା ଚାଲିଆସୁଥିଲା ବେଳେ ଏହା ଏକ ସୁପରିକଳ୍ପିତ ଏବଂ ଯୋଜନାବଦ୍ଧ ଡକାୟତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ସୂଚନା ମୁତାବକ ବୁଧବାର ମଧ୍ୟାହ୍ନ ୧ଟା ୫ ମିନିଟ ସମୟରେ ୬ ଜଣ ଡକାୟତ ସାଧାରଣ ପୋଷାକରେ ଗ୍ରାହକ ସାଜି ବ୍ୟାଙ୍କ ଶାଖାରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୁହଁରେ ରୁମାଲ ବାନ୍ଧି ଥିଲା ବେଳେ ଅନ୍ୟ ଦୁଇଜଣ ମୁହଁରେ ମାସ୍କ ଲଗାଇଥିଲେ। ଜଣେ ମୁଖ୍ୟଫାଟକ ଭିତର ପଟେ ଜଗି ରହିଥିଲା ବେଳେ ଅନ୍ୟ ୫ଜଣ ଭିତରକୁ ପଶିଥିଲେ।
କେହି କିଛି ବୁଝିବା ପୂର୍ବରୁ ସେହି ସମୟରେ ବ୍ୟାଙ୍କରେ ଉପସ୍ଥିତ ଥିବା ୧୧ ଜଣ ମହିଳା ଓ ପୁରୁଷ ଖାତାଧାରୀ ଏବଂ ୭ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ମୁନରେ ଭୟଭୀତ କରାଇବା ସହ ସେମାନଙ୍କ ମୋବାଇଲ ଛଡ଼ାଇ ନେଇ ଗୋଟିଏ ଧଳା କନା ବ୍ୟାଗରେ ଭର୍ତ୍ତି କରିଥିଲେ। ଏହାସହିତ ଖାତାଧାରୀ ଓ କର୍ମଚାରୀମାନଙ୍କୁ ପୃଥକ ଭାବେ ଜଣେ ଜଣେ ବନ୍ଧୁକଧାରୀ ଡକାୟତ ସେହି କାର୍ଯ୍ୟାଳୟ ମଧ୍ୟରେ ଅଟକ ରଖିଥିଲେ। ବ୍ରାଞ୍ଚ ମ୍ୟାନେଜର ନୈନିତ ଖାଲକୋ ଓ କ୍ୟାସିୟର ବିକ୍ରମ ପ୍ରଧାନଙ୍କୁ ଚାପୁଡ଼ା ମାରି ଏବଂ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇବା ସହ କ୍ୟାସଡ୍ରୟର, ଷ୍ଟ୍ରଙ୍ଗ ରୁମ ଓ ଲକର ଚାବି ଛଡାଇ ନେଇଥିଲେ। ଜଣେ ଡକାୟତ ଷ୍ଟ୍ରଙ୍ଗ ରୁମ ଚାବି ଖୋଲି ଭିତରେ ପ୍ରବେଶ କରିବା ସହିତ ସେଥିରେ ଥିବା ୨ କିଗ୍ରାରୁ ଅଧିକ ଓଜନର ବନ୍ଧକ ସୁନାକୁ ଦୁଇଟି ବଡ ଧଳା ଜରି ବ୍ୟାଗରେ ପୁରାଇ ବାହାରକୁ ବାହାରିଥିଲେ।
ସେହି ସମୟରେ ଜଣେ ଡକାୟତ କ୍ୟାସ ଲକର ଖୋଲି ସେଥିରୁ ୪୧ ଲକ୍ଷ ଟଙ୍କା ଓ ଅନ୍ୟ ଜଣେ କ୍ୟାସ ଡ୍ରୟର ଖୋଲି ସେଥିରୁ ୮ ଲକ୍ଷରୁ ଅଧିକ ନଗଦ ଟଙ୍କା ପୃଥକ ଦୁଇଟି ବଡ ନାଇଲନ ବ୍ୟାଗରେ ପୁରାଇଥିଲେ। ପରେ ସମସ୍ତ ଖାତାଧାରୀ ଏବଂ କର୍ମଚାରୀଙ୍କୁ ଷ୍ଟ୍ରଙ୍ଗ ରୁମ ଭିତରେ ପୁରାଇ ବାହାରୁ ବନ୍ଦ କରିଦେଇଥିଲେ ବୋଲି ଖାତାଧାରୀ ଉଦୟପୁର ଗ୍ରାମର ଜୟନ୍ତ ପଟ୍ଟାୟତ, କୃଷ୍ଣନଗର ଗ୍ରାମର ମୌସୁମୀ ଜେନା, ଚକପଦ୍ମପୁର ଗ୍ରାମର ଗୋଲକ ପ୍ରଧାନ, ନାଫରାଇ ଗ୍ରାମର ପ୍ରିୟଗୋପାଳ ସାମଲ, ଫୁଲବଣୀ ଗ୍ରାମର ପ୍ରକାଶ ଚାନ୍ଦ, ବିଚିତ୍ରପୁର ଗ୍ରାମର ଅଜୟ ପ୍ରଧାନ, ବ୍ୟାଙ୍କର ସୁନାରୀ ବାଡସରିଷା ଗ୍ରାମର ଅସିତ ରଣା ଓ ଜଳେଶ୍ୱରରୁ କୋରିଅର ନେଇ ଆସିଥିବା ସପନ ଦାସ ପ୍ରକାଶ କରିଛନ୍ତି। ଡକାୟତମାନଙ୍କୁ ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ମାତ୍ର ୧୫ ମିନିଟ ସମୟ ଲାଗିଥିବା ସେମାନେ କହିଛନ୍ତି।
ତେବେ ଡକାୟତମାନେ ଯିବା ସମୟରେ ବ୍ୟାଙ୍କରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ଖୋଲି ନେଇଯାଇଥିବା ଏବଂ ଗୋଟିଏ କୋଣରେ ମୋବାଇଲ ଭର୍ତ୍ତି ବ୍ୟାଗ ରଖିଯାଇଥିବା ଦେଖିବାକୁ ମିଳିଛି। ଏହାସହିତ ମୁଖ୍ୟଫାଟକରେ ତାଲା ବନ୍ଦ କରି ଦୁଇଟି ନମ୍ୱର ବିହୀନ କଳା ରଙ୍ଗର ଆପାଚି ବାଇକରେ ସମସ୍ତ ୬ ଜଣ ଡକାୟତ ପଶ୍ଚିମବଙ୍ଗ ରାସ୍ତାରେ ଚାଲି ଯାଇଥିବା ସ୍ଥାନୀୟ ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ତେବେ ଷ୍ଟ୍ରଙ୍ଗ ରୁମ ମଧ୍ୟରେ ବନ୍ଦ ହୋଇ ରହିଥିବା ଖାତାଧାରୀ ସ୍ଥାନୀୟ ଚକପଦ୍ମପୁର ଗ୍ରାମର ଗୋଲକ ପ୍ରଧାନ କୌଶଳ କରି ନିଜର ଗୋଟିଏ ମୋବାଇଲକୁ ପିନ୍ଧିଥିବା ପ୍ୟାଣ୍ଟ ଭିତରେ ଲୁଚାଇ ଦେଇଥିଲେ। ସେ ସେହି ଫୋନ ଯୋଗେ ସ୍ଥାନୀୟ କିଛି ଦୋକାନୀ ସମେତ ତାଳସାରି ମେରାଇନ ଥାନା ପୁଲିସକୁ ଖବର ଦେଇଥିଲେ।
ସୂଚନା ପାଇ ତାଳସାରି ମେରାଇନ ଥାନା ଆଇଆଇସି ଚମ୍ପାବତି ସୋରେନ ଏବଂ ଚନ୍ଦନେଶ୍ୱର ପୁଲିସ ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ମୁଖ୍ୟ ଫାଟକର ତାଲା ଭାଙ୍ଗି ଭିତରେ ପ୍ରବେଶ କରିବା ସହିତ ଷ୍ଟ୍ରଙ୍ଗ ରୁମ ଖୋଲି ଅଟକ ଥିବା ବ୍ୟାଙ୍କ କର୍ମଚାରୀ ଓ ଖାତାଧାରୀମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ, ଭୋଗରାଇ ଥାନା ଆଇଆଇସି ପ୍ରଭଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବେଳେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ବାଲେଶ୍ୱର ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ପରେ ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ଏବଂ ଅତିଶୀଘ୍ର ସମ୍ପୃକ୍ତ ଡକାୟତମାନଙ୍କୁ ଖୋଜି ବାହାର କରି ଗିରଫ କରାଯିବ ବୋଲି ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି।
ଏହାସହିତ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଓ ପୁଲିସ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ବାଲେଶ୍ୱର ଜୋନାଲ ଅଫିସରୁ ଏକ ୩ ଜଣିଆ ଅଧିକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୁଟ ଟଙ୍କା ଓ ସୁନାର ପ୍ରକୃତ ପରିମାଣ ଆକଳନ ଆରମ୍ଭ କରିଛନ୍ତି। ଏହି ଡକାୟତି ଘଟଣା ପ୍ରଚାରିତ ହେବା ମାତ୍ରେ ଏହି ବ୍ୟାଙ୍କରେ ସୁନା ବନ୍ଧକ ରଖି ଋଣ ନେଇଥିବା ଶତାଧିକ ଗ୍ରାହକ ବ୍ୟାଙ୍କ ଶାଖାରେ ପହଞ୍ଚି କିପରି ସେମାନଙ୍କ ସୁନା ଫେରି ପାଇବେ ସେ ନେଇ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଗତ ୨୦୨୦ ସେପ୍ଟେମ୍ୱର ୧୩ ତାରିଖରେ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥର ଭୋଗରାଇ ଥାନା ଅନ୍ତର୍ଗତ ଚୌକି ୟୁକୋ ବ୍ୟାଙ୍କ ଶାଖାରୁ ଠିକ ଏହି ଭଳି ସମାନ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ ଡକାୟତମାନଙ୍କୁ ଧରିବାରେ ବିଫଳ ହୋଇଛି। ତେବେ ଆଜିର ଏହି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଚନ୍ଦନେଶ୍ୱର ଶାଖା ଡକାୟତିରେ ଚୌକି ୟୁକୋ ବ୍ୟାଙ୍କ ଡକାୟତି ଗ୍ୟାଙ୍ଗ ସମ୍ପୃକ୍ତି ଥିବା ସାଧାରଣରେ ଆଲୋଚନା ହେଉଛି।