ହନିଟ୍ରାପ ମାମଲାରେ ଅଭିଯୁକ୍ତ ବାବୁରାମଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ

The Sakala Picture
Published On

ଜଳେଶ୍ଵର : ହନିଟ୍ରାପରେ ଫଶି ଗିରଫ ହୋଇଥିବା ଚାନ୍ଦିପୁର ଆଇଟିଆର ଅଧିକାରୀଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ରିମାଣ୍ଡ ସମୟରେ ଅଭିଯୁକ୍ତ ବାବୁରାମ ଦେ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଉଦ୍ୟମ କରୁଛି। ସେ ପାକିସ୍ତାନ ଯୁବତୀଙ୍କ ହନିଟ୍ରାପରେ ଫଶି, ଚାନ୍ଦିପୁର କ୍ଷେପଣାସ୍ତ୍ର ଗୋଳାବାରୁଦ କ୍ଷେପଣାସ୍ତ୍ର କେନ୍ଦ୍ର ଘାଟିର ସୁରକ୍ଷା ସମ୍ପର୍କୀତ କାଗଜପତ୍ର ଦେଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ଆଇଟିଆର(ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ)ରେ ଜଣେ ବରିଷ୍ଠ […]

ଜଳେଶ୍ଵର : ହନିଟ୍ରାପରେ ଫଶି ଗିରଫ ହୋଇଥିବା ଚାନ୍ଦିପୁର ଆଇଟିଆର ଅଧିକାରୀଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ରିମାଣ୍ଡ ସମୟରେ ଅଭିଯୁକ୍ତ ବାବୁରାମ ଦେ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଉଦ୍ୟମ କରୁଛି। ସେ ପାକିସ୍ତାନ ଯୁବତୀଙ୍କ ହନିଟ୍ରାପରେ ଫଶି, ଚାନ୍ଦିପୁର କ୍ଷେପଣାସ୍ତ୍ର ଗୋଳାବାରୁଦ କ୍ଷେପଣାସ୍ତ୍ର କେନ୍ଦ୍ର ଘାଟିର ସୁରକ୍ଷା ସମ୍ପର୍କୀତ କାଗଜପତ୍ର ଦେଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ଆଇଟିଆର(ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ)ରେ ଜଣେ ବରିଷ୍ଠ ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ସମ୍ପତ୍ତିଆ ପଞ୍ଚାୟତର ବାଗପୁଞ୍ଜି ଗ୍ରାମର ଭଗବାନ ଦେଙ୍କ ପୁତ୍ର ବାବୁରାମ ଦେ ପାକିସ୍ତାନର ଜଣେ ଯୁବତୀଙ୍କ ସହ ହନିଟ୍ରାପରେ ଫସି ଦେଶର ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ଲିକ୍ ଘଟଣାରେ ତାଙ୍କୁ ପୁଲିସ ଗିରଫ କରିବା ପରେ ଜଳେଶ୍ୱରରେ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ବାବୁରାମଙ୍କ ଗିରଫଦାରୀ ଖବର ପ୍ରଚାର ହେବା ପରେ ତାଙ୍କ ଗାଁ ଅଧିବାସୀ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଅତି ଗରିବ ପରିବାରରେ ଜନ୍ମିତ ବାବୁରାମ ବାଗପୁଞ୍ଜି ଶ୍ରୀଚୈତନ୍ୟଦେବ ହାଇସ୍କୁଲରେ ପାଠ ପଢୁଥିବା ବେଳେ ସେହି ସମୟରେ ଶିକ୍ଷକ ମୁରଲୀ ମୋହନ ପ୍ରଧାନ ତାଙ୍କୁ ପାଠପଢ଼ା ପାଇଁ ଆର୍ଥିକ ସହାୟତା ଦେଇଥିଲେ ବୋଲି ଗ୍ରାମ ବାସୀ ମାନେ କହିଛନ୍ତି। ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିବା ବାବୁରାମଙ୍କ ବିରୋଧରେ ଏପରି ଅଭିଯୋଗ ଓ ସେ ଗିରଫ ହେବା ଆଶ୍ଚର୍ଯ୍ୟର କଥା ବୋଲି ତାଙ୍କର ସ୍କୁଲବନ୍ଧୁ ମାନେ କହୁଛନ୍ତି। ସେହିପରି ଅନ୍ୟ ଜଣେ ଗ୍ରାମବାସୀ ତାଙ୍କ ନାମ ଗୋପନ ରଖିବାକୁ କହି ପ୍ରକାଶ କରିଛନ୍ତି ଚଳିତ ମାସ ପ୍ରାରମ୍ଭରେ ବାବୁରାମ ଗାଁ ର ଶିବ ମନ୍ଦିର ଉଦଘାଟନ ସମୟରେ ଗାଁ କୁ ୩/୪ ଦିନ ଛୁଟିରେ ଆସିଥିବା ବେଳେ ଗ୍ରାମବାସୀଙ୍କ ସହ ବହୁ ଅନ୍ତରଙ୍ଗ ସମୟ ଅତିବାହିତ କରିଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏପରିକି ଏହି ଶିବ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ସେ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ବେଳେ ଏକ ପାଣିଟାଙ୍କି ଲଗାଇବାକୁ ମଧ୍ୟ ପ୍ରତିଶ୍ରୁତି ମଧ୍ୟ ଦେଇଯାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ବାବୁରାମ ଆଇଟିଆର କଲୋନୀରେ ରହୁଥିବା ବେଳେ ସେ ବର୍ଷକ ତଳେ ବାଲେଶ୍ଵରରେ ଏକ ଘର ମଧ୍ୟ ନିର୍ମାଣ କରିଛନ୍ତି। ପତ୍ନି ପୁଅଝିଅଙ୍କୁ ମିଶାଇ ତାଙ୍କର ୪ ଜଣିଆ ପରିବାର। ତାଙ୍କ ପୁଅ ଇଞ୍ଜିନିୟରିଂ ପାଠ ପଢୁଥିବା ବେଳେ ଝିଅ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛି। ବାବୁରାମଙ୍କ ଦୁଇ ବଡ଼ଭାଇ ଥିବାବେଳେ ସେମାନେ ଗାଁରେ ଭଙ୍ଗା ନଡ଼ା ଛପର ଘରେ ରହନ୍ତି। ସେହିପରି ବାବୁରାମଙ୍କ ଜଣେ ନିକଟ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ବାବୁରାମଙ୍କ ପରି ଜଣେ ଅତ୍ୟନ୍ତ ସରଳ, ଅମାୟୀକ ବ୍ୟକ୍ତି ଏପରି ସମ୍ବେଦନଶୀଳ ଘଟଣାର ଅଭିଯୁକ୍ତ ହୋଇ ନପାରେ। ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି ସେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର