ଭୋଗରାଇ ସମୁଦ୍ର କୂଳରୁ ୧୩ ଫୁଟର ଘଡିଆଳ କୁମ୍ଭୀର ଉଦ୍ଧାର

The Sakala Picture
Published On

ଭୋଗରାଇ: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସମୁଦ୍ର କୂଳରୁ ଏକ ବିଶାଳକାୟ ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି। ଗୁରୁବାର ଭୋର ପ୍ରାୟ ୩ ଟା ସମୟରେ ୧୩ ଫୁଟ ଲମ୍ବର ଏହି କୁମ୍ଭୀରକୁ ଦେଖି ମତ୍ସ୍ୟଜୀବୀ ମାନେ ଫାଶ ଲଗାଇ ବାନ୍ଧିବା ସହ ବନ ବିଭାଗକୁ ଖବର ଦେଇଥିଲେ। ଶୁକ୍ରବାର ସକାଳେ ବନ ବିଭାଗ କର୍ମଚାରୀ ମାନେ ଡଙ୍ଗାରେ ଯାଇ କୁମ୍ଭୀରଟିକୁ ଉଦ୍ଧାର କରି ବିଚିତ୍ରପୁର ଇକୋ ଟୁରିଜିମ (ଖଡିବିଲ)କୁ ନେଇଥିଲେ। ସେଠାରୁ ପିକଅପ ଭେନ ଯୋଗେ […]

ଭୋଗରାଇ: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସମୁଦ୍ର କୂଳରୁ ଏକ ବିଶାଳକାୟ ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି। ଗୁରୁବାର ଭୋର ପ୍ରାୟ ୩ ଟା ସମୟରେ ୧୩ ଫୁଟ ଲମ୍ବର ଏହି କୁମ୍ଭୀରକୁ ଦେଖି ମତ୍ସ୍ୟଜୀବୀ ମାନେ ଫାଶ ଲଗାଇ ବାନ୍ଧିବା ସହ ବନ ବିଭାଗକୁ ଖବର ଦେଇଥିଲେ। ଶୁକ୍ରବାର ସକାଳେ ବନ ବିଭାଗ କର୍ମଚାରୀ ମାନେ ଡଙ୍ଗାରେ ଯାଇ କୁମ୍ଭୀରଟିକୁ ଉଦ୍ଧାର କରି ବିଚିତ୍ରପୁର ଇକୋ ଟୁରିଜିମ (ଖଡିବିଲ)କୁ ନେଇଥିଲେ। ସେଠାରୁ ପିକଅପ ଭେନ ଯୋଗେ ଜଳେଶ୍ଵର ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କିମ୍ବା ଟିକରପଡା ସାତକୋଶିଆ କୁମ୍ଭୀର ସଂରକ୍ଷଣ କେନ୍ଦ୍ରକୁ ନିଆଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

କୁମ୍ଭୀଟିର ଲମ୍ବ ୧୩ ଫୁଟ ହୋଇଥିଲା ବେଳେ ଓଜନ ୧ କୁଇଣ୍ଟାଲରୁ ଅଧିକ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଏହି କୁମ୍ଭୀରଟି ଘଡିଆଳ ପ୍ରଜାତିର ହୋଇଥିଲା ବେଳେ ଏମାନଙ୍କୁ ଅନୁଗୁଳ ଜିଲ୍ଲାର ଟିକରପଡା ସାତକୋଶିଆ କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ପାଳନ କରାଯାଉଛି। ଏମାନେ କେବଳ ମାଛ ଓ ଛୋଟ ଛୋଟ ଜଳଜୀବକୁ ଖାଇ ଥାଆନ୍ତି। ଏହି ଘଡିଆଳ କୁମ୍ଭୀରଟି ବନ୍ୟା ପାଣିରେ ଭାସି ଆସିଥିବା ଅନୁମାନ କରାଯାଉଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର