ନାବାଳିକାକୁ ନିବୁଜ କୋଠରିରେ ରଖି ୧୦ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ

The Sakala Picture
Published On

ସୋର: ପ୍ରେମରୁ ପ୍ରତାରଣା ପରେ ଭଲ ପାଇବାର ଅଭିନୟ କରି ଜଣେ ନାବାଳିକାକୁ ଘରୁ ଉଠାଇ ନେଇ ନିବୁଜ କୋଠରିରେ ୧୦ ଦିନ ଧରି ଗଣଦୁଷ୍କର୍ମ ହୋଇଥିବାର ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଅଭିଯୋଗ ହୋଇଛି। ୧୦ଦିନ ପରେ ଅଭିଯୁକ୍ତମାନେ ନାବାଳିକାକୁ ଘର ସମ୍ମୁଖରେ ଛାଡ଼ିବା ବେଳେ ଘଟଣା ପ୍ରଘଟ କଲେ ଅଶ୍ଳୀଳ ଭିଡିଓ ପ୍ରଘଟ କରିବାକୁ ଓ ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ହୋଇଛି। ପୁଲିସ ସୂଚନା ମୁତାବକ, ସୋର […]

ସୋର: ପ୍ରେମରୁ ପ୍ରତାରଣା ପରେ ଭଲ ପାଇବାର ଅଭିନୟ କରି ଜଣେ ନାବାଳିକାକୁ ଘରୁ ଉଠାଇ ନେଇ ନିବୁଜ କୋଠରିରେ ୧୦ ଦିନ ଧରି ଗଣଦୁଷ୍କର୍ମ ହୋଇଥିବାର ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଅଭିଯୋଗ ହୋଇଛି। ୧୦ଦିନ ପରେ ଅଭିଯୁକ୍ତମାନେ ନାବାଳିକାକୁ ଘର ସମ୍ମୁଖରେ ଛାଡ଼ିବା ବେଳେ ଘଟଣା ପ୍ରଘଟ କଲେ ଅଶ୍ଳୀଳ ଭିଡିଓ ପ୍ରଘଟ କରିବାକୁ ଓ ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ପୁଲିସ ସୂଚନା ମୁତାବକ, ସୋର ଅଞ୍ଚଳର ସମ୍ପୃକ୍ତା ୧୬ ବର୍ଷର ନାବାଳିକା ସିମୁଳିଆ ପାଉଁଶିଆପଦା ଗ୍ରାମର ଜାକସନ ମାଝି(ମୁନା) ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଗତ ୧୬ ତାରିଖରେ ଜାକସନ ଓ ନାବାଳିକାର ସମ୍ପର୍କୀୟ ଭିଣୋଇ ବିଦ୍ୟାଧର ବେହେରା ପୀଡ଼ିତାକୁ ଡାକି ନେଇ ସୋର ଅଞ୍ଚଳରେ ଏକ ଭଡ଼ାଘରେ ରଖି ନିବୁଜ କୋଠରିରେ ଦଶଦିନ ଧରି ଗଣଦୁଷ୍କର୍ମ କରିଥିଲେ। ଗତ ୨୬ ତାରିଖରେ ୬ରୁ ୭ ଯୁବକ ସେହି କୋଠରୀ ନିକଟରେ ପହଞ୍ଚିଥିଲେ। ୨୭ ତାରିଖ ରାତି ସାଢେ ୧୦ଟାରେ ବିଦ୍ୟାଧର, ଜାକସନ ଓ ଅନ୍ୟ ଯୁବକମାନେ ମିଳିତ ହୋଇ ନାବାଳିକାକୁ ତାଙ୍କର ଘର ସମ୍ମୁଖରେ ଛାଡି ଚାଲିଯାଇଥିଲେ। ଯୁବକମାନେ ଘର ସମ୍ମୁଖ ତାଟି ନିକଟରେ ଛାଡି ଚାଲିଯିବା ସମୟରେ ନାବାଳିକାକୁ ଧମକ ଦେଇ ଘଟଣା ପ୍ରଘଟ ନ କରିବାକୁ ଚେତାବନୀ ଦେଇଥିଲେ। ଘଟଣା ସଂକ୍ରାନ୍ତରେ ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର