ବାହାନଗା ଟ୍ରେନ୍ ଟ୍ରାଜେଡି: ଆସିଲା ତଦନ୍ତ ରିପୋର୍ଟ, ସିଗନାଲିଂ ଓ ଟେଲିକମ୍ୟୁନିକେସନ୍‌‌ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ଘଟିଲା ଦୁର୍ଘଟଣା

The Sakala Picture
Published On

ଭୁବନେଶ୍ୱର: ସିଗାନଲ ଓ ଟେଲିକମ୍ୟୁନିକେସନ୍‌‌ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ବାହାନଗା ବଜାର ଷ୍ଟେସନ୍‌‌ରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଲା। ଅତୀତରେ ସିଗ୍‌‌ନାଲ ବ୍ୟବସ୍ଥା ମରାମତି ସମୟରେ ସିଗ୍‌‌ନାଲିଂ ସର୍କିଟ୍‌‌ ଏପଟ ସେପଟ କରାଯିବା ହେତୁ ଜୁନ୍‌‌ ୨ ତାରିଖ ସଂଧ୍ୟାରେ ତ୍ରୁଟିପୂର୍ଣ୍ଣ ସିଗ୍‌‌ନାଲ ମିଳିଥିଲା ଏବଂ କରମଣ୍ଡଳ ଟ୍ରେନ୍‌‌ ଭୁଲ ଲାଇନ୍‌‌ରେ ମାଡ଼ି ଯାଇ ଲୁପ୍‌‌ ଲାଇନ୍‌‌ରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ୀ ସହିତ ଧକ୍କା ଖାଇଥିଲା। ବାହାନଗା ବଜାର ଟ୍ରେନ୍‌‌ ଦୁର୍ଘଟଣାର ତଦନ୍ତ କରି […]

ଭୁବନେଶ୍ୱର: ସିଗାନଲ ଓ ଟେଲିକମ୍ୟୁନିକେସନ୍‌‌ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ବାହାନଗା ବଜାର ଷ୍ଟେସନ୍‌‌ରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଲା। ଅତୀତରେ ସିଗ୍‌‌ନାଲ ବ୍ୟବସ୍ଥା ମରାମତି ସମୟରେ ସିଗ୍‌‌ନାଲିଂ ସର୍କିଟ୍‌‌ ଏପଟ ସେପଟ କରାଯିବା ହେତୁ ଜୁନ୍‌‌ ୨ ତାରିଖ ସଂଧ୍ୟାରେ ତ୍ରୁଟିପୂର୍ଣ୍ଣ ସିଗ୍‌‌ନାଲ ମିଳିଥିଲା ଏବଂ କରମଣ୍ଡଳ ଟ୍ରେନ୍‌‌ ଭୁଲ ଲାଇନ୍‌‌ରେ ମାଡ଼ି ଯାଇ ଲୁପ୍‌‌ ଲାଇନ୍‌‌ରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ୀ ସହିତ ଧକ୍କା ଖାଇଥିଲା। ବାହାନଗା ବଜାର ଟ୍ରେନ୍‌‌ ଦୁର୍ଘଟଣାର ତଦନ୍ତ କରି ରେଳ ସୁରକ୍ଷା ଆୟୁକ୍ତ ରେଳବୋର୍ଡକୁ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ଜୁନ୍‌‌ ୨୮ ତାରିଖ ଦିନ ଆୟୁକ୍ତ ବୋର୍ଡକୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଆୟୁକ୍ତ ନିଜ ରିପୋର୍ଟରେ ଦୁର୍ଘଟଣାର କାରଣ ଉଲ୍ଲେଖ କରିବା ସହିତ କିଛି ପ୍ରତିକାର ପାଇଁ ସୁପାରିଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ତଦନ୍ତ ରିପୋର୍ଟରେ ରେଳ ସୁରକ୍ଷା ଆୟୁକ୍ତ ବିଭିନ୍ନ ଦିଗ ଉପରେ ଅଙ୍ଗୁଳି ଉଠାଇଛନ୍ତି। ସୁରକ୍ଷିତ ଟ୍ରେନ୍‌‌ ଚଳାଚଳ ପାଇଁ ତ୍ରୁଟିବିହୀନ ସିଗ୍‌‌ନାଲ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ। କିନ୍ତୁ ବାହାନଗା ବଜାର ଷ୍ଟେସନ୍‌‌ ପାଇଁ ଅନୁମୋଦିତ ସର୍କିଟ ଡାୟାଗ୍ରାମ୍‌‌ ଯୋଗାଣ ହୋଇ ନ ଥିଲା। ଇଏଲ୍‌‌ବି ପରିବର୍ତ୍ତନରେ ଏହି ସର୍କିଟ ଡାୟାଗ୍ରାମ୍‌‌ ଜରୁରୀ। ତେବେ ଏହି ନିୟମକୁ ଅଣଦେଖା କରାଯାଇଥିଲା। ସେଠାରେ ଥିବା ଲେବୁଲ କ୍ରସିଂ ଗେଟ୍‌‌ ସହିତ ଉକ୍ତ ସିଗନାଲ ବ୍ୟବସ୍ଥା ଜଡିତ। ଏହାର ମରାମତି ସମୟରେ ହିଁ ସବୁ ଗଡ଼ବଡ଼ ହୋଇଥିଲା। ସେହିପରି କ୍ଷେତ୍ର ପରିଦର୍ଶନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ମଧ୍ୟ ଏଥିପାଇଁ ଦାୟୀ। ବାହାନଗା ବଜାର ଷ୍ଟେସନ୍‌‌ର ଉତ୍ତର ଗୁମ୍‌‌ଟିରେ ମରାମତି ସମୟରେ ବ୍ୟାପକ ଅବହେଳା ହୋଇଥିବା କୁହାଯାଇଛି। ତଦନ୍ତ ରିପୋର୍ଟରେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌‌ର ଚାଳକ ଓ ସହଚାଳକ ଦେଇଥିବା ବୟାନକୁ ଉଲ୍ଲେଖ କରାଯାଇଛି। କେବଳ ସିଗାନଲ ବ୍ୟବସ୍ଥାରେ ଏପଟ ସେପଟ କରିବା ଏବଂ କାର୍ଯ୍ୟ ଠିକ୍‌‌ ଭାବେ ହୋଇ ନ ଥିବାରୁ ଏହି ଦୁର୍ଘଟଣା ଘଟିଲା। ଏଥିରେ ଟ୍ରାକ୍‌‌ରେ ତ୍ରୁଟି ନ ଥିଲା କିମ୍ବା ଦୁର୍ଘଟଣାରେ ତାହା କିଛି ଭୂମିକା ନାହିଁ ବୋଲି କୁହାଯାଇଛି। କ୍ରସ୍‌‌ଓଭରରେ ବାରମ୍ବାର ଅସ୍ୱାଭାବିକ ସ୍ଥିତି ସମ୍ପର୍କରେ ବାହାନଗା ବଜାର ଷ୍ଟେସନ୍‌‌ର ଷ୍ଟେସନ୍‌‌ ମାଷ୍ଟର ସେଠାକାର ସିଗ୍‌‌ନାଲ ଓ ଟେଲିକମ୍ୟୁନିକେସନ୍‌‌ କର୍ମଚାରୀଙ୍କୁ ଅବଗତ କରି ନ ଥିଲେ। ଏହା କରିଥିଲେ ହୁଏତ ତାହାର ମରାମତି ହୋଇପାରିଥାନ୍ତା ଏବଂ ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ତ୍ରୁଟିପୂର୍ଣ୍ଣ ସିଗନାଲ ହେତୁ କରୋମଣ୍ଡଳ ଏକ୍ସପ୍ରେସ୍‌‌ ଲୁପ୍‌‌ ଲାଇନ୍‌‌ରେ ମାଡ଼ିଯାଇ ମାଲବାହୀ ଟ୍ରେନ୍‌‌କୁ ଧକ୍କା ଦେଇ ପଡ଼ି ଯାଇଥିଲା। ଫଳରେ ବିପରିତ ଦିଗରୁ ଆସୁଥିବା ବେଙ୍ଗାଲୁରୁ ଏକ୍ସପ୍ରେସ୍‌‌ର ପଛ ଦୁଇ ବଗିକୁ ମଧ୍ୟ ଦେଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ରିପୋର୍ଟରେ କୁହାଯାଇଛି ଯେ ଏପରି ଦୁର୍ଘଟଣା ପରେ ପ୍ରଶମନ ପଦକ୍ଷେପ ଆହୁରି ତ୍ୱରାନ୍ୱିତ ହେବା ଜରୁରୀ। ରେଳ ଜୋନ୍‌‌ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ ଉଦ୍ଦିଷ୍ଟ ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ରେଳ ବୋର୍ଡ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି। ନିଜ ରିପୋର୍ଟରେ ଆୟୁକ୍ତ କିଛି ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି। ରେଳ ବୋର୍ଡକୁ ଆୟୁକ୍ତ କହିଛନ୍ତି ଯେ ସିଗ୍‌‌ନାଲ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରିହେବା ଆବଶ୍ୟକ। ବ୍ୟବହୃତ ସିଗ୍‌‌ନାଲିଂ ସର୍କିଟରେ ପରିବର୍ତ୍ତନ କିରବା ପୂର୍ବରୁ ସର୍କିଟ୍‌‌ଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯିବା ସହ ଅନୁମୋଦିତ ସର୍କିଟ୍‌‌ ଯୋଗାଣ ହେବା ଉଚିତ। ଏହି ସମୟରେ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ। ଏହା ପରେ ସିଗ୍‌‌ନାଲ ଠିକ୍‌‌ ଭାବେ କାମ କରୁଛି କି ନାହିଁ ତାହା ସୁନିଶ୍ଚିତ କରିବା ନିମନ୍ତେ ଆଉ ଏକ ବିଶେଷଜ୍ଞ ଦଳଙ୍କୁ ଦାୟିତ୍ୱ ଦିଆଯିବା ଆବଶ୍ୟକ। ସିଗ୍‌‌ନାଲ ମରାମତି କାମରେ ନିୟୋଜନ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିବା ସହ ଦକ୍ଷ କର୍ମଚାରୀଙ୍କ ପାଇଁ ପ୍ରମାଣପତ୍ର ଜାରି କରାଯାଉ। କେବଳ ପ୍ରମାଣପତ୍ର ଥିବା କର୍ମଚାରୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ ସମ୍ପର୍କରେ ରେଳବୋର୍ଡ ପଦକ୍ଷେପ ନେଉ। ସେହିପରି ଷ୍ଟେସନ୍‌‌ ଡାଟା ଲଗ୍‌‌ ବୁକ୍‌‌ରେ ଭିନ୍ନ ଭିନ୍ନ ରେକର୍ଡ ରହିବା ଉଚିତ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର