ପୁଅ ମରିଥିଲା ଯେଉଁଠି, ବାପା ଜୀବନ ହାରିଲେ ସେଇଠି: ପୁତ୍ର ଶୋକରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା

The Sakala Picture
Published On

ବଲାଙ୍ଗିର: ବାପାର ସାହାରା ଥିଲା ଭେଣ୍ଡିଆ ପୁଅ। ମୁଣ୍ଡ ଝାଳ ତୁଣ୍ଡେ ମାରି ପିଲାଟିକୁ ଛୋଟରୁ ବଡ କରିଥିଲା। ଭାବିଥିଲା ବୁଢା ବୟସରେ ଅଶାବାଡି ପାଲଟିବ; ହେଲେ କ’ଣ ହେଲା କେଜାଣି ହଠାତ୍‍ ସେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଦେଲା। ପୁଅର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖି ବାପାର ହୃଦୟ ବା କେମିତି ସହିବ। ପୁଅର ବିଚ୍ଛେଦକୁ ସହି ନ ପାରି ବାପା ମଧ୍ୟ ରେଳଧାରଣାରେ କଟି ଜୀବନ ହାରିଦେଲା। ଏଭଳି ଦୁଖଃଦାୟକ ଘଟଣା ଘଟିଛି […]

ବଲାଙ୍ଗିର: ବାପାର ସାହାରା ଥିଲା ଭେଣ୍ଡିଆ ପୁଅ। ମୁଣ୍ଡ ଝାଳ ତୁଣ୍ଡେ ମାରି ପିଲାଟିକୁ ଛୋଟରୁ ବଡ କରିଥିଲା। ଭାବିଥିଲା ବୁଢା ବୟସରେ ଅଶାବାଡି ପାଲଟିବ; ହେଲେ କ’ଣ ହେଲା କେଜାଣି ହଠାତ୍‍ ସେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଦେଲା। ପୁଅର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖି ବାପାର ହୃଦୟ ବା କେମିତି ସହିବ। ପୁଅର ବିଚ୍ଛେଦକୁ ସହି ନ ପାରି ବାପା ମଧ୍ୟ ରେଳଧାରଣାରେ କଟି ଜୀବନ ହାରିଦେଲା। ଏଭଳି ଦୁଖଃଦାୟକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ବେଲବାହାଲି ଗ୍ରାମରେ।
ବେଲବାହାଲି ଗ୍ରାମରେ ଦୁଇ ଦିନରେ ବାପ-ପୁଅ ଆଗ ପଛ ହୋଇ ରେଳ ଲାଇନରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଦୁଇଜଣ ହେଲେ ପୁଅ ବେଡା ବାଗ(୩୦) ଓ ବାପା ହାଡୁ ବାଗ(୬୦)। ପ୍ରଥମେ ପୁଅ ଆତ୍ମହତ୍ୟା କରିଥିବାବେଳେ ପରେ ବାପ ଯାଇ ଆତ୍ମହତ୍ୟା କରିଛି। ଅକାରଣେ ଘରର ଦୁଇ ମୁରବୀଙ୍କ ଆତ୍ମହତ୍ୟା ପରିବାର ଲୋକଙ୍କୁ ସ୍ତବ୍ଧ କରିଦେଇଛି।

ଜିଆରପି ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ଗାଁ ନିକଟ ରେଳ ଲାଇନକୁ ଯାଇ ବେଡା ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାର ଲୋକେ ମୃତଦେହକୁ ଉଦ୍ଧାର କରି ଅନ୍ତିମ ସଂସ୍କାର କରିଥିଲେ। ତାଙ୍କର ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ପୁଅର ବିଚ୍ଛେଦ ବାପାଙ୍କ ପାଇଁ ସହ୍ୟ ହେଲା ନାହିଁ। ପାଳିପୋଷି ବାହା କରାଇଥିବା ପୁଅର ଏଭଳି ନିଷ୍ପତ୍ତିକୁ ହାଡୁ ସହଜରେ ଗ୍ରହଣ କରିପାରିଲେ ନାହିଁ। ତାର ଠିକ ପରଦିନ ସେ ମଧ୍ୟ ରେଳ ଲାଇନକୁ ଯାଇ ଆତ୍ମହତ୍ୟା କରି ଜୀବନ ହାରିଦେଲେ। ଖବର ପାଇ ଜିଆରପି ପୁଲିସ ଗାଁରେ ପହଞ୍ଚିଥିଲା; ହେଲେ ଗ୍ରାମବାସୀଙ୍କ ତରଫରୁ ତାଙ୍କୁ କୌଣସି ସୂଚନା ମିଳିନଥିଲା। ଓଲଟା ପୁଲିସକୁ ଦେଖି ସେମାନେ କବାଟ ବନ୍ଦ କରିଦେଇଥିଲେ। ତେବେ ହାଡୁ ମାନସିକ ସ୍ତରରେ ଟିକିଏ ଦୁର୍ବଳ ଥିବା ଏକ ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

19 May 2022 By The Sakala

https://www.thesakala.in/latest-odisha-news/balangir/the-son-died-where-the-father-lost-his-life/article-11706
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର