ବଲାଙ୍ଗୀରରେ ଉଦ୍ଧାର ହେଲା ଆତଙ୍କ ସୃଷ୍ଟି କରଥିବା ଉନ୍ମାଦ ଯୁବକ

The Sakala Picture
Published On

ବଲାଙ୍ଗୀର : ପ୍ରେମିକର ଉନ୍ମତ୍ତକାଣ୍ଡ । ପ୍ରେମିକାକୁ ଉଠାଇ ଆଣିବାକୁ ଝିଅ ମାମୁଁ ଘରେ ଧସେଇ ପଶିଲା ଯୁବକ । ଭାଣିଜୀ ସହ ଏକ ତରଫା ପ୍ରେମ ସମ୍ପର୍କ ଥିବାରୁ ତାଙ୍କୁ ଅପହରଣ କରି ନେବା ପାଇଁ ବନ୍ଧୁକ ଧରି ଧସେଇ ପଶିଥିଲା ଯୁବକ ।  ଯୁବକ ଜଣଙ୍କ ହେଉଛନ୍ତି ବିକ୍ରମ ପଣ୍ଡା । ମହିଳା କଲେଜ ଛକରେ ତାଙ୍କର ଜେରକ୍ସ ଓ ଇଣ୍ଟରନେଟ ଦୋକାନ ରହିଛି । ଦୀର୍ଘ ୪ଘଣ୍ଟା ଧରି ବଲାଙ୍ଗୀର ପୋଲିସର ଅପରେସନ […]

ବଲାଙ୍ଗୀର : ପ୍ରେମିକର ଉନ୍ମତ୍ତକାଣ୍ଡ । ପ୍ରେମିକାକୁ ଉଠାଇ ଆଣିବାକୁ ଝିଅ ମାମୁଁ ଘରେ ଧସେଇ ପଶିଲା ଯୁବକ । ଭାଣିଜୀ ସହ ଏକ ତରଫା ପ୍ରେମ ସମ୍ପର୍କ ଥିବାରୁ ତାଙ୍କୁ ଅପହରଣ କରି ନେବା ପାଇଁ ବନ୍ଧୁକ ଧରି ଧସେଇ ପଶିଥିଲା ଯୁବକ ।  ଯୁବକ ଜଣଙ୍କ ହେଉଛନ୍ତି ବିକ୍ରମ ପଣ୍ଡା । ମହିଳା କଲେଜ ଛକରେ ତାଙ୍କର ଜେରକ୍ସ ଓ ଇଣ୍ଟରନେଟ ଦୋକାନ ରହିଛି । ଦୀର୍ଘ ୪ଘଣ୍ଟା ଧରି ବଲାଙ୍ଗୀର ପୋଲିସର ଅପରେସନ ପରେ ମଦନମୋହନ ହୋତାଙ୍କ  ପୁଅ ଦିବ୍ୟ ରଞ୍ଜନ ହୋତା, ତାଙ୍କ ସ୍ତ୍ରୀ ଓ ୧୫ବର୍ଷର ପୁଅକୁ ପୋଲିସ ସୁରକ୍ଷିତ ଭାବେ ଝରକା ପଟୁ ଉଦ୍ଧାର କରିଛି । ଏନେଇ ବଲାଙ୍ଗୀର ପୋଲିସ ଏସ୍‌ଡିପିଓ ତୋଫାନ ବାଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯୁବକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିବା ନେଇ ଏସ୍‌ଡିପିଓ ଙ୍କ ସମେତ ୨ ଜଣିଆ ପୋଲିସ ଟିମ୍ ଘର ଭିତରକୁ ପଶି ବନ୍ଧକଙ୍କୁ ଉଦ୍ଧାର କରିଥିଲେ । କାବୁ କରିବା ସମୟରେ ବନ୍ଧୁକଧାରୀ ଦୁର୍ବୃତ୍ତ ଜଣକ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲା। ତେବେ ଫାୟାରିଂରେ କାହାରି କ୍ଷତି ହୋଇନଥିବା ସୂଚନା ମିଳିଛି। ଏହା ପୂର୍ବରୁ ବନ୍ଧକଙ୍କୁ ଉଦ୍ଧାର କରାଯାଇଥିଲା। ଶିଡ଼ି ପକାଇ ପୋଲିସ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳକଙ୍କୁ ଉଦ୍ଧାର କରିଥିଲା।

ସଚନା ଅନୁଯାୟୀ, ଆଜି ଜଣେ ଯୁବକ ବଲାଙ୍ଗୀର ସହର ଶାନ୍ତିପଡାରେ ମଦନ ମୋହନ ହୋତାଙ୍କ ଘରେ ବନ୍ଧୁଙ୍କ ଧରି ପସିଯାଇଥିଲା। ଯାହାକୁ ନେଇ ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଅନ୍ୟ ଏକ କୋଠରୀରେ ପରିବାରର ସ୍ବାମୀ, ସ୍ତ୍ରୀ ଓ ୧୫ ବର୍ଷର ପୁଅ ବନ୍ଦୀ ହୋଇ ରହିଥିଲ୍ । ଘର ବାହାରେ ପୁଲିସ ଘେରି ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲା। ପୁଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା।  ଦୀର୍ଘ ୫ଘଣ୍ଟାର ଅପରେସନ ପରେ ପୁଲିସକୁ ସଫଳତା ମିଳିଥିଲା। 

15 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର