ବଲାଙ୍ଗୀର ଆରଟିଓ ଛକରେ ଦୁର୍ଘଟଣା ଘଟଣା: ମୁଖ୍ଯ ଅଭିଯୁକ୍ତ ଚିତ୍ତ ମହାନ୍ତି ଗିରଫ

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ଆରଟିଓ ଛକରେ ଶନିବାର ହୋଇଥିବା ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର କରି ତଥା ଗାଡ଼ି ମଡ଼ାଇ ଦେଇଥିବା ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଅଭିଯୁକ୍ତକୁ ଧରାଇବାରେ ସାହାଯ୍ଯ କରିଥିଲା ସିସିଟିଭି ଫୁଟେଜ। ହତ୍ୟା ପାଇଁ ଏହି ଦୁର୍ଘଟଣା ଯୋଜନା କରାଯାଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା। ଦୁର୍ଘଟଣାସ୍ଥଳ ନିକଟରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଦେଖିଲେ ବାଇକ୍‍ ଆରୋହୀଙ୍କୁ ହତ୍ୟା କରିବା ପାଇଁ ମିନିଟ୍ରକ୍‍ ପଛପଟୁ ମାଡିଆସିଥିବା ଦେଖିବାକୁ ମିଳିଥିଲା। ପୂର୍ବ […]

ବଲାଙ୍ଗିର: ବଲାଙ୍ଗିର ଆରଟିଓ ଛକରେ ଶନିବାର ହୋଇଥିବା ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର କରି ତଥା ଗାଡ଼ି ମଡ଼ାଇ ଦେଇଥିବା ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଅଭିଯୁକ୍ତକୁ ଧରାଇବାରେ ସାହାଯ୍ଯ କରିଥିଲା ସିସିଟିଭି ଫୁଟେଜ। ହତ୍ୟା ପାଇଁ ଏହି ଦୁର୍ଘଟଣା ଯୋଜନା କରାଯାଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା। ଦୁର୍ଘଟଣାସ୍ଥଳ ନିକଟରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଦେଖିଲେ ବାଇକ୍‍ ଆରୋହୀଙ୍କୁ ହତ୍ୟା କରିବା ପାଇଁ ମିନିଟ୍ରକ୍‍ ପଛପଟୁ ମାଡିଆସିଥିବା ଦେଖିବାକୁ ମିଳିଥିଲା। ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଚିତ୍ତ ଏହି ମର୍ଡର ପ୍ଲାନ ତିଆରି କରିଥିଲା। ଆଉ କିଛି ସମୟ ମଧ୍ୟରେ ଚିତ୍ତକୁ କୋର୍ଟରେ ହାଜର କରିବ ବଲାଙ୍ଗୀର ପୁଲିସ । ଏନେଇ ସୂଚନା ବଲାଙ୍ଗୀର ଏସପି ନୀତିନ୍ କୁଶଳକର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସୂଚନା ଅନୁଯାୟୀ,  ଶନିବାର ପ୍ରାୟ ୧୧ଟାରେ ଆରଟିଓ ଅଫିସ ଛକ ନିକଟରେ ଏକ ମିନି ଟ୍ରକ୍‍ ପଛପଟୁ ଏକ ବାଇକ୍‍କୁ ଧକ୍କା ଦେଇଥିଲା। ବାଇକ୍‍ରେ ଥିବା ଶ୍ରୀକାନ୍ତ ବାଗଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ବାଇକ୍‍ରେ ଥିବା ସାନୁ ନାୟକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଦୁର୍ଘଟଣାରେ ଚିତ୍ତ ମହାନ୍ତି ମଧ୍ୟ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ବାଇକ୍‍କୁ ଧକ୍କା ଦେବା ପରେ ଟ୍ରକ୍‍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମିନିଟ୍ରକରେ ହିଁ ଚିତ୍ତ ମହାନ୍ତି ରହିଥିବା ଆହତ ସାନୁ ନାୟକ ଓ ପରିବାର ଲୋକ ଅଭିଯୋଗ ଆଣିଥିଲେ। ଉଭୟ ସାନୁଙ୍କ ପରିବାର ଓ ଚିତ୍ତ ମହାନ୍ତିଙ୍କ ମଧ୍ୟରେ ରହିଥିବା ପୁରୁଣା ଶତ୍ରୁତା ଯୋଗୁଁ ଏହି ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହେଇଥିଲା।  ସାନୁଙ୍କୁ ହତ୍ୟା କରିବା ପାଇଁ ଚିତ୍ତ ମହାନ୍ତି ଏହି ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପ୍ରମାଣ ପାଇବା ପରେ ପୁଲିସ ମାମଲା ରୁଜୁ କରି ଚିତ୍ତ ମହାନ୍ତିଙ୍କୁ ଅଟକ ରଖିଥିଲା।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

23 May 2022 By The Sakala

ବଲାଙ୍ଗୀର ଆରଟିଓ ଛକରେ ଦୁର୍ଘଟଣା ଘଟଣା: ମୁଖ୍ଯ ଅଭିଯୁକ୍ତ ଚିତ୍ତ ମହାନ୍ତି ଗିରଫ

ବଲାଙ୍ଗିର: ବଲାଙ୍ଗିର ଆରଟିଓ ଛକରେ ଶନିବାର ହୋଇଥିବା ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର କରି ତଥା ଗାଡ଼ି ମଡ଼ାଇ ଦେଇଥିବା ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଅଭିଯୁକ୍ତକୁ ଧରାଇବାରେ ସାହାଯ୍ଯ କରିଥିଲା ସିସିଟିଭି ଫୁଟେଜ। ହତ୍ୟା ପାଇଁ ଏହି ଦୁର୍ଘଟଣା ଯୋଜନା କରାଯାଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା। ଦୁର୍ଘଟଣାସ୍ଥଳ ନିକଟରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଦେଖିଲେ ବାଇକ୍‍ ଆରୋହୀଙ୍କୁ ହତ୍ୟା କରିବା ପାଇଁ ମିନିଟ୍ରକ୍‍ ପଛପଟୁ ମାଡିଆସିଥିବା ଦେଖିବାକୁ ମିଳିଥିଲା। ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଚିତ୍ତ ଏହି ମର୍ଡର ପ୍ଲାନ ତିଆରି କରିଥିଲା। ଆଉ କିଛି ସମୟ ମଧ୍ୟରେ ଚିତ୍ତକୁ କୋର୍ଟରେ ହାଜର କରିବ ବଲାଙ୍ଗୀର ପୁଲିସ । ଏନେଇ ସୂଚନା ବଲାଙ୍ଗୀର ଏସପି ନୀତିନ୍ କୁଶଳକର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ,  ଶନିବାର ପ୍ରାୟ ୧୧ଟାରେ ଆରଟିଓ ଅଫିସ ଛକ ନିକଟରେ ଏକ ମିନି ଟ୍ରକ୍‍ ପଛପଟୁ ଏକ ବାଇକ୍‍କୁ ଧକ୍କା ଦେଇଥିଲା। ବାଇକ୍‍ରେ ଥିବା ଶ୍ରୀକାନ୍ତ ବାଗଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ବାଇକ୍‍ରେ ଥିବା ସାନୁ ନାୟକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଦୁର୍ଘଟଣାରେ ଚିତ୍ତ ମହାନ୍ତି ମଧ୍ୟ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ବାଇକ୍‍କୁ ଧକ୍କା ଦେବା ପରେ ଟ୍ରକ୍‍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମିନିଟ୍ରକରେ ହିଁ ଚିତ୍ତ ମହାନ୍ତି ରହିଥିବା ଆହତ ସାନୁ ନାୟକ ଓ ପରିବାର ଲୋକ ଅଭିଯୋଗ ଆଣିଥିଲେ। ଉଭୟ ସାନୁଙ୍କ ପରିବାର ଓ ଚିତ୍ତ ମହାନ୍ତିଙ୍କ ମଧ୍ୟରେ ରହିଥିବା ପୁରୁଣା ଶତ୍ରୁତା ଯୋଗୁଁ ଏହି ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହେଇଥିଲା।  ସାନୁଙ୍କୁ ହତ୍ୟା କରିବା ପାଇଁ ଚିତ୍ତ ମହାନ୍ତି ଏହି ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପ୍ରମାଣ ପାଇବା ପରେ ପୁଲିସ ମାମଲା ରୁଜୁ କରି ଚିତ୍ତ ମହାନ୍ତିଙ୍କୁ ଅଟକ ରଖିଥିଲା।

https://www.thesakala.in/latest-odisha-news/balangir/bolangir-series-accident-hit-run-case-main-accused-chitta-mohanty-arrested/article-11818
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର