ଲାଲବାହିନୀ ବିରୋଧରେ ପୁଲିସକୁ ବଡ ସଫଳତା, ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ସୋମନାଥ ଅଚେଲା

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିରରେ ଲାଲବାହିନୀ ବିରୋଧରେ ପୁଲିସକୁ ବଡ ସଫଳତା । ଶନିବାର ବଲାଙ୍ଗିର ବରଗଡ଼ ମହସମୁନ୍ଦ ଡିଭିଜନର ଜଣେ କେଡର୍ ମାଓବାଦୀ ବଲାଙ୍ଗିର ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଉତ୍ତରାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ସୋମନାଥ ଅଚେଲା । ସେ ବିବିଏମ୍ ଡିଭିଜନରେ ଏରିଆ କମାଣ୍ଡର ଭାବେ ନିୟୋଜିତ ହୋଇଥିବା ଜଣାପଡିଛି। ଗତ କିଛି ଦିନ ହେଲା ବଲାଙ୍ଗିର , ନୂଆପଡ଼ା ଓ ବରଗଡ଼ ଜିଲ୍ଲା ସୀମା ରେ […]

ବଲାଙ୍ଗିର: ବଲାଙ୍ଗିରରେ ଲାଲବାହିନୀ ବିରୋଧରେ ପୁଲିସକୁ ବଡ ସଫଳତା । ଶନିବାର ବଲାଙ୍ଗିର ବରଗଡ଼ ମହସମୁନ୍ଦ ଡିଭିଜନର ଜଣେ କେଡର୍ ମାଓବାଦୀ ବଲାଙ୍ଗିର ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଉତ୍ତରାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ସୋମନାଥ ଅଚେଲା । ସେ ବିବିଏମ୍ ଡିଭିଜନରେ ଏରିଆ କମାଣ୍ଡର ଭାବେ ନିୟୋଜିତ ହୋଇଥିବା ଜଣାପଡିଛି। ଗତ କିଛି ଦିନ ହେଲା ବଲାଙ୍ଗିର , ନୂଆପଡ଼ା ଓ ବରଗଡ଼ ଜିଲ୍ଲା ସୀମା ରେ ଥିବା ଗର୍ଦ୍ଧମାର୍ଧନ ଜଙ୍ଗଲରେ ପୁଲିସ ଓ କେନ୍ଦ୍ରୀୟ ବଳ ମିଶି କମ୍ବିଂ ଅପରେସନ ଚଳାଇଥିଲେ। ଏହି ସମୟରେ ଉଭୟ ପକ୍ଷରୁ ଫାୟରିଂ ହୋଇଥିଲା। ଏହି ସମୟରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ପୁଲିସ ସର୍ଚ୍ଚ ଅପରେସନ ମଧ୍ୟ କରିଥିଲା। ଏହି ଭିତରେ ପୁଲିସ ହାତରେ ଏହି ମାଓବାଦୀ ଲାଗିଥିବାବେଳେ ସେ ଆତ୍ମସମର୍ପଣ କରିବାକୁ ରାଜି ହୋଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଶନିବାର ଆତ୍ମସମର୍ପଣ କରିଥିବା ମାଓବାଦୀ ସୋମନାଥ ଅଚେଲା ଛତିଶଗଡ଼ କାଙ୍କର ଜିଲ୍ଲାର ବୋଲି ଜଣାପଡିଛି। ସେ ୨୦୦୬ ରେ ମାଓ କ୍ୟାମ୍ପ ସହ ଯୋଡ଼ି ହୋଇଥିଲା। ପରେ ୨୦୧୧ ମସିହା ପରେ ସେ ବଲାଙ୍ଗିର ଅଞ୍ଚଳରେ ମାଓ ଗତିବିଧି ରେ ସେ ସଂପୃକ୍ତ ଥିବା ଏସପି ସୂଚନା ଋଷିକେଶ ଖିଲାରି ସୂଚନା ଦେଇଛନ୍ତି । ତେବେ ସେ ଏସିଏମ ପଦବୀରେ କାର୍ଯ୍ୟରତ ଥିବା ବେଳେ ଆତ୍ମସମର୍ପଣ କରିଥିବା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଆଦର୍ଶ ହରାଉଛି ମାଓ ସଂଗଠନ । ଲୋକେ ମାଓବାଦୀ ମାନଙ୍କୁ ସମର୍ଥନ ଦେଉନାହାନ୍ତି। ପୁଲିସର କାର୍ଯ୍ୟାନୁଷ୍ଠାନ, ସଫଳ ସରକାରୀ ଯୋଜନା ଓ ମାଓକ୍ୟମ୍ପରେ ଦିଆଯାଉଥିବା ନିର୍ଯାତନାରେ ବିରକ୍ତ ହୋଇ ସେ ମାଓ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା ଆତ୍ମସମର୍ପଣ କରିଥିବା ମାଓବାଦୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ମାଓ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରୁଛନ୍ତି ମାଓବାଦୀ । ଲୋକଙ୍କ ପାଖକୁ ପହଞ୍ଚିଛି ସରକାରୀ ଯୋଜନା । ଆଦିବାସୀଙ୍କୁ ନିଜ ହକ ଦେବାରେ ପ୍ରମୁଖ ଭୂମିକା ନେଇଛନ୍ତି ରାଜ୍ୟ ସରକାର। ଯାହାର ପ୍ରଭାବ ଏବେ ମାଓ ସଂଗଠାକୁ ଦୁର୍ବଳ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର