କାଲି ଭାଙ୍ଗିବନି ବୈକୁଣ୍ଠଧାମ ଆଶ୍ରମ, ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଦେଲେ ହାଇକୋର୍ଟ

The Sakala Picture
Published On

ଭୁବନେଶ୍ୱର: କାଲି ଭାଙ୍ଗିବନି ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଉପରେ ରହିତାଦେଶ ନିର୍ଦ୍ଦେଶ । ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଦେଲେ ହାଇକୋର୍ଟ । ଆଶ୍ରମ ଭାଙ୍ଗିବା ଉପରେ ଏହି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଆଶ୍ରମ ଭାଙ୍ଗିବା ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଆସନ୍ତାକାଲି ଆଶ୍ରମ ଭାଙ୍ଗିବାକୁ ଆଜି ବିଡିଏ ଘୋଷଣା କରିଥିଲା । ଆସନ୍ତାକାଲି ସକାଳ ସମୟରେ ଆଶ୍ରମ ଭଙ୍ଗାଯିବ […]

ଭୁବନେଶ୍ୱର: କାଲି ଭାଙ୍ଗିବନି ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଉପରେ ରହିତାଦେଶ ନିର୍ଦ୍ଦେଶ । ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଦେଲେ ହାଇକୋର୍ଟ । ଆଶ୍ରମ ଭାଙ୍ଗିବା ଉପରେ ଏହି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଆଶ୍ରମ ଭାଙ୍ଗିବା ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଆସନ୍ତାକାଲି ଆଶ୍ରମ ଭାଙ୍ଗିବାକୁ ଆଜି ବିଡିଏ ଘୋଷଣା କରିଥିଲା । ଆସନ୍ତାକାଲି ସକାଳ ସମୟରେ ଆଶ୍ରମ ଭଙ୍ଗାଯିବ ବୋଲି ଡ଼ାକବାଜି ଯନ୍ତ୍ରରେ କୁହାଯାଇଥିଲା । ମାତ୍ର ଏବେ ଆଶ୍ରମକୁ ଆଶ୍ବସ୍ତି ମିଳିଛି । ବେଆଇନ ଭାବେ ୧୪୦ ଡ଼ିସିମିଲ ସରକାରୀ ଜାଗା ଉପରେ ଏହି ଆଶ୍ରମ ନିର୍ମାଣ ହୋଇଥିବାରୁ ଏହା ଭଙ୍ଗାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ଏହା ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସୂଚନାଯୋଗ୍ୟ, ଜଣେ ପିଲାକୁ କୁନି ସାରଥୀ ଭାବେ ବସାଇ ଆଶ୍ରମରେ ତାଙ୍କୁ କଳକୀ ଅବତାର ବୋଲି ଦର୍ଶାଯାଇଥିଲା । ପିଲାର ଗୋଡ଼ରେ ତୁଳସୀ ଦିଆଯିବା ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା । ଯାହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ଖଣ୍ଡଗିରିର ବାରିରେ ରହିଛି କାଶୀନାଥ ବାବାଙ୍କର ବୈକୁଣ୍ଠ ଧାମ । ବିବାଦକୁ ଆସିବା ପରେ ବାବାଙ୍କ ଆଶ୍ରମ ଭିତରେ ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ପ୍ରବେଶ କରିଥିଲା । ପୋଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ ଅନେକ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

21 Nov 2024 By The Sakala

କାଲି ଭାଙ୍ଗିବନି ବୈକୁଣ୍ଠଧାମ ଆଶ୍ରମ, ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର: କାଲି ଭାଙ୍ଗିବନି ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଉପରେ ରହିତାଦେଶ ନିର୍ଦ୍ଦେଶ । ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଦେଲେ ହାଇକୋର୍ଟ । ଆଶ୍ରମ ଭାଙ୍ଗିବା ଉପରେ ଏହି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଆଶ୍ରମ ଭାଙ୍ଗିବା ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଆସନ୍ତାକାଲି ଆଶ୍ରମ ଭାଙ୍ଗିବାକୁ ଆଜି ବିଡିଏ ଘୋଷଣା କରିଥିଲା । ଆସନ୍ତାକାଲି ସକାଳ ସମୟରେ ଆଶ୍ରମ ଭଙ୍ଗାଯିବ ବୋଲି ଡ଼ାକବାଜି ଯନ୍ତ୍ରରେ କୁହାଯାଇଥିଲା । ମାତ୍ର ଏବେ ଆଶ୍ରମକୁ ଆଶ୍ବସ୍ତି ମିଳିଛି । ବେଆଇନ ଭାବେ ୧୪୦ ଡ଼ିସିମିଲ ସରକାରୀ ଜାଗା ଉପରେ ଏହି ଆଶ୍ରମ ନିର୍ମାଣ ହୋଇଥିବାରୁ ଏହା ଭଙ୍ଗାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ଏହା ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ଜଣେ ପିଲାକୁ କୁନି ସାରଥୀ ଭାବେ ବସାଇ ଆଶ୍ରମରେ ତାଙ୍କୁ କଳକୀ ଅବତାର ବୋଲି ଦର୍ଶାଯାଇଥିଲା । ପିଲାର ଗୋଡ଼ରେ ତୁଳସୀ ଦିଆଯିବା ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା । ଯାହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ଖଣ୍ଡଗିରିର ବାରିରେ ରହିଛି କାଶୀନାଥ ବାବାଙ୍କର ବୈକୁଣ୍ଠ ଧାମ । ବିବାଦକୁ ଆସିବା ପରେ ବାବାଙ୍କ ଆଶ୍ରମ ଭିତରେ ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ପ୍ରବେଶ କରିଥିଲା । ପୋଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ ଅନେକ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର