ବୁଲିବ ବୁଲ୍‌ଡୋଜର, ଆସନ୍ତକାଲି ଭଙ୍ଗାଯିବ ଖଣ୍ଡଗିରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ

The Sakala Picture
Published On

ଭୁବନେଶ୍ୱର: ଆସନ୍ତାକାଲି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ମାଟିରେ ମିଶିବ ଖଣ୍ଡଗିରିସ୍ଥିତ କୁନି ସାରଥୀଙ୍କ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ଆସନ୍ତାକାଲି ସକାଳ ୮ଟାରେ ଆଶ୍ରମ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ନେଇ ସୂଚନା । ଆଶ୍ରମ ଭାଙ୍ଗିବାକୁ ଘୋଷଣା କଲା ବିଡିଏ । ବିଡିଏ, ବିଏମ୍‌ସି ଓ କମିଶନରେଟ୍ ପୋଲିସ ପକ୍ଷରୁ ଭଙ୍ଗାଯିବ ଆଶ୍ରମ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅଛି ଏହି ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ବିବାଦ ସୃଷ୍ଟି ପରେ ସରକାରୀ […]

ଭୁବନେଶ୍ୱର: ଆସନ୍ତାକାଲି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ମାଟିରେ ମିଶିବ ଖଣ୍ଡଗିରିସ୍ଥିତ କୁନି ସାରଥୀଙ୍କ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ଆସନ୍ତାକାଲି ସକାଳ ୮ଟାରେ ଆଶ୍ରମ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ନେଇ ସୂଚନା । ଆଶ୍ରମ ଭାଙ୍ଗିବାକୁ ଘୋଷଣା କଲା ବିଡିଏ । ବିଡିଏ, ବିଏମ୍‌ସି ଓ କମିଶନରେଟ୍ ପୋଲିସ ପକ୍ଷରୁ ଭଙ୍ଗାଯିବ ଆଶ୍ରମ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅଛି ଏହି ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ବିବାଦ ସୃଷ୍ଟି ପରେ ସରକାରୀ ଜମିରେ ଆଶ୍ରମ ରହିଛି କି ନାହିଁ ତାହା ମାପଚୁପ କରିଥିଲା ବିଡିଏ ।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଜଣେ ପିଲାକୁ କୁନି ସାରଥୀ ଭାବେ ବସାଇ ଆଶ୍ରମରେ ତାଙ୍କୁ କଳକୀ ଅବତାର ବୋଲି ଦର୍ଶାଯାଇଥିଲା । ପିଲାର ଗୋଡ଼ରେ ତୁଳସୀ ଦିଆଯିବା ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା । ଯାହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ଖଣ୍ଡଗିରିର ବାରିରେ ରହିଛି କାଶୀନାଥ ବାବାଙ୍କର ବୈକୁଣ୍ଠ ଧାମ । ବିବାଦକୁ ଆସିବା ପରେ ବାବାଙ୍କ ଆଶ୍ରମ ଭିତରେ ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ପ୍ରବେଶ କରିଥିଲା । ପୋଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ ଅନେକ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ସବୁଠାରୁ ବଡ଼କଥା ହେଲା ଭକ୍ତ ଭାବେ ଆସୁଥିବା ଲୋକଙ୍କୁ କେମିତି ଠକା ଯାଉଥିଲା ତାହାର ଗୁମର ଆଶ୍ରମରୁ ମିଳିଥିବା ଏକ ଡାଏରୀରେ ଉଲ୍ଲେଖ ରହିଛି । ଭଣ୍ଡ ବାବାଙ୍କ ପୂଜା କରିବା ପାଇଁ କେବଳ ୩୫ ହଜାର ଟଙ୍କାର ଫୁଲ ଲାଗୁଥିଲା । କେଉଁ ଫୁଲ, କେତେ ପରିମାଣର ତାହାର ଚିଠା ଡାଏରୀରେ ରହିଛି । ଯାହାର ଲିଷ୍ଟ ପୂଜା ପାଇଁ ଆସୁଥିବା ଭକ୍ତଙ୍କୁ ଦିଆଯାଇ ଲୁଟାଯାଉଥିଲା ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

21 Nov 2024 By The Sakala

ବୁଲିବ ବୁଲ୍‌ଡୋଜର, ଆସନ୍ତକାଲି ଭଙ୍ଗାଯିବ ଖଣ୍ଡଗିରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ୱର: ଆସନ୍ତାକାଲି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ମାଟିରେ ମିଶିବ ଖଣ୍ଡଗିରିସ୍ଥିତ କୁନି ସାରଥୀଙ୍କ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ଆସନ୍ତାକାଲି ସକାଳ ୮ଟାରେ ଆଶ୍ରମ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ନେଇ ସୂଚନା । ଆଶ୍ରମ ଭାଙ୍ଗିବାକୁ ଘୋଷଣା କଲା ବିଡିଏ । ବିଡିଏ, ବିଏମ୍‌ସି ଓ କମିଶନରେଟ୍ ପୋଲିସ ପକ୍ଷରୁ ଭଙ୍ଗାଯିବ ଆଶ୍ରମ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅଛି ଏହି ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ବିବାଦ ସୃଷ୍ଟି ପରେ ସରକାରୀ ଜମିରେ ଆଶ୍ରମ ରହିଛି କି ନାହିଁ ତାହା ମାପଚୁପ କରିଥିଲା ବିଡିଏ ।

ଜଣେ ପିଲାକୁ କୁନି ସାରଥୀ ଭାବେ ବସାଇ ଆଶ୍ରମରେ ତାଙ୍କୁ କଳକୀ ଅବତାର ବୋଲି ଦର୍ଶାଯାଇଥିଲା । ପିଲାର ଗୋଡ଼ରେ ତୁଳସୀ ଦିଆଯିବା ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା । ଯାହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ଖଣ୍ଡଗିରିର ବାରିରେ ରହିଛି କାଶୀନାଥ ବାବାଙ୍କର ବୈକୁଣ୍ଠ ଧାମ । ବିବାଦକୁ ଆସିବା ପରେ ବାବାଙ୍କ ଆଶ୍ରମ ଭିତରେ ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ପ୍ରବେଶ କରିଥିଲା । ପୋଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ ଅନେକ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

ସବୁଠାରୁ ବଡ଼କଥା ହେଲା ଭକ୍ତ ଭାବେ ଆସୁଥିବା ଲୋକଙ୍କୁ କେମିତି ଠକା ଯାଉଥିଲା ତାହାର ଗୁମର ଆଶ୍ରମରୁ ମିଳିଥିବା ଏକ ଡାଏରୀରେ ଉଲ୍ଲେଖ ରହିଛି । ଭଣ୍ଡ ବାବାଙ୍କ ପୂଜା କରିବା ପାଇଁ କେବଳ ୩୫ ହଜାର ଟଙ୍କାର ଫୁଲ ଲାଗୁଥିଲା । କେଉଁ ଫୁଲ, କେତେ ପରିମାଣର ତାହାର ଚିଠା ଡାଏରୀରେ ରହିଛି । ଯାହାର ଲିଷ୍ଟ ପୂଜା ପାଇଁ ଆସୁଥିବା ଭକ୍ତଙ୍କୁ ଦିଆଯାଇ ଲୁଟାଯାଉଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର