ବାହାନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରେ ପହଞ୍ଚିଲା CBI ଟିମ୍‌, ଷ୍ଟେସନର ସିଗନାଲ ରୁମରେ ଖୋଳତାଡ଼ ଆରମ୍ଭ…

The Sakala Picture
Published On

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡି । ଦୁର୍ଘଟଣା ସ୍ଥଳରେ ପହଞ୍ଚିଲା CBI ଟିମ୍‌  । ଦୁର୍ଘଟଣାର ଖୋଳତାଡ଼ କରିବାକୁ ପହଞ୍ଚିଛନ୍ତି ସିବିଆଇ ଅଧିକାରୀ । ବାହାନଗା ବଜାର ଷ୍ଟେସନ୍‌‌ ରେଳ ଦୁର୍ଘଟଣାରେ ଗତକାଲିଠାରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରେ ରେଳ ସୁରକ୍ଷା ଆୟୁକ୍ତ (ଆରଏସ୍‌‌ସି) ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସଂପର୍କରେ ପଚରାଉଚରା କରୁଛନ୍ତି। ସିବିଆଇ ମଧ୍ୟ ଆଜି ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରିଛି। ଷ୍ଟେସନର ସିଗନାଲ […]

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡି । ଦୁର୍ଘଟଣା ସ୍ଥଳରେ ପହଞ୍ଚିଲା CBI ଟିମ୍‌  । ଦୁର୍ଘଟଣାର ଖୋଳତାଡ଼ କରିବାକୁ ପହଞ୍ଚିଛନ୍ତି ସିବିଆଇ ଅଧିକାରୀ । ବାହାନଗା ବଜାର ଷ୍ଟେସନ୍‌‌ ରେଳ ଦୁର୍ଘଟଣାରେ ଗତକାଲିଠାରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରେ ରେଳ ସୁରକ୍ଷା ଆୟୁକ୍ତ (ଆରଏସ୍‌‌ସି) ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସଂପର୍କରେ ପଚରାଉଚରା କରୁଛନ୍ତି। ସିବିଆଇ ମଧ୍ୟ ଆଜି ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରିଛି। ଷ୍ଟେସନର ସିଗନାଲ ରୁମରେ ଖୋଳତାଡ଼ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କରମଣ୍ଡଳ ଏକ୍ସପ୍ରେସ୍‌‌ର ଦୁଇ ଚାଳକ ଗୁଣନିଧି ମହାନ୍ତି, ସହକାରୀ ଲୋକୋ ପାଇଲଟ୍‌‌ ହଜାରି ବେହେରା ଓ ଗାର୍ଡ ରେଳ ସୁରକ୍ଷା ଆୟୁକ୍ତଙ୍କୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବାହାନଗା ଷ୍ଟେସନ୍‌‌ରେ ମାଲ ଗାଡ଼ି ଛିଡ଼ା ହୋଇଥିବା ଲୁପ୍‌‌ ଲାଇନ୍‌‌ରେ ଯିବା ପାଇଁ କରମଣ୍ଡଳ ଏକ୍ସପ୍ରେସ୍‌‌କୁ ସବୁଜ ସଙ୍କେତ ମିଳିଥିଲା। ନିୟମ ଅନୁସାରେ ଲୁପ୍‌‌ଲାଇନ୍‌‌ରେ ଲାଲ୍‌ବତି ଜଳିବା କଥା; କିନ୍ତୁ ସେଠାରେ ସବୁଜ ବତି ଜଳୁଥିଲା। ସେହିପରି ଟ୍ରେନ୍‌‌ ବି ନିର୍ଦ୍ଧାରିତ ବେଗରେ ଚାଲୁଥିଲା। ରେଳବାଇର ସିଗନାଲ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସ୍ୱୟଂଚାଳିତ ହୋଇଥିବା ବେଳେ ଏଥିରେ ତ୍ରୁଟିର ସମ୍ଭାବନା ଆଦୌ ନାହିଁ। ଏପରିସ୍ଥଳେ ଲାଲ୍‌‌ ସିଗନାଲ ବଦଳରେ ସବୁଜ ସିଗନାଲ ଦିଆଯିବା ଅପରାଧିକ ଷଡ଼ଯନ୍ତ୍ର ଦିଗକୁ ଇଙ୍ଗିତ କରୁଛି। ଲୋକୋ ପାଇଲଟ୍‌‌ ଓ ସହକାରୀ ଲୋକୋ ପାଇଲଟ୍‌‌ ଏବେ ଭୁବନେଶ୍ୱରରେ ଥିବା ଏକ ଘରୋଇ ଡାକ୍ତରଖାନାର ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଅପରପକ୍ଷେ କୋଲକାତା, ହାଇଦ୍ରାବାଦ ଓ ନୂଆଦିଲ୍ଲୀରୁ ଆସିଥିବା ଫରେନସିକ୍‌‌ ଟିମ୍‌‌ ବାହାନଗା ଷ୍ଟେସନ୍‌‌ରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି। ସେହିପରି ସିବିଆଇ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରି ନ ଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ସୋମବାର ବାହାନଗା ଏଏସ୍‌ଏମ୍‌ଙ୍କ ଶଶିଭୂଷଣ ମହାନ୍ତିଙ୍କଠାରୁ ପ୍ରାରମ୍ଭିକ ଭାବେ ତଥ୍ୟ ସଂଗ୍ରହ ପାଇଁ ଖୋଳତାଡ଼ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ସୋମବାର ଅପରାହ୍ନରେ ରେଳ ସୁରକ୍ଷା ଆୟୁକ୍ତ ଶୈଳେନ୍ଦ୍ର କୁମାର ପାଠକ ବାହାନଗା ଷ୍ଟେସନ୍‌‌ରେ ଠାରେ ପହଞ୍ଚି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଦୁର୍ଘଟଣାସ୍ଥଳରେ ତନ୍ନ ତନ୍ନ ଯାଞ୍ଚ କରିବା ସହିତ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ରେଳବାଇ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ. କରମଣ୍ଡଳ ଟ୍ରେନ୍‌‌ ସର୍ବାଧିକ ୧୩୦ କିମି ବେଗରେ ଯିବା ପାଇଁ ଅନୁମତି ପାଇଥିବା ବେଳେ ଦୁର୍ଘଟଣା ସମୟରେ ଗାଡ଼ିର ବେଗ ଘଣ୍ଟାପ୍ରତି ୧୨୮ କିମି ଥିଲା। କମ୍ପ୍ୟୁଟରକୃତ ସ୍ପିଡୋ ମିଟରରେ ଟ୍ରେନ୍‌‌ର ଏହି ବେଗ ରେକର୍ଡ ହୋଇଛି। ସେହିପରି ମାଲଗାଡ଼ି ଛିଡ଼ା ହୋଇଥିବା ଲୁପ୍‌‌ ଲାଇନ୍‌‌ରେ ଲାଲ୍‌‌ ସିଗନାଲ ବଦଳରେ ସବୁଜ ସିଗନାଲ ଥିବା ନେଇ କମ୍ପ୍ୟୁଟରରେ ତଥ୍ୟ ରେକର୍ଡ ହୋଇଛି। ତେଣୁ ଏଥିରେ କୌଣସି ହସ୍ତକ୍ଷେପ ଯୋଗୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।ଏଥିରେ ଦୁଇ ଜଣଙ୍କ ସମ୍ପୃକ୍ତି ଆଶଙ୍କା କରାଯାଉଛି। ଗତକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ମାନବଜନିତ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି କହିଥିଲେ। ଇଲେକ୍ଟ୍ରୋନିକ୍‌‌ ଇଣ୍ଟରଲକିଂ ଓ ପଏଣ୍ଟ ମେସିନ୍‌‌ରେ ଉଦ୍ଦେଶ୍ୟମୂଳକ ପରିବର୍ତ୍ତନ କରାଯାଇଥିବାରୁ ଦୁର୍ଘଟଣା ଘଟିଲା ବୋଲି କୁହାଯାଇଛି। ଖୋର୍ଦ୍ଧା ଡିଆର୍‌ଏମ୍ ରିଙ୍କେଶ ରଏ କହିଛନ୍ତି ବୈଷୟିକ ତ୍ରୁଟି ହୋଇ ନାହିଁ ବରଂ କେହି ଉଦ୍ଦେଶ୍ୟମୂଳକ ଭାବେ ସିଷ୍ଟମରେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛି।

ରେଳ ସୁରକ୍ଷା ଆୟୁକ୍ତ ସବୁ ଦିଗ ଉପରେ ଅନୁଧ୍ୟାନ କରିବା ସହିତ ରେଲୱେ ଅପରେଟିଂ ସିଷ୍ଟମ୍‌‌ ଏବଂ ସିଗନାଲିଂ ସିଷ୍ଟମ୍‌‌ ଅନୁଧ୍ୟାନ କରିଛନ୍ତି। ସେହିପରି ରେଲୱେ ଟ୍ରାକ୍‌‌, କୋଚ୍‌‌ ଓ ମେସିନ୍‌‌ ରିଡିଂ ଆଦିକୁ ନେଇ ଅନୁସନ୍ଧାନ କରିଛନ୍ତି। ଏହି ସବୁଦିଗ ଉପରେ ତଦନ୍ତ କରାଯାଇ ଦୁର୍ଘଟଣା ଦିନ ସମଗ୍ର ଅପରେଟିଂ ସିଷ୍ଟମ୍‌‌ କିଭଳି କାର୍ଯ୍ୟ କରୁଥିଲା ତଥା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ବୟାନ ରେକର୍ଡ କରାଯାଇ ସାମଗ୍ରିକ ରିପୋର୍ଟ ପ୍ରସ୍ତୁତ କରାଯିବ। ତେବେ କମିଶନରଙ୍କ ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ସବିଶେଷ ତଦନ୍ତ ରିପୋର୍ଟ ଆସିବା ପରେ ଏହାକୁ ସାର୍ବଜନୀନ କରାଯିବ ବୋଲି ଦକ୍ଷିଣପୂର୍ବ ରେଳବାଇର ସିପିଆରଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟ ସହ ସିବିଆଇ ମଧ୍ୟ ସ୍ୱତନ୍ତ୍ର ଭାବେ ଏହି ଦୁର୍ଘଟଣାର ତଦନ୍ତ କରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଆଜି ସଂଧ୍ୟା ସୁଦ୍ଧା ରେଳ ସୁରକ୍ଷା କମିଶନରଙ୍କ ନେତୃତ୍ୱରେ ତଦନ୍ତକାରୀ ଦଳ ଦୁର୍ଘଟଣା ଦିନ ବାହାନଗା ଷ୍ଟେସନରେ କାର୍ଯ୍ୟରତ ଥିବା ସିଗନାଲ୍‌‌ ମ୍ୟାନ, ଷ୍ଟେସନ ମାଷ୍ଟର, କ୍ୟାବିନ ମ୍ୟାନ୍‌‌ ଓ ଅନ୍ୟାନ୍ୟ ରେଳ କର୍ମଚାରୀମାନଙ୍କ ବୟାନ ରେକର୍ଡ କରିଛି।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ନେଇ ଏତଲା ହୋଇଛି। ବାଲେଶ୍ୱର ଜିଆର୍‌ପି ଥାନାରେ ଏସ୍‌‌ଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ହୋଇଛି। ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଏତଲା ପରେ ବାଲେଶ୍ୱର ଜିଆରପି ଥାନାରେ ଆଇପିସି ଦଫା ୩୩୭(ରସ୍‌‌ ଡ୍ରାଇଭିଂ), ୩୩୮(ଅବହେଳା ପାଇଁ ବଡ ଦୁର୍ଘଟଣା), ୩୦୪-କ(ଅବହେଳା ପାଇଁ ମୃତ୍ୟୁ), ୩୪(ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି), ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମାମଲା ରୁଜୁ ହୋଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ଡିଏସ୍‌‌ପି ରଞ୍ଜିତ ନାୟକଙ୍କୁ ଦିଆଯାଇଛି। ବାଲେଶ୍ୱର ଜିଆରପି ନିକଟରେ ମୃତ ବ୍ୟକ୍ତିଙ୍କ ଏକାଧିକ ମୋବାଇଲ୍‌‌ ଫୋନ୍‌‌, ବ୍ୟାଗ୍‌‌ ଏବଂ ଅନ୍ୟାନ ସାମଗ୍ରୀ ରହିଛି। ରଖାଯାଉଥିବା ସମସ୍ତ ମୋବାଇଲ୍‌‌ ଫୋନ୍‌‌କୁ ଅନ୍‌‌ କରାଯାଇଛି। ଯେଉଁ ମୋବାଇଲ୍‌‌କୁ କଲ୍‌‌ ଆସୁଛି, ତାହାକୁ ଜିଆରପି ପୁଲିସ ଉଠାଇ ବାଲେଶ୍ୱର ଆସି ମୃତଦେହକୁ ନେବାକୁ କହୁଛନ୍ତି।

ଅନ୍ୟପଟେ ଉଭୟ ଅପ୍ ଓ ଡାଉନ ଲାଇନ ମରାମତି କାର୍ଯ୍ୟ ଶେଷ ହେବା ପରେ ପ୍ରଥମେ ରବିବାର ରାତ୍ର ୧୦ଟା ୪୦ ସମୟରେ ଡାଉନ ଲାଇନ୍‌‌ରେ ପରୀକ୍ଷାମୂଳକ ଭାବେ ଏକ ମାଲବାହୀ ଟ୍ରେନ ଗଡ଼ିଥିଲା। ଏହାପରେ ରାତ୍ର ୧୨ଟା ବେଳେ ଅପଲାଇନ କାର୍ଯ୍ୟ ଶେଷ କରି ଆଉ ଏକ ଟ୍ରେନ ଚଲାଇବାକୁ ଅନୁମତି ଦିଆଯାଇଥିଲା। ଏହାପରେ ସୋମବାର ସକାଳୁ ମୁଖ୍ୟ ଲାଇନରେ ଗୋଟିଏ ପରେ ଗୋଟିଏ ଟ୍ରେନ ଗଡ଼ିବାରେ ଲାଗିଥିବା। ଅପରାହ୍ଣ ୨ଟା ସୁଦ୍ଧା ଏହି ଲାଇନ ଦେଇ ୩୦ରୁ ଊର୍ଦ୍ଧ୍ବ ଟ୍ରେନ ଗଡ଼ିଥିବା ସୂଚନା ମିଳିଛି। ଏହି ଟ୍ରେନ ମଧ୍ୟରେ ସାମିଲ ରହିଛି, ବନ୍ଦେ ଭାରତ, ଶାଲିମାର ଓ ପୁରୁଷୋତ୍ତମ ଭଳି ସୁପରଫାଷ୍ଟ ଏକ୍ସପ୍ରେସ। ସେହିଭଳି ଏକ ସ୍ୱତନ୍ତ୍ର ଟ୍ରେନ୍‌‌ କରମଣ୍ଡଳର ରୁଟ୍‌‌ ଦେଇ ମଧ୍ୟ ଗସ୍ତ କରିଛି। ପୁନରୁଦ୍ଧାର କାର୍ଯ୍ୟ ଶତପ୍ରତିଶତ ଶେଷ ହୋଇନଥିବା ହେତୁ ଉକ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରେନ୍‌‌ଗୁଡ଼ିକ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛନ୍ତି। ମରାମତି କାର୍ଯ୍ୟ ପର୍ଯ୍ୟାୟ କ୍ରମେ ସ୍ୱାଭାବିକ ହେବା ପରେ ଟ୍ରେନ୍‌‌ର ଗତି ମଧ୍ୟ ପର୍ଯ୍ୟାୟ କ୍ରମେ ବଢ଼଼ାଯିବ। ଅନ୍ୟପକ୍ଷରେ ବାହାନଗା ବଜାର ରେଳଷ୍ଟେସନରେ ରେଳ ଚଳାଚଳ ସ୍ୱାଭାବିକ ହେବା ପରେ ଷ୍ଟେସନର ସିଗନାଲ୍‌‌ ସିଷ୍ଟମ୍‌‌ ଚଳଚଞ୍ଚଳ ହୋଇଛି। ଏସମ୍ପର୍କରେ ଦକ୍ଷିଣ ପୂର୍ବ ରେଳପଥର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି ଯେ ରେଳ ଚଳାଚଳ ଧୀରେଧୀରେ ସ୍ବାଭାବିକ ହେଉଛି। ଲୁପ୍‌‌ ଲାଇନ କାମ ଶେଷ ହେବା ପରେ ସ୍ୱାଭାବିକ ଗତିରେ ରେଳଯାତ୍ରା ହୋଇପାରିବ।

ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ୍‌‌, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌‌, ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ୍‌‌, ପୁରୀ ନୀଳାଚଳ ଏକ୍ସପ୍ରେସ୍‌‌, ପୁରୀ-ହୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଏବଂ ଭଦ୍ରକ-ଖଡ଼ଗପୁର ପାସେଞ୍ଜର, ଖଡ଼ଗପୁର-ଖୋର୍ଦ୍ଧା ରୋଡ୍‌‌ ଫାଷ୍ଟ ପାସେଞ୍ଜର ଆଦି ଚଳାଚଳ ଆରମ୍ଭ କରିଛନ୍ତି। ଆଜି ସଂଧ୍ୟା ୬ଟା ସୁଦ୍ଧା ଡାଉନ୍‌‌ ଲାଇନ୍‌‌ରେ ୧୧ ମାଲବାହୀ ଟ୍ରେନ ଓ ୧୪ଯାତ୍ରୀବାହୀ ଟ୍ରେନ ଏବଂ ଆପ୍‌‌ ଲାଇନ୍‌‌ରେ ୮ ମାଲବାହୀ ଓ ୧୨ଯାତ୍ରୀବାହୀ ଟ୍ରେନ ଚଳାଚଳ କରିଛି।

06 Jun 2023 By The Sakala

https://www.thesakala.in/latest-odisha-news/bahanaga-train-tragedy-cbi-team-reaches-the-accident-site-starts-digging-in-the-signal-room-of-the-station/article-22351
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର