ବାଲେଶ୍ବର ଆସିବେ ତାମିଲନାଡୁ ମନ୍ତ୍ରୀ ଓ ଆନ୍ଧ୍ର ପ୍ରଶାସନିକ ଅଧିକାରୀ, ଓଡ଼ିଶାକୁ ସବୁପ୍ରକାର ସହାୟତା କରିବେ ବୋଲି କହିଲେ ଷ୍ଟାଲିନ୍

The Sakala Picture
Published On

ବାଲେଶ୍ବର: ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଭେଟିବା ପାଇଁ ତାମିଲନାଡୁର ୩ ଜଣ ମନ୍ତ୍ରୀ ଓଡ଼ିଶା ଆଜି ଓଡ଼ିଶା ଆସୁଛନ୍ତି। ଗଣମାଧ୍ୟମ ସୂଚନା ଅନୁସାରେ, ତାମିଲନାଡୁର ଯୁବ ସଶକ୍ତୀକରଣ ଏବଂ କ୍ରୀଡ଼ା ଉନ୍ନତିକରଣ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ପରିବହନ ମନ୍ତ୍ରୀ ଏସ୍.ଏସ୍. ଶିବଶଙ୍କର ଏବଂ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ଅନବିଲ୍ ପୋୟାମୋଝି ଶନିବାର କରମଣ୍ଡଳ ଏକ୍ସପ୍ରେସ୍ ଏବଂ ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାରେ ଆହତମାନଙ୍କୁ ଭେଟିବେ। ଅନ୍ୟପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. […]

ବାଲେଶ୍ବର: ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଭେଟିବା ପାଇଁ ତାମିଲନାଡୁର ୩ ଜଣ ମନ୍ତ୍ରୀ ଓଡ଼ିଶା ଆଜି ଓଡ଼ିଶା ଆସୁଛନ୍ତି। ଗଣମାଧ୍ୟମ ସୂଚନା ଅନୁସାରେ, ତାମିଲନାଡୁର ଯୁବ ସଶକ୍ତୀକରଣ ଏବଂ କ୍ରୀଡ଼ା ଉନ୍ନତିକରଣ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ପରିବହନ ମନ୍ତ୍ରୀ ଏସ୍.ଏସ୍. ଶିବଶଙ୍କର ଏବଂ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ଅନବିଲ୍ ପୋୟାମୋଝି ଶନିବାର କରମଣ୍ଡଳ ଏକ୍ସପ୍ରେସ୍ ଏବଂ ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାରେ ଆହତମାନଙ୍କୁ ଭେଟିବେ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଅନ୍ୟପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଏହି ଦୁଘଟଣାରେ ଓଡ଼ିଶାକୁ ଯଥାସମ୍ଭବ ସହୟତା ପ୍ରଦାନ କରିବେ ବୋଲି ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଷ୍ଟାଲିନ୍ ଏ ସମ୍ପର୍କରେ କହିଛନ୍ତି, ‘ଏହି ଦୁର୍ଘଟଣା ସାରା ଦେଶକୁ ସ୍ତମ୍ଭିଭୂତ କରିଦେଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମୁଁ ଫୋନ୍ ମାଧ୍ୟମରେ କଥା ହୋଇଛି। ତାମିଲନାଡୁ ସରକାର ସବୁପ୍ରକାର ସହାୟତା ଯୋଗାଇଦେବ । ଯାତ୍ରୀଙ୍କ ସମ୍ପର୍କୀୟଙ୍କୁ ସହାୟତା ଯୋଗାଇଦେବାକୁ ରାଜ୍ୟର ଜରୁରୀକାଳୀନ କଣ୍ଟ୍ରୋଲ୍ ରୁମ୍ ଶୁକ୍ରବାର ରାତିଠାରୁ କାର୍ଯ୍ୟ କରୁଛି’ ବୋଲି ଷ୍ଟାଲିନ୍ କହିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡି ମଧ୍ୟ ଏ ନେଇ ଶୋକ ପ୍ରକାଶ କରିଛନ୍ତି। ଆନ୍ଧ୍ରର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀ ଦଳ ଦୁର୍ଘଟଣାସ୍ଥଳ ପରିଦର୍ଶନରେ ଆସିବେ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର