ସେବା ଓ ସମର୍ପଣର ଦେବଦୂତ: ବାହାନଗା ଓ ବାଲେଶ୍ୱରବାସୀଙ୍କ ପାଇଁ ଗର୍ବିତ ଓଡ଼ିଶା

The Sakala Picture
Published On

ଦୁର୍ଘଟଣା, ଅଘଟଣ କିଛି କହିକି ଆସେନି; କିନ୍ତୁ କିଛି ନ କହିଲେ ବି ସାହାଯ୍ୟ କରୁଥିବା ଲୋକମାନେ ସବୁବେଳେ ପହଞ୍ଚିଯାଆନ୍ତି। ଶୁକ୍ରବାର ସନ୍ଧ୍ୟାରେ ବାହାନଗାରେ ସେମିତି କିଛି ଘଟିଥିଲା। ଦୁର୍ଘଟଣା ଘଟିବାର କେଇ ମିନିଟ୍‌‌ ମଧ୍ୟରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକେ, ସ୍ୱେଚ୍ଛାସେବୀ, ସାମାଜିକ ଅନୁଷ୍ଠାନଗୁଡ଼ିକ ଯେଉଁ ସେବା ପ୍ରଦାନ କରିଛନ୍ତି ତାହା ମଣିଷର ମାନବିକତାକୁ ପ୍ରମାଣିତ କରିଛି। ଗତ ରାତିରୁ ଆଜିଯାଏ; ଘଟଣାସ୍ଥଳରୁ ଡାକ୍ତରଖାନା ଯାଏ, ସେହିମାନେ ହିଁ ସରକାରଙ୍କ ଅନେକ କାମକୁ ସହଜ […]

ଦୁର୍ଘଟଣା, ଅଘଟଣ କିଛି କହିକି ଆସେନି; କିନ୍ତୁ କିଛି ନ କହିଲେ ବି ସାହାଯ୍ୟ କରୁଥିବା ଲୋକମାନେ ସବୁବେଳେ ପହଞ୍ଚିଯାଆନ୍ତି। ଶୁକ୍ରବାର ସନ୍ଧ୍ୟାରେ ବାହାନଗାରେ ସେମିତି କିଛି ଘଟିଥିଲା। ଦୁର୍ଘଟଣା ଘଟିବାର କେଇ ମିନିଟ୍‌‌ ମଧ୍ୟରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକେ, ସ୍ୱେଚ୍ଛାସେବୀ, ସାମାଜିକ ଅନୁଷ୍ଠାନଗୁଡ଼ିକ ଯେଉଁ ସେବା ପ୍ରଦାନ କରିଛନ୍ତି ତାହା ମଣିଷର ମାନବିକତାକୁ ପ୍ରମାଣିତ କରିଛି। ଗତ ରାତିରୁ ଆଜିଯାଏ; ଘଟଣାସ୍ଥଳରୁ ଡାକ୍ତରଖାନା ଯାଏ, ସେହିମାନେ ହିଁ ସରକାରଙ୍କ ଅନେକ କାମକୁ ସହଜ କରିଦେଇଛନ୍ତି। ସେମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ସେବା ପ୍ରତି ସମର୍ପିତ ସେହି ଦେବଦୂତମାନଙ୍କୁ ସଲାମ

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବାହାନଗାରେ ମାନବିକତାର ନିଦର୍ଶନ ଆଜି ଦେଖିଛି ସାରା ବିଶ୍ବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ସହଯୋଗ ଦେଖି ଏକଦମ ଅଭିଭୂତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି; ‘ଲୋକମାନେ ଯେଉଁଭଳି ଭାବେ ସେବା ଓ ସମର୍ପଣ ଭାବର ପରିପ୍ରକାଶ କଲେ ସେଥିପାଇଁ ମୁଁ ସମସ୍ତଙ୍କୁ ନମନ କରୁଛି। ରକ୍ତଦାନଠାରୁ ଆରମ୍ଭ କରି ଉଦ୍ଧାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବୀମାନଙ୍କର ଭୂମିକା ନିର୍ଣ୍ଣାୟକ’।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସାରା ଦେଶରେ ବାଲେଶ୍ୱର ଓ ବାହାନଗାବାସୀଙ୍କର ଭୁରିଭୁରି ପ୍ରସଂଶା। ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ଉଦ୍ଧାର, ସେବା, ଯତ୍ନ କ୍ଷେତ୍ରରେ ବାହାନଗାର ବିପର୍ଯ୍ୟୟ ଯୋଦ୍ଧାମାନେ ଯେପରି ଅସୀମ ନିଷ୍ଠା ପ୍ରଦର୍ଶନ କରିଛନ୍ତି ତାହାକୁ ସାରା ଦେଶ ପ୍ରଶଂସା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଓ ଏହାର ଆଖପାଖର ଜନସାଧାରଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଓଡ଼ିଶା ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଗତକାଲି ସନ୍ଧ୍ୟାରେ ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିବା ପାଇଁ ସ୍ୱେଚ୍ଛାକୃତ ଭାବରେ ଘଟଣାସ୍ଥଳରେ ପହଞ୍ଚିଥିଲେ, ଆହତଙ୍କୁ ବଞ୍ଚାଇବା ପାଇଁ ରକ୍ତଦାନ ନିମନ୍ତେ ଧାଡ଼ିବାନ୍ଧି ଡାକ୍ତରଖାନାରେ ଠିଆ ହୋଇଥିଲେ ତାହା ସାରା ଦେଶରେ ଓଡ଼ିଶାକୁ ଗର୍ବିତ କରିଛି। ଉଦ୍ଧାରକାରୀ ଦଳ ସହ ମିଶି ବାହାନଗାର ଜନସାଧାରଣ, ସ୍ଥାନୀୟ ଯୁବକ ସଂଘର ସଦସ୍ୟ, ଓଡ଼ିଶା ମୋ’ ପରିବାରର କର୍ମକର୍ତ୍ତା ଆହତଯାତ୍ରୀଙ୍କ ସେବା ଯତ୍ନ କରିବା, ସେମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇବା, ପ୍ରାଥମିକ ଚିକିତ୍ସା କରିବାକୁ ଆଗେଇ ଆସିଥିଲେ।

ସ୍ଥାନୀୟ ଜନସାଧାରଣଙ୍କ ସହ ମିଶନଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉଦ୍ଧାର କାର୍ଯ୍ୟରେ ଯେପରି ପ୍ରଶାସନ ସହ ଅଣ୍ଟା ଭିଡ଼ି ଆଗେଇ ଆସିଥିଲେ ତାହା ରେଳଯାତ୍ରୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। କେବଳ ଆତିଥେୟତା କ୍ଷେତ୍ରରେ ଓଡ଼ିଶା ନୁହେଁ, ଅନ୍ୟମାନଙ୍କ ଅସମୟରେ ମଧ୍ୟ ଓଡ଼ିଶାବାସୀ ନିସ୍ୱାର୍ଥପର ଭାବରେ କିପରି ସେବା କରିବାକୁ ବାହାରି ପଡ଼ନ୍ତି ତାହା ସାରା ଦେଶ ଦେଖି ବିସ୍ମୟାଭିଭୂତ ହୋଇଛି। କେହି କାହାର ପରିଚିତ ନ ଥିଲେ, ମାତ୍ର ଗୋଟିଏ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ନିଜ ପକ୍ଷରୁ ସ୍ୱେଚ୍ଛାକୃତ ଭାବରେ ରକ୍ତ ଦେବା ପାଇଁ ଆଗେଇ ଆସିଛନ୍ତି।

ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ପରିବାରରେ ବିପର୍ଯ୍ୟୟ ଯୋଦ୍ଧା ପ୍ରସ୍ତୁତ କରିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ଉଦାହରଣ ବାଲେଶ୍ୱରର ବାହାନଗାରେ ଦେଖିବାକୁ ମିଳିଛି। ଆହତମାନଙ୍କୁ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ନେବା, ସେମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇବା, ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇବା ଏବଂ ମୃତକଙ୍କ ଶବକୁ ନେଇ ଧାର୍ଯ୍ୟସ୍ଥାନରେ ସୁରକ୍ଷିତ ରଖିବା ପରି କାର୍ଯ୍ୟ କରି ବାଲେଶ୍ୱରବାସୀ ସମସ୍ତଙ୍କ ହୃଦୟ ଜିଣି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର