ବାହୁଡା଼ ଯାତ୍ରାରେ ରଥ ଉପରେ ଅଧିକ ସେବାୟତ ରହିଲେ ପହଣ୍ଡିରେ ହେବ ବିଭ୍ରାଟ, ଚେତାଇଲେ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ

The Sakala Picture
Published On

ପୁରୀ: ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ସମୟରେ ତାଳଧ୍ବଜ ରଥର ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ସେ କହିଛନ୍ତି ଯେ, ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା ଯାହା ଚଳିତ ବର୍ଷ ଆଡପ ମଣ୍ଡପ ପହଣ୍ଡି ସମୟରେ ଘଟିଗଲା। ତେବେ ଆସନ୍ତା ବାହୁଡା଼ ଯାତ୍ରାରେ ଯଦି ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିବେ ତେବେ […]

ପୁରୀ: ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ସମୟରେ ତାଳଧ୍ବଜ ରଥର ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

ସେ କହିଛନ୍ତି ଯେ, ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା ଯାହା ଚଳିତ ବର୍ଷ ଆଡପ ମଣ୍ଡପ ପହଣ୍ଡି ସମୟରେ ଘଟିଗଲା। ତେବେ ଆସନ୍ତା ବାହୁଡା଼ ଯାତ୍ରାରେ ଯଦି ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିବେ ତେବେ ପହଣ୍ଡିରେ ବିଭ୍ରାଟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।‌ ତେବେ ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ, ରଥ ଉପରେ ମାଳ ମାଳ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନର କୋହଳ ମନୋଭାବ ଯୋଗୁ ଗତ ଆଡପ ମଣ୍ଡପ ଦିନ ପହଣ୍ଡି ସମୟରେ ଏତେ ବଡ ଅଘଟଣ ଘଟିଗଲା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ପ୍ରଭୁ ବଳଭଦ୍ରଙ୍କ ରଥ ଉପରେ ଅନଧିକୃତ ବା ପାଳି ନ ଥିବା ସେବାୟତ ମାନେ ରଥ ଉପରେ ରହିଥିଲେ। ପହଣ୍ଡି ସମୟରେ ଯେତିକି ସଂଖ୍ୟକ ସେବାୟତଙ୍କ ଆବଶ୍ୟକତା ରହିଛି ତା ଠାରୁ ଅଧିକ ସେବାୟତ ରହିବା ଦ୍ବାରା ପହଣ୍ଡିରେ ଏତେ ବଡ ଅଘଟଣ ଘଟିଗଲା। ପ୍ରଭୁ ବଳଭଦ୍ର ଚାରମାଳ ଉପରେ ଏଭଳି ହାମୁଡେଇ ପଡିବା ଏକ ପ୍ରକାର ଅଶୁଭ ସଙ୍କେତ ଦେଉଛି ବୋଲି ବାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି। ତେଣୁ ବାହୁଡା ଦିନ ଯଦି ରଥ ଉପରେ ଅନଧିକୃତ ସେବାୟତ ରୁହନ୍ତି ତେବେ ମହାପ୍ରଭୁଙ୍କ ପହଣ୍ଡି ନୀତିରେ ବିଭ୍ରାଟ ହେବ। ଏଣୁ ଶ୍ରୀମନ୍ଦିର ପ୍ରଶାସନ ଏ ସବୁ ଦିଗରେ ବିଶେଷ ଧ୍ୟାନ ଦେବାର ନିହାତି ଆବଶ୍ୟକ ରହିଛି। ନଚେତ୍ ଆଗକୁ ଆହୁରି କିଛି ବଡ ଅଘଟଣ ଘଟିପାରେ ବୋଲି ସୂଚେଇ ଦେଇଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର