ତୃପ୍ତି-ବାବୁସାନ-ପ୍ରକୃତିଙ୍କ ସମ୍ପର୍କ କନ୍ଦଳ: ଭିଡ଼ିଓ କରି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ

The Sakala Picture
Published On

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତା ବାବୁସାନ୍। ଭିଡ଼ିଓ କରି କ୍ଷମା ମାଗିଲେ  କିନ୍ତୁ ଏ କ୍ଷମା ଓଡ଼ିଶାବାସୀଙ୍କୁ ମାଗିଛନ୍ତି ଅଭିନେତା ବାବୁସାନ। ପ୍ରକୃତି ମିଶ୍ର ଓ ତାଙ୍କ ନାଁ ନେଇ ଯେଉଁ ଚର୍ଚ୍ଚା ଧରିଥିଲା ଏବଂ ଉଭୟ ପରିବାର ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ତାହାକୁ ନେଇ ମୁହଁ ଖୋଲିଛନ୍ତି ବାବୁସାନ୍। ତାଙ୍କ ଆଖିରେ ଅନୁତାପର ଲୁହ । କହିଲେ ଏମିତି ଭୁଲ ଆଉ କେବେ ହେବନି । ସମଗ୍ର ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ ମହାନ୍ତି। […]

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତା ବାବୁସାନ୍। ଭିଡ଼ିଓ କରି କ୍ଷମା ମାଗିଲେ  କିନ୍ତୁ ଏ କ୍ଷମା ଓଡ଼ିଶାବାସୀଙ୍କୁ ମାଗିଛନ୍ତି ଅଭିନେତା ବାବୁସାନ। ପ୍ରକୃତି ମିଶ୍ର ଓ ତାଙ୍କ ନାଁ ନେଇ ଯେଉଁ ଚର୍ଚ୍ଚା ଧରିଥିଲା ଏବଂ ଉଭୟ ପରିବାର ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ତାହାକୁ ନେଇ ମୁହଁ ଖୋଲିଛନ୍ତି ବାବୁସାନ୍। ତାଙ୍କ ଆଖିରେ ଅନୁତାପର ଲୁହ । କହିଲେ ଏମିତି ଭୁଲ ଆଉ କେବେ ହେବନି । ସମଗ୍ର ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ ମହାନ୍ତି।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ଭିଡ଼ିଓରେ ବାବୁସାନ କହିଛନ୍ତି, ମୋ ସ୍ତ୍ରୀ ଓ ଶ୍ବଶୂର ବହୁତ କଷ୍ଟ ପାଇଲେଣି। ସେମାନଙ୍କ ନାମରେ ମକଦ୍ଦମା ହୋଇଛି। ତେଣୁ ଆଗକୁ ଏଭଳି ଭୁଲ ଆଉ କେବେ କରିବିନି । ଏକ ଭିଡିଓ ଜାରି କରି ଦୁଃଖ ଭରା କଣ୍ଠରେ ଏମିତି କହିଛନ୍ତି ବାବୁସାନ । କିଛି ଦିନତଳେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ସଂପର୍କକୁ ନେଇ ରାସ୍ତା ଉପରେ ଘଟିଥିଲା ଘଟଣା।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ବାବସାନଙ୍କ ପତ୍ନୀ ତୃପ୍ତି ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରିବା ସବ ସ୍ୱାମୀ ବାବୁସାନଙ୍କୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା। ଚେନ୍ନାଇରେ ରହି ମଧ୍ୟ ବାବୁସାନ କିଛି ଭିଡ଼ିଓ କରିଥିଲେ। ଯାହା ଘଟଣାକୁ ନେଇ ଅଧିକ ଚର୍ଚ୍ଚା ଧରିଥିଲା । ପରେ ଉଭୟ ପରିବାର ମଧ୍ୟରେ ବହୁ ବାଦ ବିବାଦ ପରେ ମାମଲା ଥଣ୍ଡା ପଡିଥିଲା । ହେଲେ ଆଜି ହଠାତ୍ ବାବୁସାନ ପୁଣି ଏକ ଭିଡ଼ିଓ କରିବା ସହ କ୍ଷମା ମାଗିଛନ୍ତି । ସ୍ତ୍ରୀ ଏବଂ ଶ୍ୱଶୁରଙ୍କର କିଛି କ୍ଷତି ହେବନି ବୋଲି କହିଛନ୍ତି ବାବୁସାନ୍।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର