କରୋନାର ନୂଆ ଷ୍ଟ୍ରେନ୍‍ ପାଇଁ ଆୟୁର୍ବେଦ ଉପଚାର!

The Sakala Picture
Published On

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଦେଖାଯାଇଛି। ଗତବର୍ଷ ଦେଖା ଦେଇଥିବା କୋଭିଡ ଭୂତାଣୁ ଏବଂ ସାମ୍ପ୍ରତିକ ସମୟରେ ଦେଖାଯାଉଥିବା ଭୂତାଣୁ ଭିନ୍ନ। ତେଣୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅବସ୍ଥାପିତ ଜଣେ ଓଡ଼ିଆ ଡାକ୍ତର ଏକ ଆୟୁର୍ବେଦ ପ୍ରତିଷେଧକ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ଏଭଳି ଦାବି କରୁଥିବା ଡାକ୍ତର ହେଉଛନ୍ତି ସୁରେନ୍ଦ୍ର ନାଥ ଶର୍ମା। ଏହି ପ୍ରତିଷେଧକ ନେଇ କେନ୍ଦ୍ର ସରକାରଙ୍କ ସମ୍ମତି ଥିବା ଶ୍ରୀ ଶର୍ମା ଦାବି କରିଛନ୍ତି। ଡ଼ ସୁରେନ୍ଦ୍ର କହିଛନ୍ତି […]

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଦେଖାଯାଇଛି। ଗତବର୍ଷ ଦେଖା ଦେଇଥିବା କୋଭିଡ ଭୂତାଣୁ ଏବଂ ସାମ୍ପ୍ରତିକ ସମୟରେ ଦେଖାଯାଉଥିବା ଭୂତାଣୁ ଭିନ୍ନ। ତେଣୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅବସ୍ଥାପିତ ଜଣେ ଓଡ଼ିଆ ଡାକ୍ତର ଏକ ଆୟୁର୍ବେଦ ପ୍ରତିଷେଧକ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ଏଭଳି ଦାବି କରୁଥିବା ଡାକ୍ତର ହେଉଛନ୍ତି ସୁରେନ୍ଦ୍ର ନାଥ ଶର୍ମା। ଏହି ପ୍ରତିଷେଧକ ନେଇ କେନ୍ଦ୍ର ସରକାରଙ୍କ ସମ୍ମତି ଥିବା ଶ୍ରୀ ଶର୍ମା ଦାବି କରିଛନ୍ତି। ଡ଼ ସୁରେନ୍ଦ୍ର କହିଛନ୍ତି ଯେ, ଆୟୁର୍ବେଦ ପଦ୍ଧତି ଜରିଆରେ ସାରା ବିଶ୍ୱରେ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ଭଲ କରାଯାଇଛି। ପ୍ରସ୍ତୁତ କରାଯାଇଥିବା ପ୍ରତିଷେଧକକୁ ଆଣ୍ଟିକୋଭ ବୋଲି ନାମକରଣ କରାଯାଇଛି। ଆଇସିଏମଆରର ଅନୁମତି ପରେ ଏହାର ପ୍ରସ୍ତୁତି କରାଯାଇଛି। ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ଆଣ୍ଟିକୋଭ ପ୍ରତିଷେଧକରେ ଚିରେଇତା, କାଲମେଘ, ହଳଦୀ, ସିନାମୋନ ଏବଂ ଆନୁଷଙ୍ଗିକ ଦ୍ରବ୍ୟ ମିଶାଯାଇଥାଏ। ଭବିଷ୍ୟତରେ ଏହାର ବ୍ୟବହାର ଓ ଉନ୍ନତିକରଣ ନେଇ ଆହୁରି ଗବେଷଣା କରିବା ସପକ୍ଷରେ ଶ୍ରୀ ଶର୍ମା ମତ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

19 Apr 2021 By The Sakala

କରୋନାର ନୂଆ ଷ୍ଟ୍ରେନ୍‍ ପାଇଁ ଆୟୁର୍ବେଦ ଉପଚାର!

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଦେଖାଯାଇଛି। ଗତବର୍ଷ ଦେଖା ଦେଇଥିବା କୋଭିଡ ଭୂତାଣୁ ଏବଂ ସାମ୍ପ୍ରତିକ ସମୟରେ ଦେଖାଯାଉଥିବା ଭୂତାଣୁ ଭିନ୍ନ। ତେଣୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅବସ୍ଥାପିତ ଜଣେ ଓଡ଼ିଆ ଡାକ୍ତର ଏକ ଆୟୁର୍ବେଦ ପ୍ରତିଷେଧକ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ଏଭଳି ଦାବି କରୁଥିବା ଡାକ୍ତର ହେଉଛନ୍ତି ସୁରେନ୍ଦ୍ର ନାଥ ଶର୍ମା। ଏହି ପ୍ରତିଷେଧକ ନେଇ କେନ୍ଦ୍ର ସରକାରଙ୍କ ସମ୍ମତି ଥିବା ଶ୍ରୀ ଶର୍ମା ଦାବି କରିଛନ୍ତି। ଡ଼ ସୁରେନ୍ଦ୍ର କହିଛନ୍ତି ଯେ, ଆୟୁର୍ବେଦ ପଦ୍ଧତି ଜରିଆରେ ସାରା ବିଶ୍ୱରେ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ଭଲ କରାଯାଇଛି। ପ୍ରସ୍ତୁତ କରାଯାଇଥିବା ପ୍ରତିଷେଧକକୁ ଆଣ୍ଟିକୋଭ ବୋଲି ନାମକରଣ କରାଯାଇଛି। ଆଇସିଏମଆରର ଅନୁମତି ପରେ ଏହାର ପ୍ରସ୍ତୁତି କରାଯାଇଛି। ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ଆଣ୍ଟିକୋଭ ପ୍ରତିଷେଧକରେ ଚିରେଇତା, କାଲମେଘ, ହଳଦୀ, ସିନାମୋନ ଏବଂ ଆନୁଷଙ୍ଗିକ ଦ୍ରବ୍ୟ ମିଶାଯାଇଥାଏ। ଭବିଷ୍ୟତରେ ଏହାର ବ୍ୟବହାର ଓ ଉନ୍ନତିକରଣ ନେଇ ଆହୁରି ଗବେଷଣା କରିବା ସପକ୍ଷରେ ଶ୍ରୀ ଶର୍ମା ମତ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର