ଅଟୋ- ଟ୍ରକ୍ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୩ ମୃତ

The Sakala Picture
Published On

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ -ଟ୍ରକ୍ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବାପା, ପୁଅ ଓ ପୁତୁରା ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ହସଖୁସିରେ ପରିବାର ସହ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଏହି ଦୁଃଖଦ […]

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ -ଟ୍ରକ୍ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବାପା, ପୁଅ ଓ ପୁତୁରା ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ହସଖୁସିରେ ପରିବାର ସହ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୁଳ- ରାମପୁର ଥାନା ଅନ୍ତର୍ଗତ କାଠକୁରା ଗାଁର ପଦୁସର ନାଏକ ତାଙ୍କ ପରିବାର ଲୋକଙ୍କ ସହ ଧର୍ମଗଡ଼ ଥାନା ଛିଲପା ଗାଁରେ ଥିବା ସମ୍ପର୍କୀୟଙ୍କ ଘରକୁ ଏକ ଅଟୋରେ ଯାଉଥିଲେ। ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀଗାଁ ନିକଟ ବୁଲାଣିରେ ଅଟୋକୁ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ଅଟୋଟି ଓଲଟି ପଡ଼ିଥିବା ବେଳେ ପଦୁସର ନାଏକ, ପୁଅ କୃଷ୍ଣ ନାଏକ ଓ ପୁତୁରା ଅମୃତସର ନାଏକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ୬ ଜଣ ଆହତଙ୍କୁ ଓଡ୍ରାଫ ଓ ପୁଲିସ କର୍ମଚାରୀ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

19 Sep 2023 By The Sakala

ଅଟୋ- ଟ୍ରକ୍ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୩ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ -ଟ୍ରକ୍ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବାପା, ପୁଅ ଓ ପୁତୁରା ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ହସଖୁସିରେ ପରିବାର ସହ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୁଳ- ରାମପୁର ଥାନା ଅନ୍ତର୍ଗତ କାଠକୁରା ଗାଁର ପଦୁସର ନାଏକ ତାଙ୍କ ପରିବାର ଲୋକଙ୍କ ସହ ଧର୍ମଗଡ଼ ଥାନା ଛିଲପା ଗାଁରେ ଥିବା ସମ୍ପର୍କୀୟଙ୍କ ଘରକୁ ଏକ ଅଟୋରେ ଯାଉଥିଲେ। ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀଗାଁ ନିକଟ ବୁଲାଣିରେ ଅଟୋକୁ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ଅଟୋଟି ଓଲଟି ପଡ଼ିଥିବା ବେଳେ ପଦୁସର ନାଏକ, ପୁଅ କୃଷ୍ଣ ନାଏକ ଓ ପୁତୁରା ଅମୃତସର ନାଏକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ୬ ଜଣ ଆହତଙ୍କୁ ଓଡ୍ରାଫ ଓ ପୁଲିସ କର୍ମଚାରୀ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର