ଅଟୋଚାଳକର ଦୌରାତ୍ମ୍ୟ: ଏକୁଟିଆ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

The Sakala Picture
Published On

କେନ୍ଦ୍ରାପଡା: ରାସ୍ତାରେ ଏକୁଟିଆ ଯାଉଥିବା ମହିଳାଙ୍କୁ ଅଟୋଚାଳକ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାମୁଡି ରକ୍ତାତ କରିବା ଭଳି ଏକ ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୂସାରେ, ପାଟକୁରା ଥାନା ଅଧିନ କରିଲୋପାଟଣା ଅଞ୍ଚଳରେ ଜଣେ ୩୦ ବର୍ଷୀୟ ମହିଳା ତାଙ୍କ କୁନି ଝିଅ ସହ ରୁହନ୍ତି । ତାଙ୍କ ସ୍ୱାମୀ ବିଦେଶରେ ଚାକିରୀ କରନ୍ତି । ମହିଳାଙ୍କୁ ପୂର୍ବରୁ ଅଟୋଚାଳକ ଜଣଙ୍କ ପିଛା […]

କେନ୍ଦ୍ରାପଡା: ରାସ୍ତାରେ ଏକୁଟିଆ ଯାଉଥିବା ମହିଳାଙ୍କୁ ଅଟୋଚାଳକ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାମୁଡି ରକ୍ତାତ କରିବା ଭଳି ଏକ ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୂସାରେ, ପାଟକୁରା ଥାନା ଅଧିନ କରିଲୋପାଟଣା ଅଞ୍ଚଳରେ ଜଣେ ୩୦ ବର୍ଷୀୟ ମହିଳା ତାଙ୍କ କୁନି ଝିଅ ସହ ରୁହନ୍ତି । ତାଙ୍କ ସ୍ୱାମୀ ବିଦେଶରେ ଚାକିରୀ କରନ୍ତି । ମହିଳାଙ୍କୁ ପୂର୍ବରୁ ଅଟୋଚାଳକ ଜଣଙ୍କ ପିଛା କରିବା ସହ ଅଶ୍ଲୀଳ ଇଙ୍ଗିତ କରି ଆସୁଥିଲା । ତେବେ ମହିଳା ଏକୁଟିଆ ଥିବାରୁ ଘଟଣାକୁ ହାଲୁକା ଭାବେ ନେଇ କିଛି କୁହନ୍ତି ନାହିଁ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ହେଲେ ଗତ ୨୭ ତାରିଖ ସକାଳ ୭ଟାରେ ମହିଳା ଜଣଙ୍କ ତାଙ୍କ କୁନି ଝିଅକୁ ନେଇ ଟିୟୁସନ ଛାଡିବାକୁ ଯାଉଥିବା ସମୟରେ ଅଟୋଚାଳକ ଏବଂ ତାଙ୍କ ଦୁଇଜଣ ସହଯୋଗୀ ମହିଳାଙ୍କ ପିଛା କରିଥିଲେ । ମହିଳା ଜଣଙ୍କ ଯିବାବେଳେ ଏକ ଜଙ୍ଗଲିଆ ରାସ୍ତା କଡ଼ରେ ଅଭିଯୁକ୍ତମାନେ ଅଟୋରେ ବସିବାକୁ କହିଥିଲେ ମାତ୍ର ସେ ମନା କରିବାରୁ ତାଙ୍କୁ ଜୋର ଜବରଦସ୍ତ ଅଟୋରେ ବସାଇ ଜଙ୍ଗଲିଆ ଜାଗାକୁ ନେଇଯାଇଥିଲେ । ଏହି ସମୟରେ ତାଙ୍କ କୁନି ଝିଅ କାନ୍ଦିବାରୁ ଜଣେ ଅଭିଯୁକ୍ତ ତାଙ୍କ ମୁହଁକୁ ଚାପି ଧରିଥିଲା ଏବଂ ଅନ୍ୟଜଣେ ଅଭିଯୁକ୍ତ ମହିଳାଙ୍କୁ ମାଡି ବସିଥିଲା । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଉଲଗ୍ନ କରି ସମ୍ବେଦନଶୀଳ ଅଙ୍ଗକୁ କାମୁଡି ଦେଇ ରକ୍ତାତ କରିଦେଇଥିବା ମହିଳା ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଦୁଷ୍କର୍ମ କରିବାକୁ ଉଦ୍ୟମ କଲାବେଳେ ଯନ୍ତ୍ରଣାରେ ମହିଳା ଜଣଙ୍କ ଜୋରରେ ପାଟି କରିବାରୁ ସେହି ରାସ୍ତା ଦେଇ ଯାଉଥିବା ଜଣେ ଟ୍ରକଚାଳକ ଗାଡି ଅଟକାଇ ସେଠାରେ ପହଞ୍ଚିଥିଲେ । ଆଉ ମହିଳାଙ୍କ ନିକଟକୁ ଯିବାରୁ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏହାପରେ ମହିଳା ଜଣଙ୍କ ସେହି ସ୍ଥାନରେ ପଚରାଉଚରା କରି ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ । ଏନେଇ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ଅଭିଯୋଗ କରିବାରୁ ତାଙ୍କୁ ଗାଳିଗୁଲଜ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବା ସହ ଏକଥା କାହାକୁ କହିଲେ ଅଭିଯୁକ୍ତଙ୍କ ପରିବାର ଲୋକେ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଶେଷରେ ନ୍ୟାୟ ପାଇବାକୁ ମହିଳା ଜଣଙ୍କ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ସମେତ ଅଭିଯୁକ୍ତ ଆଉ ତାଙ୍କ ସହଯୋଗୀଙ୍କୁ ମିଶାଇ ୮ ଜଣଙ୍କ ବିରୋଧରେ ଏକ ମାମଲା ୪୧୮/୨୧ ରୁଜୁ କରି ମହିଳାଙ୍କ ଡାକ୍ତରୀମାଇନା କରିଛି । ତେବେ ଅଭିଯୁକ୍ତମାନେ ଫେରାର ଥିବାରୁ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

31 Aug 2021 By The Sakala

ଅଟୋଚାଳକର ଦୌରାତ୍ମ୍ୟ: ଏକୁଟିଆ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

କେନ୍ଦ୍ରାପଡା: ରାସ୍ତାରେ ଏକୁଟିଆ ଯାଉଥିବା ମହିଳାଙ୍କୁ ଅଟୋଚାଳକ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାମୁଡି ରକ୍ତାତ କରିବା ଭଳି ଏକ ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୂସାରେ, ପାଟକୁରା ଥାନା ଅଧିନ କରିଲୋପାଟଣା ଅଞ୍ଚଳରେ ଜଣେ ୩୦ ବର୍ଷୀୟ ମହିଳା ତାଙ୍କ କୁନି ଝିଅ ସହ ରୁହନ୍ତି । ତାଙ୍କ ସ୍ୱାମୀ ବିଦେଶରେ ଚାକିରୀ କରନ୍ତି । ମହିଳାଙ୍କୁ ପୂର୍ବରୁ ଅଟୋଚାଳକ ଜଣଙ୍କ ପିଛା କରିବା ସହ ଅଶ୍ଲୀଳ ଇଙ୍ଗିତ କରି ଆସୁଥିଲା । ତେବେ ମହିଳା ଏକୁଟିଆ ଥିବାରୁ ଘଟଣାକୁ ହାଲୁକା ଭାବେ ନେଇ କିଛି କୁହନ୍ତି ନାହିଁ ।

ହେଲେ ଗତ ୨୭ ତାରିଖ ସକାଳ ୭ଟାରେ ମହିଳା ଜଣଙ୍କ ତାଙ୍କ କୁନି ଝିଅକୁ ନେଇ ଟିୟୁସନ ଛାଡିବାକୁ ଯାଉଥିବା ସମୟରେ ଅଟୋଚାଳକ ଏବଂ ତାଙ୍କ ଦୁଇଜଣ ସହଯୋଗୀ ମହିଳାଙ୍କ ପିଛା କରିଥିଲେ । ମହିଳା ଜଣଙ୍କ ଯିବାବେଳେ ଏକ ଜଙ୍ଗଲିଆ ରାସ୍ତା କଡ଼ରେ ଅଭିଯୁକ୍ତମାନେ ଅଟୋରେ ବସିବାକୁ କହିଥିଲେ ମାତ୍ର ସେ ମନା କରିବାରୁ ତାଙ୍କୁ ଜୋର ଜବରଦସ୍ତ ଅଟୋରେ ବସାଇ ଜଙ୍ଗଲିଆ ଜାଗାକୁ ନେଇଯାଇଥିଲେ । ଏହି ସମୟରେ ତାଙ୍କ କୁନି ଝିଅ କାନ୍ଦିବାରୁ ଜଣେ ଅଭିଯୁକ୍ତ ତାଙ୍କ ମୁହଁକୁ ଚାପି ଧରିଥିଲା ଏବଂ ଅନ୍ୟଜଣେ ଅଭିଯୁକ୍ତ ମହିଳାଙ୍କୁ ମାଡି ବସିଥିଲା । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଉଲଗ୍ନ କରି ସମ୍ବେଦନଶୀଳ ଅଙ୍ଗକୁ କାମୁଡି ଦେଇ ରକ୍ତାତ କରିଦେଇଥିବା ମହିଳା ଅଭିଯୋଗ କରିଛନ୍ତି ।

ଦୁଷ୍କର୍ମ କରିବାକୁ ଉଦ୍ୟମ କଲାବେଳେ ଯନ୍ତ୍ରଣାରେ ମହିଳା ଜଣଙ୍କ ଜୋରରେ ପାଟି କରିବାରୁ ସେହି ରାସ୍ତା ଦେଇ ଯାଉଥିବା ଜଣେ ଟ୍ରକଚାଳକ ଗାଡି ଅଟକାଇ ସେଠାରେ ପହଞ୍ଚିଥିଲେ । ଆଉ ମହିଳାଙ୍କ ନିକଟକୁ ଯିବାରୁ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏହାପରେ ମହିଳା ଜଣଙ୍କ ସେହି ସ୍ଥାନରେ ପଚରାଉଚରା କରି ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ । ଏନେଇ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ଅଭିଯୋଗ କରିବାରୁ ତାଙ୍କୁ ଗାଳିଗୁଲଜ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବା ସହ ଏକଥା କାହାକୁ କହିଲେ ଅଭିଯୁକ୍ତଙ୍କ ପରିବାର ଲୋକେ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଶେଷରେ ନ୍ୟାୟ ପାଇବାକୁ ମହିଳା ଜଣଙ୍କ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ସମେତ ଅଭିଯୁକ୍ତ ଆଉ ତାଙ୍କ ସହଯୋଗୀଙ୍କୁ ମିଶାଇ ୮ ଜଣଙ୍କ ବିରୋଧରେ ଏକ ମାମଲା ୪୧୮/୨୧ ରୁଜୁ କରି ମହିଳାଙ୍କ ଡାକ୍ତରୀମାଇନା କରିଛି । ତେବେ ଅଭିଯୁକ୍ତମାନେ ଫେରାର ଥିବାରୁ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର