ହକି ଖେଳର ଉନ୍ନତି ଓ ଭାରତୀୟ ହକି ଦଳକୁ ଓଡ଼ିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚପ୍ରଶଂସା କଲେ ଅଷ୍ଟ୍ରେଲିଆ ହାଇକମିଶନର

The Sakala Picture
Published On

ଭୁବନେଶ୍ବର: ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପକୁ ଉଚ୍ଚପ୍ରଶଂସା କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରୀ ଓଫାରେଲ ଏଓ(Barry O’Farrel AO)। ଏହାସହିତ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ଯେଉଁ ପୋତ୍ସାହନ ଦେଉଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ ବୋଲି କହିଛନ୍ତି ବ୍ୟାରୀ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ […]

ଭୁବନେଶ୍ବର: ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପକୁ ଉଚ୍ଚପ୍ରଶଂସା କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରୀ ଓଫାରେଲ ଏଓ(Barry O’Farrel AO)। ଏହାସହିତ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ଯେଉଁ ପୋତ୍ସାହନ ଦେଉଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ ବୋଲି କହିଛନ୍ତି ବ୍ୟାରୀ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ କାରିଗରୀ କୌଶଳ କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଅଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏତଦ୍‌ବ୍ୟତୀତ ଓଡିଶାର ଦକ୍ଷ ମାନବ ସମ୍ବଳର ଉପଯୋଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡିଶାରେ ହକି ବିଶ୍ୱକପ ସମୟରେ ଅଷ୍ଟ୍ରେଲିଆ ଦଳର ଗସ୍ତ ସଂପର୍କରେ ମନେପକାଇ ଅଷ୍ଟ୍ରେଲିଆ ହକି ଦଳର ଦକ୍ଷତାର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାରେ ବିଭିନ୍ନ କ୍ରୀଡା ଭିତ୍ତିଭୂମି ସୃଷ୍ଟି, ଉନ୍ନତମାନର ତାଲିମ, ବିଶେଷ କରି ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଓଡିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଧିକ ସହଯୋଗ ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ । ଏତଦ୍‌ବ୍ୟତୀତ ଖଣି ଅନୁସଂଧାନ କ୍ଷେତ୍ରରେ ଅଷ୍ଟ୍ରେଲିଆ ଓ ଓଡିଶା ମଧ୍ୟରେ ଅଧିକ ମିଳିତ ସହଯୋଗ ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

31 Aug 2021 By The Sakala

ହକି ଖେଳର ଉନ୍ନତି ଓ ଭାରତୀୟ ହକି ଦଳକୁ ଓଡ଼ିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚପ୍ରଶଂସା କଲେ ଅଷ୍ଟ୍ରେଲିଆ ହାଇକମିଶନର

ଭୁବନେଶ୍ବର: ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପକୁ ଉଚ୍ଚପ୍ରଶଂସା କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରୀ ଓଫାରେଲ ଏଓ(Barry O’Farrel AO)। ଏହାସହିତ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ଯେଉଁ ପୋତ୍ସାହନ ଦେଉଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ ବୋଲି କହିଛନ୍ତି ବ୍ୟାରୀ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି।

ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ କାରିଗରୀ କୌଶଳ କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଅଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏତଦ୍‌ବ୍ୟତୀତ ଓଡିଶାର ଦକ୍ଷ ମାନବ ସମ୍ବଳର ଉପଯୋଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡିଶାରେ ହକି ବିଶ୍ୱକପ ସମୟରେ ଅଷ୍ଟ୍ରେଲିଆ ଦଳର ଗସ୍ତ ସଂପର୍କରେ ମନେପକାଇ ଅଷ୍ଟ୍ରେଲିଆ ହକି ଦଳର ଦକ୍ଷତାର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାରେ ବିଭିନ୍ନ କ୍ରୀଡା ଭିତ୍ତିଭୂମି ସୃଷ୍ଟି, ଉନ୍ନତମାନର ତାଲିମ, ବିଶେଷ କରି ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଓଡିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଧିକ ସହଯୋଗ ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ । ଏତଦ୍‌ବ୍ୟତୀତ ଖଣି ଅନୁସଂଧାନ କ୍ଷେତ୍ରରେ ଅଷ୍ଟ୍ରେଲିଆ ଓ ଓଡିଶା ମଧ୍ୟରେ ଅଧିକ ମିଳିତ ସହଯୋଗ ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା ।

https://www.thesakala.in/latest-odisha-news/australian-high-commission-praised-cm-naveen-for-the-improvement-of-hockey-game-and-promotion-of-indian-hockey-team/article-5066
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର