ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା, ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ

Madhusudan Das Picture
Published On

କେନ୍ଦ୍ରାପଡ଼ା: ମନୁଷ୍ୟର ଏଅ କି ଅମାନବୀୟ ମାନସିକତା । ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ । ଅଳ୍ପକେ ବର୍ତିଲେ ବୋହୂ ଓ ନାତୁଣୀ । ଗତକାଲି ବିଳମ୍ବିତ ରାତ୍ରିରେ ବୋହୂ ଶୋଇଥିବା ସମୟରେ ଶ୍ଵଶୁର ଗାଁ ଛକରୁ ଏକ ଲିଟର ପେଟ୍ରୋଲ କିଣି ଆଣି ବିଛଣାରେ ଢାଳି ନିଆଁ ଲଗେଇ ଦେଇଥିଲେ । ଘର ଭିତରେ ଥିବା ସମସ୍ତ ଆସବାପତ୍ର ପୋଡି ଯାଇଥିବା ବେଳେ ବୋହୂ ଖସି ଆସି ରାତିଯାକ ବାହାରେ ସମୟ କାଟିଥିଲା । 

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସୂଚନା ମୁତାବକ ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗ୍ରାମର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗ୍ରାମର ଶୁଶାନ୍ତ ରାୟଙ୍କୁ ବିବାହ କରିଥିଲେ । ଶୁଶାନ୍ତଙ୍କର ପ୍ରଥମ ପତ୍ନୀର ଦୁଇଟି ଝିଅ ଥିଲା । ଦ୍ଵିତୀୟ ପତ୍ନୀର ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶାଶୁ, ଶ୍ଵଶୁର, ସ୍ୱାମୀ ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର