ଶ୍ରୀମନ୍ଦିରରେ ଏଏସଆଇ ଟିମ୍: ନାଟମଣ୍ଡପ ଓ ଜଗମୋହନର ଚାଲିଛି ସ୍ଥିତି ଅନୁଧ୍ୟାନ, ବାହାରିବ ସ୍ଥାୟୀ ସମାଧାନ

The Sakala Picture
Published On

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ଟିମ୍ । ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏଏସଆଇ ଟିମ୍ । ଏହାସହ ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ ବାହାର କରାଯିବା ବୋଲି ଜଣାପଡ଼ିଛି। ଏଥିଲାଗି ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ମୁଖ୍ୟ ଦପ୍ତରରୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ପରିଦର୍ଶନ କରୁଛନ୍ତି । ବିଶେଷଜ୍ଞ କମିଟିର ଗସ୍ତ ନେଇ ମନ୍ଦିର ଭିତରେ ଓ ବାହାରେ ପୂର୍ବରୁ ଭାରା ବନ୍ଧା ସରିଛି । […]

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ଟିମ୍ । ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏଏସଆଇ ଟିମ୍ । ଏହାସହ ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ ବାହାର କରାଯିବା ବୋଲି ଜଣାପଡ଼ିଛି। ଏଥିଲାଗି ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ମୁଖ୍ୟ ଦପ୍ତରରୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ପରିଦର୍ଶନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ବିଶେଷଜ୍ଞ କମିଟିର ଗସ୍ତ ନେଇ ମନ୍ଦିର ଭିତରେ ଓ ବାହାରେ ପୂର୍ବରୁ ଭାରା ବନ୍ଧା ସରିଛି । ନାଟମଣ୍ଡପର ଗରୁଡ଼ ସ୍ତମ୍ଭ ପାର୍ଶ୍ଵ, କଲମ ତଥା ଛାତକୁ ଧରି ରଖିଥିବା ବିମରେ ୨୦୧୮ ମସିହା ଜୁନ ମାସରୁ ଫାଟ ଦେଖାଦେଇଛି । ଏହି ଫାଟକୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ନିୟୋଜିତ କୋର୍‌ କମିଟି ଠାବ କରିଥିଲା । ସେହିଦିନରୁ ଫାଟ ମେଲୁଛି କି ନାହିଁ, ଫାଟର କିଭଳି ମରାମତି ହେବ ତାହାର କୌଣସି ନିର୍ୟ୍ୟାସ ବାହାରି ପାରିନାହିଁ । ତେବେ ଫାଟ ସେହିଦିନରୁ ଅଧିକ ମେଲୁଛି ନାଁ ନାହିଁ, ତାହାର ଯାଞ୍ଚ ପାଇଁ ସେହି ସ୍ଥାନରେ ଏକ କ୍ରାକ୍ ମିଟର ଲଗାଯାଇଥିଲା । ଏହି ମିଟର ଅନଲାଇନରେ ଡାଟା ସଂଗ୍ରହ କରୁଥିବା ବେଳେ ଏହାର ଯାଞ୍ଚ କରାଯିବ । ବର୍ତ୍ତମାନ ସୁଦ୍ଧା କ୍ରାକ୍ ମିଟର ଦ୍ଵାରା ବିମ୍ ଫାଟର ସ୍ଥିତି କ’ଣ ରହିଛି ତାର ତର୍ଜମା ହୋଇପାରିନି ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର