ଚାକିରିରୁ ବିଦା ହେଲେ ଗୋପାଳ : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଗିରଫ ପରେ ବରଖାସ୍ତ କଲେ ଝାରସୁଗୁଡ଼ା ଏସ୍‌ପି

The Sakala Picture
Published On

ଝାରସୁଗୁଡା : ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରିଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକରିରିରୁ ବରଖାସ୍ତ କରାଯାଇଛି। ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗରିଫ କରିବା ପରେ ଝାରସୁଗୁଡ଼ା ଏସ୍‌ପି ବ୍ରଜରାଜନଗର ଥାନା ଅଧିନରେ ଥିବା ଗାନ୍ଧୀଛକ ଆଉଟପୋଷ୍ଟର ASI ଗୋପାଳକୃଷ୍ଣ ଦାସଙ୍କୁ ଚାରକିରୁ ବରଖାସ୍ତ କରିଛନ୍ତି। ଭାରତର ସମ୍ବିଧାନର ଧାରା ୩୧୧ ଅନୁଯାୟୀ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ବରଖାସ୍ତ କରାଯାଇଛି। ଗତକାଲିଠୁ ଏହି ମାମଲାରେ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ […]

ଝାରସୁଗୁଡା : ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରିଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକରିରିରୁ ବରଖାସ୍ତ କରାଯାଇଛି। ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗରିଫ କରିବା ପରେ ଝାରସୁଗୁଡ଼ା ଏସ୍‌ପି ବ୍ରଜରାଜନଗର ଥାନା ଅଧିନରେ ଥିବା ଗାନ୍ଧୀଛକ ଆଉଟପୋଷ୍ଟର ASI ଗୋପାଳକୃଷ୍ଣ ଦାସଙ୍କୁ ଚାରକିରୁ ବରଖାସ୍ତ କରିଛନ୍ତି। ଭାରତର ସମ୍ବିଧାନର ଧାରା ୩୧୧ ଅନୁଯାୟୀ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ବରଖାସ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ଗତକାଲିଠୁ ଏହି ମାମଲାରେ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ପଚରାଉଚୁରା କରୁଥିବା କ୍ରାଇମବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଏହାସହ ଘଟଣାସ୍ଥଳର ଯାଞ୍ଚ କରାଯାଇଥିବାବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ତେବେ କେଉଁ କାରଣ ପାଇଁ ଗୁଳି କଲେ ଓ ପୂର୍ବ ଶତ୍ରୁତା ଥିଲା କି ନାହିଁ ସେ ନେଇ ତଦନ୍ତ ଚାଲିଛି। ଏଥିସହ ଏଏସଆଇ ଗୋପାଳ ଦାସଙ୍କ ବନ୍ଧୁକରୁ ଗୁଳି ଫୁଟିଛି କି ନାହିଁ ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇପାରେ। ନବ ଦାସଙ୍କ ସହ ଗୋପାଳଙ୍କର କୌଣସି ପୂର୍ବଶତ୍ରୁତା ଥିଲା କି ନାହିଁ ସେଦିଗରେ ମଧ୍ୟ ତଦନ୍ତ କରାଯାଉଛି ।ଯଦି ଶତୃତା ନଥିଲା ତେବେ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ ସେନେଇ ପଚରା ଉଚରା କରାଯାଇଥିବାବେଳେ କୌଣସି ଉତ୍ତର ଗଣମାଧ୍ୟମକୁ ମିଳିନାହିଁ । ପରବର୍ତ୍ତୀ ସମୟରେ ଘଟଣାର ସିନ ରିକ୍ରିଏସନ କରାଯାଇପାରେ । ଗୋପାଳ ଦାସଙ୍କ ଫୋନ କଲ୍ ରେକର୍ଡ ଯାଞ୍ଚ ହେବ । ଅନ୍ୟ କେହି ବ୍ୟକ୍ତି ଏଥିରେ ସମ୍ପୃକ୍ତ କି ନାହିଁ ସେନେଇ ତଦନ୍ତ ହେବ ।

ଆହୁରି ପଢ଼ନ୍ତୁ: ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।  କିଛି ଗଣମାଧ୍ୟମରେ କୁହାଯାଉଥିଲାକି ପୁଲିସ ଏଏସଆଇ ଗୋପାଳ ଦାସ ପୂର୍ବରୁ ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ଥିଲେ। ତାହା ମିଥ୍ୟା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

ଅନ୍ୟପଟେ ଗୋପାଳକୁ ଆଜି ଗିରଫ କରାଯାଇଥିବା ବେଳେ ଗୋପାଳଙ୍କୁ ଭିସିରେ(ଭିଡିଓ ମାଧ୍ୟମରେ) କୋର୍ଟରେ ହାଜର କରାଯିବ। ଗୋପାଳଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିସିରେ ହାଜର କରାଯିବାର ସମ୍ଭାବନା ବଢିଛି । ଉଲ୍ଲେଖ ଥାଉ କି ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ। ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ ଗୋପାଳ ହତ୍ୟା ସମ୍ପର୍କରେ କଣ କହିଛନ୍ତି, ପ୍ରଶ୍ନଗୁଡ଼ିକର କି ଉତ୍ତର ରଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ଏଡିଜି ଅରୁଣ ବୋଥ୍ରା। ଘଟଣାର ତଦନ୍ତ ନସରିବା ଯାଏଁ କ୍ରାଇମବ୍ରାଞ୍ଚ ଟିମ୍‌ କୌଣସି ତଥ୍ୟ ରଖିବନି ବୋଲି କୁହାଯାଉଛି।

30 Jan 2023 By The Sakala

ଚାକିରିରୁ ବିଦା ହେଲେ ଗୋପାଳ : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଗିରଫ ପରେ ବରଖାସ୍ତ କଲେ ଝାରସୁଗୁଡ଼ା ଏସ୍‌ପି

ଝାରସୁଗୁଡା : ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରିଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକରିରିରୁ ବରଖାସ୍ତ କରାଯାଇଛି। ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗରିଫ କରିବା ପରେ ଝାରସୁଗୁଡ଼ା ଏସ୍‌ପି ବ୍ରଜରାଜନଗର ଥାନା ଅଧିନରେ ଥିବା ଗାନ୍ଧୀଛକ ଆଉଟପୋଷ୍ଟର ASI ଗୋପାଳକୃଷ୍ଣ ଦାସଙ୍କୁ ଚାରକିରୁ ବରଖାସ୍ତ କରିଛନ୍ତି। ଭାରତର ସମ୍ବିଧାନର ଧାରା ୩୧୧ ଅନୁଯାୟୀ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ବରଖାସ୍ତ କରାଯାଇଛି।

ଗତକାଲିଠୁ ଏହି ମାମଲାରେ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ପଚରାଉଚୁରା କରୁଥିବା କ୍ରାଇମବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଏହାସହ ଘଟଣାସ୍ଥଳର ଯାଞ୍ଚ କରାଯାଇଥିବାବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ତେବେ କେଉଁ କାରଣ ପାଇଁ ଗୁଳି କଲେ ଓ ପୂର୍ବ ଶତ୍ରୁତା ଥିଲା କି ନାହିଁ ସେ ନେଇ ତଦନ୍ତ ଚାଲିଛି। ଏଥିସହ ଏଏସଆଇ ଗୋପାଳ ଦାସଙ୍କ ବନ୍ଧୁକରୁ ଗୁଳି ଫୁଟିଛି କି ନାହିଁ ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇପାରେ। ନବ ଦାସଙ୍କ ସହ ଗୋପାଳଙ୍କର କୌଣସି ପୂର୍ବଶତ୍ରୁତା ଥିଲା କି ନାହିଁ ସେଦିଗରେ ମଧ୍ୟ ତଦନ୍ତ କରାଯାଉଛି ।ଯଦି ଶତୃତା ନଥିଲା ତେବେ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ ସେନେଇ ପଚରା ଉଚରା କରାଯାଇଥିବାବେଳେ କୌଣସି ଉତ୍ତର ଗଣମାଧ୍ୟମକୁ ମିଳିନାହିଁ । ପରବର୍ତ୍ତୀ ସମୟରେ ଘଟଣାର ସିନ ରିକ୍ରିଏସନ କରାଯାଇପାରେ । ଗୋପାଳ ଦାସଙ୍କ ଫୋନ କଲ୍ ରେକର୍ଡ ଯାଞ୍ଚ ହେବ । ଅନ୍ୟ କେହି ବ୍ୟକ୍ତି ଏଥିରେ ସମ୍ପୃକ୍ତ କି ନାହିଁ ସେନେଇ ତଦନ୍ତ ହେବ ।

ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।  କିଛି ଗଣମାଧ୍ୟମରେ କୁହାଯାଉଥିଲାକି ପୁଲିସ ଏଏସଆଇ ଗୋପାଳ ଦାସ ପୂର୍ବରୁ ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ଥିଲେ। ତାହା ମିଥ୍ୟା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଗୋପାଳକୁ ଆଜି ଗିରଫ କରାଯାଇଥିବା ବେଳେ ଗୋପାଳଙ୍କୁ ଭିସିରେ(ଭିଡିଓ ମାଧ୍ୟମରେ) କୋର୍ଟରେ ହାଜର କରାଯିବ। ଗୋପାଳଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିସିରେ ହାଜର କରାଯିବାର ସମ୍ଭାବନା ବଢିଛି । ଉଲ୍ଲେଖ ଥାଉ କି ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ। ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ ଗୋପାଳ ହତ୍ୟା ସମ୍ପର୍କରେ କଣ କହିଛନ୍ତି, ପ୍ରଶ୍ନଗୁଡ଼ିକର କି ଉତ୍ତର ରଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ଏଡିଜି ଅରୁଣ ବୋଥ୍ରା। ଘଟଣାର ତଦନ୍ତ ନସରିବା ଯାଏଁ କ୍ରାଇମବ୍ରାଞ୍ଚ ଟିମ୍‌ କୌଣସି ତଥ୍ୟ ରଖିବନି ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର