ବୃଦ୍ଧାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଲେ ଆଶାକର୍ମୀ, ଚାରି ଆଡୁ ଛୁଟୁଛି ପ୍ରଶଂସାର ସୁଅ….

The Sakala Picture
Published On

ଭୁବନେଶ୍ବର: ଦୁର୍ବଳ ହୋଇଛି ଭୀଷଣ ବାତ୍ୟା ‘ଦାନା’। ମନରୁ ଛାଡିଛି ଭୟ। ଏହି ବାତ୍ୟାରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ବାତ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତି ଥିଲେ ସରକାରୀ ଓ ସ୍ୱେଚ୍ଛାସେବୀଙ୍କ ସହିତ ସାମାଜିକ କର୍ମୀ। ସଜାଗ ଥିଲା ସମସ୍ତ ବିଭାଗ।  କଚ୍ଚା ଘରେ ଓ ତଳିଆ ଅଞ୍ଚଳରେ ରହୁଥିବା ସମସ୍ତଙ୍କୁ ଉଦ୍ଧାର କରାଯାୟୀବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ […]

ଭୁବନେଶ୍ବର: ଦୁର୍ବଳ ହୋଇଛି ଭୀଷଣ ବାତ୍ୟା ‘ଦାନା’। ମନରୁ ଛାଡିଛି ଭୟ। ଏହି ବାତ୍ୟାରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ବାତ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତି ଥିଲେ ସରକାରୀ ଓ ସ୍ୱେଚ୍ଛାସେବୀଙ୍କ ସହିତ ସାମାଜିକ କର୍ମୀ। ସଜାଗ ଥିଲା ସମସ୍ତ ବିଭାଗ।  କଚ୍ଚା ଘରେ ଓ ତଳିଆ ଅଞ୍ଚଳରେ ରହୁଥିବା ସମସ୍ତଙ୍କୁ ଉଦ୍ଧାର କରାଯାୟୀବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଆଶାକର୍ମୀ ବୃଦ୍ଧାଙ୍କୁ ନିଜ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ଏହି ଖବର ପ୍ରସାରଣ ହେବା ପରେ ଉକ୍ତ ଆଶାକର୍ମୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଆଡୁ ପ୍ରଶଂସାର ଶୁଅ ଛୁଟିବାରେ ଲାଗିଛ। ଏହି ଘଟଣାଟି ଘଟିଛି  କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ସବସେଣ୍ଟର ଅନ୍ତର୍ଗତ ଖାସମୁଣ୍ଡାଗ୍ରାମରେ। ଆଉ ବୃଦ୍ଧାକୁ ବୋହି ଆଣୁଥିବା ସେ ଆଶାଭଉଣୀ ହେଉଛନ୍ତି ଶିବାନୀ ମଣ୍ଡଳ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ଏହି ମହତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଏହି କାମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସୋସିଆଲ ମିଡିଆ ‘ଏକ୍ସ’ ରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,  ରାଜ୍ଯର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି । ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

କର୍ତ୍ତବ୍ୟ ସାଧନପୂର୍ବକ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉକରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଉଥିବାର ଦୃଶ୍ୟ ପ୍ରେରଣାଦାୟୀ ଅଟେ। ଆଶାଭଉଣୀ ଶିବାନୀଙ୍କ ପରି ବ୍ୟକ୍ତିତ୍ୱ ପ୍ରକୃତ ନାରୀଶକ୍ତିର ପରିଚୟ ବୋଲି ଉପମୁଖ୍ୟନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର