ବୃଦ୍ଧାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଲେ ଆଶାକର୍ମୀ, ଚାରି ଆଡୁ ଛୁଟୁଛି ପ୍ରଶଂସାର ସୁଅ….

The Sakala Picture
Published On

ଭୁବନେଶ୍ବର: ଦୁର୍ବଳ ହୋଇଛି ଭୀଷଣ ବାତ୍ୟା ‘ଦାନା’। ମନରୁ ଛାଡିଛି ଭୟ। ଏହି ବାତ୍ୟାରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ବାତ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତି ଥିଲେ ସରକାରୀ ଓ ସ୍ୱେଚ୍ଛାସେବୀଙ୍କ ସହିତ ସାମାଜିକ କର୍ମୀ। ସଜାଗ ଥିଲା ସମସ୍ତ ବିଭାଗ।  କଚ୍ଚା ଘରେ ଓ ତଳିଆ ଅଞ୍ଚଳରେ ରହୁଥିବା ସମସ୍ତଙ୍କୁ ଉଦ୍ଧାର କରାଯାୟୀବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ […]

ଭୁବନେଶ୍ବର: ଦୁର୍ବଳ ହୋଇଛି ଭୀଷଣ ବାତ୍ୟା ‘ଦାନା’। ମନରୁ ଛାଡିଛି ଭୟ। ଏହି ବାତ୍ୟାରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ବାତ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତି ଥିଲେ ସରକାରୀ ଓ ସ୍ୱେଚ୍ଛାସେବୀଙ୍କ ସହିତ ସାମାଜିକ କର୍ମୀ। ସଜାଗ ଥିଲା ସମସ୍ତ ବିଭାଗ।  କଚ୍ଚା ଘରେ ଓ ତଳିଆ ଅଞ୍ଚଳରେ ରହୁଥିବା ସମସ୍ତଙ୍କୁ ଉଦ୍ଧାର କରାଯାୟୀବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଆଶାକର୍ମୀ ବୃଦ୍ଧାଙ୍କୁ ନିଜ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଏହି ଖବର ପ୍ରସାରଣ ହେବା ପରେ ଉକ୍ତ ଆଶାକର୍ମୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଆଡୁ ପ୍ରଶଂସାର ଶୁଅ ଛୁଟିବାରେ ଲାଗିଛ। ଏହି ଘଟଣାଟି ଘଟିଛି  କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ସବସେଣ୍ଟର ଅନ୍ତର୍ଗତ ଖାସମୁଣ୍ଡାଗ୍ରାମରେ। ଆଉ ବୃଦ୍ଧାକୁ ବୋହି ଆଣୁଥିବା ସେ ଆଶାଭଉଣୀ ହେଉଛନ୍ତି ଶିବାନୀ ମଣ୍ଡଳ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଏହି ମହତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଏହି କାମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସୋସିଆଲ ମିଡିଆ ‘ଏକ୍ସ’ ରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,  ରାଜ୍ଯର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି । ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

କର୍ତ୍ତବ୍ୟ ସାଧନପୂର୍ବକ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉକରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଉଥିବାର ଦୃଶ୍ୟ ପ୍ରେରଣାଦାୟୀ ଅଟେ। ଆଶାଭଉଣୀ ଶିବାନୀଙ୍କ ପରି ବ୍ୟକ୍ତିତ୍ୱ ପ୍ରକୃତ ନାରୀଶକ୍ତିର ପରିଚୟ ବୋଲି ଉପମୁଖ୍ୟନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର