ରାଜ୍ୟର ସବୁ ଜିଲ୍ଲାରେ ବିଜୁ ଜନତା ଦଳ ଗଢିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ

The Sakala Picture
Published On

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଚାଲିଛି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ସଂଖ୍ୟା ଦୃଷ୍ଠିରୁ ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଆସନ ହାତେଇବା ଜଣାପଡ଼ିଛି । ବାଲେଶ୍ବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଜାରି ରହିଛି ମତଦାନ । ନିର୍ଦ୍ଵନ୍ଦରେ ବିଜୟୀ […]

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଚାଲିଛି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ସଂଖ୍ୟା ଦୃଷ୍ଠିରୁ ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଆସନ ହାତେଇବା ଜଣାପଡ଼ିଛି । ବାଲେଶ୍ବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଜାରି ରହିଛି ମତଦାନ । ନିର୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି ୨୯ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ନାରାୟଣ ପ୍ରଧାନ । ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ସର୍ବସମ୍ମୁଖରେ ଲଫାଫା ଖୋଲି ନାରାୟଣଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ମ୍ୟାଜିକ ନମ୍ବର ୨୩ ଦରକାର ଥିବା ବେଳେ, ବିଜେଡ଼ି ଅଧ୍ୟକ୍ଷ ପଦ ହାତେଇବା ଓ ନାରାୟଣ ଜିତିବା ସ୍ପଷ୍ଟ ହୋଇଛି । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ ୪୫ ଆସନରୁ ବିଜେଡି ହାତେଇଥିଲେ ୩୯ ଆସନ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

କଟକ ଜିଲ୍ଲା ପରିଷଦ ଅଧକ୍ଷ ହେଲେ କିଶୋର ଚନ୍ଦ୍ର ମିଶ୍ର । ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଉପାଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ କିଶୋର। ସେ ନରସିଂହପୁର ୪ ନମ୍ବର ଜୋନରୁ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ଇତିହାସରେ ବିଜେଡି ପ୍ରଥମ ରାଜନୈତିକ ଦଳ ଯିଏ ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରୁଛି ବୋଲି ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି । ରାଜ୍ୟବାସୀ ବଡ଼ ଗୁରୁଦାୟିତ୍ୱ ଦେଇଥିବାରୁ ବିଜଡି ଦାୟିତ୍ବସମ୍ପନ୍ନ ଭାବେ କାମ କରିବ । ଲୋକେ ଯେଉଁ ବିଶ୍ୱାସରେ ଭୋଟ ଦେଇଛନ୍ତି, ତାହା କାଏମ ରଖି ଲୋକଙ୍କ ସେବା କରିବାକୁ ପଡ଼ିବ ବୋଲି ମୁନ୍ନା ଖାଁ କହିଛନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚିହ୍ନରେ ହୋଇନଥିବାରୁ ଦୁଇ ଜଣ ଗୋଟିଏ ବ୍ଲକ ଅଧ୍ୟକ୍ଷ ହେବାକୁ ଇଛୁକ ଥିଲେ । ୨୭୭ ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

13 Mar 2022 By The Sakala

ରାଜ୍ୟର ସବୁ ଜିଲ୍ଲାରେ ବିଜୁ ଜନତା ଦଳ ଗଢିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଚାଲିଛି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ସଂଖ୍ୟା ଦୃଷ୍ଠିରୁ ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଆସନ ହାତେଇବା ଜଣାପଡ଼ିଛି । ବାଲେଶ୍ବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଜାରି ରହିଛି ମତଦାନ । ନିର୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି ୨୯ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ନାରାୟଣ ପ୍ରଧାନ । ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ସର୍ବସମ୍ମୁଖରେ ଲଫାଫା ଖୋଲି ନାରାୟଣଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ମ୍ୟାଜିକ ନମ୍ବର ୨୩ ଦରକାର ଥିବା ବେଳେ, ବିଜେଡ଼ି ଅଧ୍ୟକ୍ଷ ପଦ ହାତେଇବା ଓ ନାରାୟଣ ଜିତିବା ସ୍ପଷ୍ଟ ହୋଇଛି । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ ୪୫ ଆସନରୁ ବିଜେଡି ହାତେଇଥିଲେ ୩୯ ଆସନ ।

କଟକ ଜିଲ୍ଲା ପରିଷଦ ଅଧକ୍ଷ ହେଲେ କିଶୋର ଚନ୍ଦ୍ର ମିଶ୍ର । ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଉପାଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ କିଶୋର। ସେ ନରସିଂହପୁର ୪ ନମ୍ବର ଜୋନରୁ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ଇତିହାସରେ ବିଜେଡି ପ୍ରଥମ ରାଜନୈତିକ ଦଳ ଯିଏ ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରୁଛି ବୋଲି ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି । ରାଜ୍ୟବାସୀ ବଡ଼ ଗୁରୁଦାୟିତ୍ୱ ଦେଇଥିବାରୁ ବିଜଡି ଦାୟିତ୍ବସମ୍ପନ୍ନ ଭାବେ କାମ କରିବ । ଲୋକେ ଯେଉଁ ବିଶ୍ୱାସରେ ଭୋଟ ଦେଇଛନ୍ତି, ତାହା କାଏମ ରଖି ଲୋକଙ୍କ ସେବା କରିବାକୁ ପଡ଼ିବ ବୋଲି ମୁନ୍ନା ଖାଁ କହିଛନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚିହ୍ନରେ ହୋଇନଥିବାରୁ ଦୁଇ ଜଣ ଗୋଟିଏ ବ୍ଲକ ଅଧ୍ୟକ୍ଷ ହେବାକୁ ଇଛୁକ ଥିଲେ । ୨୭୭ ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର