‘ଆଇପିଏଲ’ର ମେଗା ନିଲାମୀରେ ଓଡ଼ିଶାରୁ ୫ ଖେଳାଳି, ଫେବୃଆରୀ ୧୨ ଓ ୧୩ରେ ହେବ ଅକ୍ସନ

The Sakala Picture
Published On

କଟକ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍ (ଆଇପିଏଲ୍‍)ର ଆଗାମୀ ୧୫ତମ ସଂସ୍କରଣ ଭାରତରେ ଆୟୋଜିତ ହେବ। ଶନିବାର ବିଭିନ୍ନ ଫ୍ରାଞ୍ଚାଇଜର ମାଲିକ ଓ ଆଇପିଏଲ୍‍ ଗଭର୍ଣ୍ଣିଂ କାଉନସିଲ୍‍ ସଦସ୍ୟଙ୍କ ସହ ଭର୍ଚୁଆଲ୍‍ ଆଲୋଚନା ପରେ ଭାରତୀୟ କ୍ରିକେଟ୍‍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ମାର୍ଚ୍ଚ ୨୭ରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯୋଜନା ରଖାଯାଇଛି ବୋଲି ଆଇପିଏଲ୍‍ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି। ଆଇପିଏଲ୍‍ର […]

କଟକ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍ (ଆଇପିଏଲ୍‍)ର ଆଗାମୀ ୧୫ତମ ସଂସ୍କରଣ ଭାରତରେ ଆୟୋଜିତ ହେବ। ଶନିବାର ବିଭିନ୍ନ ଫ୍ରାଞ୍ଚାଇଜର ମାଲିକ ଓ ଆଇପିଏଲ୍‍ ଗଭର୍ଣ୍ଣିଂ କାଉନସିଲ୍‍ ସଦସ୍ୟଙ୍କ ସହ ଭର୍ଚୁଆଲ୍‍ ଆଲୋଚନା ପରେ ଭାରତୀୟ କ୍ରିକେଟ୍‍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ମାର୍ଚ୍ଚ ୨୭ରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯୋଜନା ରଖାଯାଇଛି ବୋଲି ଆଇପିଏଲ୍‍ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି।
ଆଇପିଏଲ୍‍ର ଆଗାମୀ ପଞ୍ଚଦଶ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମ ପ୍ରକ୍ରିୟା ଫେବୃଆରୀ ୧୨ ଓ ୧୩ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିଲାଗି ୧୨୧୪ ଜଣ ଖେଳାଳିଙ୍କ ନାମ ରେଜିଷ୍ଟ୍ରର କରିଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁଥିରେ ୮୯୬ ଜଣ ଭାରତୀୟ ଏବଂ ୩୧୮ ଜଣ ବିଦେଶୀ ଖେଳାଳି ରହିଛନ୍ତି।

ଆଇପିଏଲର ଆଗାମୀ ୧୫ତମ ସଂସ୍କରଣର ମେଗା ଖେଳାଳି ନିଲାମୀରେ ୫ ଓଡ଼ିଆ କ୍ରିକେଟର୍‍ ରହିଛନ୍ତି ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ସେମାନେ ହେଲେ ଶୁଭ୍ରାଂଶୁ ଶେଖର ସେନାପତି, ବିକାଶ ରାଉତ, ରାଜେଶ ମହାନ୍ତି, ଜୟନ୍ତ ବେହେରା ଓ ଅଭିଶେକ ରାଉତ। ଏହି ୫ ଖେଳାଳି ନାମ ପଞ୍ଜୀକରଣ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆଉ କିଛି ଦିନ ଭିତରେ ନିଲାମ ନିମନ୍ତେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅନ୍ୟପକ୍ଷରେ ଶୁଭ୍ରାଂଶୁ ଚେନ୍ନଇ ସୁପର କିଙ୍ଗସ ଦଳର ଟ୍ରାଏଲ୍ସରେ ଅଂଶଗ୍ରହଣ କରି ଫେରିଛନ୍ତି। ଶିବିରରେ ଶୁଭ୍ରାଂଶୁ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ମଧ୍ୟ କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

23 Jan 2022 By The Sakala

‘ଆଇପିଏଲ’ର ମେଗା ନିଲାମୀରେ ଓଡ଼ିଶାରୁ ୫ ଖେଳାଳି, ଫେବୃଆରୀ ୧୨ ଓ ୧୩ରେ ହେବ ଅକ୍ସନ

କଟକ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍ (ଆଇପିଏଲ୍‍)ର ଆଗାମୀ ୧୫ତମ ସଂସ୍କରଣ ଭାରତରେ ଆୟୋଜିତ ହେବ। ଶନିବାର ବିଭିନ୍ନ ଫ୍ରାଞ୍ଚାଇଜର ମାଲିକ ଓ ଆଇପିଏଲ୍‍ ଗଭର୍ଣ୍ଣିଂ କାଉନସିଲ୍‍ ସଦସ୍ୟଙ୍କ ସହ ଭର୍ଚୁଆଲ୍‍ ଆଲୋଚନା ପରେ ଭାରତୀୟ କ୍ରିକେଟ୍‍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ମାର୍ଚ୍ଚ ୨୭ରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯୋଜନା ରଖାଯାଇଛି ବୋଲି ଆଇପିଏଲ୍‍ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି।
ଆଇପିଏଲ୍‍ର ଆଗାମୀ ପଞ୍ଚଦଶ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମ ପ୍ରକ୍ରିୟା ଫେବୃଆରୀ ୧୨ ଓ ୧୩ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିଲାଗି ୧୨୧୪ ଜଣ ଖେଳାଳିଙ୍କ ନାମ ରେଜିଷ୍ଟ୍ରର କରିଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁଥିରେ ୮୯୬ ଜଣ ଭାରତୀୟ ଏବଂ ୩୧୮ ଜଣ ବିଦେଶୀ ଖେଳାଳି ରହିଛନ୍ତି।

ଆଇପିଏଲର ଆଗାମୀ ୧୫ତମ ସଂସ୍କରଣର ମେଗା ଖେଳାଳି ନିଲାମୀରେ ୫ ଓଡ଼ିଆ କ୍ରିକେଟର୍‍ ରହିଛନ୍ତି ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ସେମାନେ ହେଲେ ଶୁଭ୍ରାଂଶୁ ଶେଖର ସେନାପତି, ବିକାଶ ରାଉତ, ରାଜେଶ ମହାନ୍ତି, ଜୟନ୍ତ ବେହେରା ଓ ଅଭିଶେକ ରାଉତ। ଏହି ୫ ଖେଳାଳି ନାମ ପଞ୍ଜୀକରଣ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆଉ କିଛି ଦିନ ଭିତରେ ନିଲାମ ନିମନ୍ତେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅନ୍ୟପକ୍ଷରେ ଶୁଭ୍ରାଂଶୁ ଚେନ୍ନଇ ସୁପର କିଙ୍ଗସ ଦଳର ଟ୍ରାଏଲ୍ସରେ ଅଂଶଗ୍ରହଣ କରି ଫେରିଛନ୍ତି। ଶିବିରରେ ଶୁଭ୍ରାଂଶୁ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ମଧ୍ୟ କୁହାଯାଉଛି।

https://www.thesakala.in/latest-odisha-news/five-cricketers-from-odisha-in-ipl-15/article-8663
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର