୪୦୯ କୋଟି ଟଙ୍କାର ୨ ପ୍ରକଳ୍ପର ଉଦଘାଟନ ସହ ୧୧ଟିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୧୧ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପରେ ମୋଟ ୨୩୫୯ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବାବେଳେ ୩୨୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଉଦଘାଟିତ ହୋଇଥିବା ୨ଟି ଶିଳ୍ପ ପ୍ରକଳ୍ପ ହେଲା ଯାଜପୁର କଳିଙ୍ଗନଗରସ୍ଥିତ ୧.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ସିମେଣ୍ଟ ଗ୍ରିଣ୍ଡିଂ ୟୁନିଟ ଓ ବଲାଙ୍ଗୀରଠାରେ ସ୍ବସ୍ତି ଇକୋଓ୍ବେୟାରପକ୍ଷରୁ ନିର୍ମିତ ବାୟୋଡିଗ୍ରେଡେବଲ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୧୧ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପରେ ମୋଟ ୨୩୫୯ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବାବେଳେ ୩୨୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଉଦଘାଟିତ ହୋଇଥିବା ୨ଟି ଶିଳ୍ପ ପ୍ରକଳ୍ପ ହେଲା ଯାଜପୁର କଳିଙ୍ଗନଗରସ୍ଥିତ ୧.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ସିମେଣ୍ଟ ଗ୍ରିଣ୍ଡିଂ ୟୁନିଟ ଓ ବଲାଙ୍ଗୀରଠାରେ ସ୍ବସ୍ତି ଇକୋଓ୍ବେୟାରପକ୍ଷରୁ ନିର୍ମିତ ବାୟୋଡିଗ୍ରେଡେବଲ ଟେବୁଲଓ୍ବେୟାର କାରଖାନା

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଗୁଡ଼ିକରେ ମୋଟ ୧୯୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ । ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପ ମଧ୍ୟରେ ଲଜିଷ୍ଟିକ୍ ପାର୍କ, ତିନିଟି ଇଥାନଲ୍ ପ୍ଲାଣ୍ଟ, ସିମେଣ୍ଟ ତିଆରି ୟୁନିଟ ଏବଂ ପଞ୍ଚତାରକା ହୋଟେଲ ପ୍ରକଳ୍ପ ରହିଛି । ଶିଳ୍ପ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିଛନ୍ତି ସରକାର । ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହୋଇଛି ଶିଳ୍ପାୟନ । ଶିଳ୍ପ ପାଇଁ ଦକ୍ଷ ମାନବସମ୍ବଳ ସୃଷ୍ଟି କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ଅନବରତ ନିବେଶ ଦ୍ୱାରା ପୂର୍ବ ଭାରତରେ ଓଡ଼ିଶା ଉତ୍ପାଦନଭିତ୍ତିକ ଶିଳ୍ପର ହବ୍ ହୋଇଛି । ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ବସ୍ତି ଗ୍ରୁପ ପକ୍ଷରୁ ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସିପସରୁବାଲିରେ ସ୍ବସ୍ତି ପ୍ରିମିୟମ ବିଚ୍‌ ରିସୋର୍ଟ ନାମରେ ହେବାକୁ ଥିବା ଏହି ହୋଟେଲରେ ୧୬୦ କୋଟିର ପୁଞ୍ଜି ନିବେଶ ହେବ । ଯାଜପୁରରେ ଏକ ସିମେଣ୍ଟ ୟୁନିଟ ତିଆରି ହେବ । ପ୍ରତିବର୍ଷ ୧ଦଶମିକ ୫ ମିଲିଅନ ମେଟ୍ରିକ୍ ଟନ୍ ସିମେଣ୍ଟ ପ୍ରସ୍ତୁତ କରିବ । ଏହା ୨୧୪ ଜଣଙ୍କ ପାଇଁ ସୃଷ୍ଟି କରିବ ନିଯୁକ୍ତି ସୁଯୋଗ । କେନ୍ଦୁଝର ଯୋଡ଼ାରେ ଷ୍ଟିଲ ପ୍ରୋଜେକ୍ଟ ସମ୍ପ୍ରସାରଣ କରାଯିବ । ଏଥିପାଇଁ ୯୪୬ କୋଟି ଟଙ୍କାର ନିବେଶ ହେବ । ଏଥିରେ ୮୦୩ ଜଣଙ୍କ ପାଇଁ ନିଯୁକ୍ତି ପାଇବେ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

10 Jan 2022 By The Sakala

୪୦୯ କୋଟି ଟଙ୍କାର ୨ ପ୍ରକଳ୍ପର ଉଦଘାଟନ ସହ ୧୧ଟିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୧୧ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପରେ ମୋଟ ୨୩୫୯ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବାବେଳେ ୩୨୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଉଦଘାଟିତ ହୋଇଥିବା ୨ଟି ଶିଳ୍ପ ପ୍ରକଳ୍ପ ହେଲା ଯାଜପୁର କଳିଙ୍ଗନଗରସ୍ଥିତ ୧.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ସିମେଣ୍ଟ ଗ୍ରିଣ୍ଡିଂ ୟୁନିଟ ଓ ବଲାଙ୍ଗୀରଠାରେ ସ୍ବସ୍ତି ଇକୋଓ୍ବେୟାରପକ୍ଷରୁ ନିର୍ମିତ ବାୟୋଡିଗ୍ରେଡେବଲ ଟେବୁଲଓ୍ବେୟାର କାରଖାନା

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଗୁଡ଼ିକରେ ମୋଟ ୧୯୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ । ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପ ମଧ୍ୟରେ ଲଜିଷ୍ଟିକ୍ ପାର୍କ, ତିନିଟି ଇଥାନଲ୍ ପ୍ଲାଣ୍ଟ, ସିମେଣ୍ଟ ତିଆରି ୟୁନିଟ ଏବଂ ପଞ୍ଚତାରକା ହୋଟେଲ ପ୍ରକଳ୍ପ ରହିଛି । ଶିଳ୍ପ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିଛନ୍ତି ସରକାର । ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହୋଇଛି ଶିଳ୍ପାୟନ । ଶିଳ୍ପ ପାଇଁ ଦକ୍ଷ ମାନବସମ୍ବଳ ସୃଷ୍ଟି କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ଅନବରତ ନିବେଶ ଦ୍ୱାରା ପୂର୍ବ ଭାରତରେ ଓଡ଼ିଶା ଉତ୍ପାଦନଭିତ୍ତିକ ଶିଳ୍ପର ହବ୍ ହୋଇଛି । ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ବସ୍ତି ଗ୍ରୁପ ପକ୍ଷରୁ ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ ।

ସିପସରୁବାଲିରେ ସ୍ବସ୍ତି ପ୍ରିମିୟମ ବିଚ୍‌ ରିସୋର୍ଟ ନାମରେ ହେବାକୁ ଥିବା ଏହି ହୋଟେଲରେ ୧୬୦ କୋଟିର ପୁଞ୍ଜି ନିବେଶ ହେବ । ଯାଜପୁରରେ ଏକ ସିମେଣ୍ଟ ୟୁନିଟ ତିଆରି ହେବ । ପ୍ରତିବର୍ଷ ୧ଦଶମିକ ୫ ମିଲିଅନ ମେଟ୍ରିକ୍ ଟନ୍ ସିମେଣ୍ଟ ପ୍ରସ୍ତୁତ କରିବ । ଏହା ୨୧୪ ଜଣଙ୍କ ପାଇଁ ସୃଷ୍ଟି କରିବ ନିଯୁକ୍ତି ସୁଯୋଗ । କେନ୍ଦୁଝର ଯୋଡ଼ାରେ ଷ୍ଟିଲ ପ୍ରୋଜେକ୍ଟ ସମ୍ପ୍ରସାରଣ କରାଯିବ । ଏଥିପାଇଁ ୯୪୬ କୋଟି ଟଙ୍କାର ନିବେଶ ହେବ । ଏଥିରେ ୮୦୩ ଜଣଙ୍କ ପାଇଁ ନିଯୁକ୍ତି ପାଇବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର