ଗ୍ରାମାଞ୍ଚଳରୁ ଦୂର ହେବ ଲୋ-ଭୋଲଟେଜ୍‌ ସମସ୍ୟା, ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ ଶହ ୯୬କୋଟି ଟଙ୍କା

The Sakala Picture
Published On

ଭୁବନେଶ୍ବର : ରାଜ୍ୟର ଗ୍ରାମାଞ୍ଚଳରେ ଆଉ ରହିବନି ଲୋ-ଭୋଲଟେଜ୍‌ ସମସ୍ୟା। ଗ୍ରାମାଞ୍ଚଳରେ ହେଉଥିବା ଲୋ-ଭୋଲଟେଜ୍‌ ସମସ୍ୟାର ସମାଧାନ ପାଇଁ  ଟ୍ରାନ୍ସମିସନ ପ୍ରକଳ୍ପରେ କ୍ୟାବିନେଟ୍ ମୋହର ବାଜିିଛି।ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସହ ଅନ୍ୟ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି । ରାଜ୍ୟର ଗ୍ରାମାଞ୍ଚଳରେ ଲୋକଙ୍କ ଲୋ ଭୋଲଟେଜ୍ ସମସ୍ୟା ଦୂର କରିବା ପାଇଁ […]

ଭୁବନେଶ୍ବର : ରାଜ୍ୟର ଗ୍ରାମାଞ୍ଚଳରେ ଆଉ ରହିବନି ଲୋ-ଭୋଲଟେଜ୍‌ ସମସ୍ୟା। ଗ୍ରାମାଞ୍ଚଳରେ ହେଉଥିବା ଲୋ-ଭୋଲଟେଜ୍‌ ସମସ୍ୟାର ସମାଧାନ ପାଇଁ  ଟ୍ରାନ୍ସମିସନ ପ୍ରକଳ୍ପରେ କ୍ୟାବିନେଟ୍ ମୋହର ବାଜିିଛି।ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସହ ଅନ୍ୟ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ରାଜ୍ୟର ଗ୍ରାମାଞ୍ଚଳରେ ଲୋକଙ୍କ ଲୋ ଭୋଲଟେଜ୍ ସମସ୍ୟା ଦୂର କରିବା ପାଇଁ ଏହି ବୈଠକରେ ଟ୍ରାନ୍ସମିସନ ପ୍ରକଳ୍ପକୁ କ୍ୟାବିନେଟ୍ ମୋହର ବାଜିିଛି ।  ଏହି ଟ୍ରାନ୍ସମିସନ ପ୍ରକଳ୍ପ ପାଇଁ ମୋଟ ୨୬୦ କୋଟି ଟଙ୍କା ଖଚ୍ଚ୍ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ସଂସ୍ଥା ଅଥବା ଓପିଟିସିଏଲ୍ ବିତରଣ କମ୍ପାନୀମାନଙ୍କର ପ୍ରସ୍ତାବକୁ ଭିତ୍ତିକରି ୪ଟି ଗ୍ରୀଡ ସବ ଷ୍ଟେସନ ଓ ଗୋଟିଏ ୧୩୨ କେଭି ଲାଇନ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଆଗତ କରିଛି ।ଆଠମଲ୍ଲିକ, ଏମ-ରାମପୁର, ଚିତାଳୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ ହେବ । ଏଥିପାଇଁ ୨୬୦କୋଟି ଟଙ୍କା ଖର୍ଚ୍ଚ ହେବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଏଥି ସହିତ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ ଶହ ୯୬କୋଟି ଟଙ୍କା ।ବିଦ୍ୟୁତ ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଓଡିଏସଏସପି ଯୋଜନା ମାଧ୍ୟମରେ ୪୭୨ଟି ୩୩/୧୧ କେଭି ପ୍ରାଇମେରୀ ସବ ଷ୍ଟେସନ ଓ ଏହାର ଆନୁସଙ୍ଗିକ ବିଦ୍ୟୁତ ଲାଇନ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବିଦ୍ୟୁତ ବିତରଣ କମ୍ପାନୀ ୧୭୯୩.୭୩ କୋଟି ଟଙ୍କା ବ୍ୟୟରେ ୯୯ଟି ୩୩/୧୧ କେଭି ସବ ଷ୍ଟେସନ ଓ ୮୧୨.୦୫ କୋଟି ଟଙ୍କାରେ ଦୀର୍ଘ ୬୪ଟି ସ୍ୱତନ୍ତ୍ର କେଭି ଲାଇନ୍ ନିର୍ମାଣ ନିମନ୍ତେ ପ୍ରସ୍ତାବ ଆଗତ ହୋଇଛି । ତେବେ ରାଜ୍ୟ କ୍ୟାବିନେଟ୍ ଆସନ୍ତା ୩ ବର୍ଷ ଭିତରେ ରାଜ୍ୟରେ ଏହି ୯୯ଟି ୩୩/୧୧ କେଭି ସବ ଷ୍ଟେସନ ଓ ୬୪ଟି ସ୍ୱତନ୍ତ୍ର କେଭି ଲାଇନ୍ ନିର୍ମାଣ ପାଇଁ ବ୍ୟୟ ମଞ୍ଜୁରୀ କରିଛି ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

24 Dec 2021 By The Sakala

ଗ୍ରାମାଞ୍ଚଳରୁ ଦୂର ହେବ ଲୋ-ଭୋଲଟେଜ୍‌ ସମସ୍ୟା, ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ ଶହ ୯୬କୋଟି ଟଙ୍କା

ଭୁବନେଶ୍ବର : ରାଜ୍ୟର ଗ୍ରାମାଞ୍ଚଳରେ ଆଉ ରହିବନି ଲୋ-ଭୋଲଟେଜ୍‌ ସମସ୍ୟା। ଗ୍ରାମାଞ୍ଚଳରେ ହେଉଥିବା ଲୋ-ଭୋଲଟେଜ୍‌ ସମସ୍ୟାର ସମାଧାନ ପାଇଁ  ଟ୍ରାନ୍ସମିସନ ପ୍ରକଳ୍ପରେ କ୍ୟାବିନେଟ୍ ମୋହର ବାଜିିଛି।ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସହ ଅନ୍ୟ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ରାଜ୍ୟର ଗ୍ରାମାଞ୍ଚଳରେ ଲୋକଙ୍କ ଲୋ ଭୋଲଟେଜ୍ ସମସ୍ୟା ଦୂର କରିବା ପାଇଁ ଏହି ବୈଠକରେ ଟ୍ରାନ୍ସମିସନ ପ୍ରକଳ୍ପକୁ କ୍ୟାବିନେଟ୍ ମୋହର ବାଜିିଛି ।  ଏହି ଟ୍ରାନ୍ସମିସନ ପ୍ରକଳ୍ପ ପାଇଁ ମୋଟ ୨୬୦ କୋଟି ଟଙ୍କା ଖଚ୍ଚ୍ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ସଂସ୍ଥା ଅଥବା ଓପିଟିସିଏଲ୍ ବିତରଣ କମ୍ପାନୀମାନଙ୍କର ପ୍ରସ୍ତାବକୁ ଭିତ୍ତିକରି ୪ଟି ଗ୍ରୀଡ ସବ ଷ୍ଟେସନ ଓ ଗୋଟିଏ ୧୩୨ କେଭି ଲାଇନ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଆଗତ କରିଛି ।ଆଠମଲ୍ଲିକ, ଏମ-ରାମପୁର, ଚିତାଳୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ ହେବ । ଏଥିପାଇଁ ୨୬୦କୋଟି ଟଙ୍କା ଖର୍ଚ୍ଚ ହେବ।

ଏଥି ସହିତ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ ଶହ ୯୬କୋଟି ଟଙ୍କା ।ବିଦ୍ୟୁତ ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଓଡିଏସଏସପି ଯୋଜନା ମାଧ୍ୟମରେ ୪୭୨ଟି ୩୩/୧୧ କେଭି ପ୍ରାଇମେରୀ ସବ ଷ୍ଟେସନ ଓ ଏହାର ଆନୁସଙ୍ଗିକ ବିଦ୍ୟୁତ ଲାଇନ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବିଦ୍ୟୁତ ବିତରଣ କମ୍ପାନୀ ୧୭୯୩.୭୩ କୋଟି ଟଙ୍କା ବ୍ୟୟରେ ୯୯ଟି ୩୩/୧୧ କେଭି ସବ ଷ୍ଟେସନ ଓ ୮୧୨.୦୫ କୋଟି ଟଙ୍କାରେ ଦୀର୍ଘ ୬୪ଟି ସ୍ୱତନ୍ତ୍ର କେଭି ଲାଇନ୍ ନିର୍ମାଣ ନିମନ୍ତେ ପ୍ରସ୍ତାବ ଆଗତ ହୋଇଛି । ତେବେ ରାଜ୍ୟ କ୍ୟାବିନେଟ୍ ଆସନ୍ତା ୩ ବର୍ଷ ଭିତରେ ରାଜ୍ୟରେ ଏହି ୯୯ଟି ୩୩/୧୧ କେଭି ସବ ଷ୍ଟେସନ ଓ ୬୪ଟି ସ୍ୱତନ୍ତ୍ର କେଭି ଲାଇନ୍ ନିର୍ମାଣ ପାଇଁ ବ୍ୟୟ ମଞ୍ଜୁରୀ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର