୬ ବର୍ଷ ପରେ ହେବ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

The Sakala Picture
Published On

ଭୁବନେଶ୍ୱର: ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହେବ। ଦୁଇ ସେବାୟତଙ୍କ ମଧ୍ୟରେ ଥିବା ବିବାଦର ଅନ୍ତ ହେବା ପରେ ଯାତ୍ରା ହେବା ନେଇ ସ୍ପଷ୍ଟ ହୋଇଛି। କପିଳେଶ୍ୱର ମନ୍ଦିର ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଦୀର୍ଘ ୬ ବର୍ଷ ହେବ ଏହି ଯାତ୍ରା ବନ୍ଦ ରହିଥିଲା। ବୁଧବାର ଦୁଇ ସେବାୟତଙ୍କୁ ନେଇ ହୋଇଥିବା ବୈଠକରେ ବିବାଦର ସମାଧାନ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ […]

ଭୁବନେଶ୍ୱର: ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହେବ। ଦୁଇ ସେବାୟତଙ୍କ ମଧ୍ୟରେ ଥିବା ବିବାଦର ଅନ୍ତ ହେବା ପରେ ଯାତ୍ରା ହେବା ନେଇ ସ୍ପଷ୍ଟ ହୋଇଛି। କପିଳେଶ୍ୱର ମନ୍ଦିର ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଦୀର୍ଘ ୬ ବର୍ଷ ହେବ ଏହି ଯାତ୍ରା ବନ୍ଦ ରହିଥିଲା। ବୁଧବାର ଦୁଇ ସେବାୟତଙ୍କୁ ନେଇ ହୋଇଥିବା ବୈଠକରେ ବିବାଦର ସମାଧାନ ହୋଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି ବୁଧବାର ଏକ ବୈଠକ ଡାକିଥିଲେ। ଏଥିରେ ଖୁଣ୍ଟିଆ ଓ ମଲିଆ ସେବାୟତ ପ୍ରତିନିଧିଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସୂଚାରରୂପ ପାଳନ ନେଇ ଆଲୋଚନା କରିଥିଲେ। ଉଭୟ ନିଜ ନିଜ ଜିଦ୍‍ରୁ ଓହରି କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ବୈଠକରେ ସେବାୟତମାନଙ୍କୁ କୁହାଯାଇଥିଲା। ଏଥିପାଇଁ ସେବାୟତମାନେ ବି ସହଯୋଗ କରିବା ପାଇଁ ରାଜି ହୋଇଛନ୍ତି। ତେବେ ଏହି ଯାତ୍ରା ଆୟୋଜନ ପାଇଁ ଗୁରୁବାର ଆଉ ଏକ ବୈଠକ ବସିବ। ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବେଳେ ଏଥିରେ ହାଣ୍ଡିଭଙ୍ଗା ଯାତ୍ରା ସହିତ ଜଡ଼ିତ ଦୁଇ ମନ୍ଦିର ସେବାୟତମାନେ ଯୋଗ ଦେବେ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସୂଚନା ଥାଉ କି ମହାଶିବରାତ୍ରି ପରେ ପଡ଼ୁଥିବା ଅମାବାସ୍ୟା ପରର ପ୍ରଥମ ଶନିବାର ଦିନ ଶ୍ରୀଲିଙ୍ଗରାଜ କପିଳନାଥ ମନ୍ଦିରକୁ ଯାଇଥାନ୍ତି। କପିଳେଶ୍ୱର ମନ୍ଦିର ପରିସରରେ ଥିବା ଶନିଦେବଙ୍କ ଦର୍ଶନ ସହିତ ଶୀତଳ ଷଷ୍ଠୀ ଯାତ୍ରା ଓ ଚନ୍ଦନ ଚାପ ଯୋଗ ଦେବା ପାଇଁ କପିଳେଶ୍ୱରଙ୍କୁ ନିମନ୍ତ୍ରଣ କରି ଆସିଥାନ୍ତି। ମାତ୍ରା କପିଳେଶ୍ୱର ମନ୍ଦିର ଖୁଣ୍ଟିଆ ସେବାୟତ ଓ ମଲିଆ ସେବାୟତଙ୍କ ମଧ୍ୟରେ ସେବାକୁ ନେଇ ବିବାଦ ହୋଇଥିଲା। ଏଥିପାଇଁ ଦୀର୍ଘ ୬ ବର୍ଷ ହେବ ଏହି ପରମ୍ପରା ବନ୍ଦ ରହିଛି। ତେବେ ଏହି ବିବାଦର ଅନ୍ତ ପରେ ଯାତ୍ରା ହେବା ନେଇ ଆଶା ସଞ୍ଚାର ହୋଇଛି। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗ ପକ୍ଷରୁ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର