ସ୍ଥିତି ଜାହିର କଲା ଲାଲବାହିନୀ: ମାଓ ସପ୍ତାହ ପାଳନ କରିବାକୁ ଦେଲା ଆହ୍ୱାନ

The Sakala Picture
Published On

ବାଲିଗୁଡ଼ା: କିଛିଦିନ ବ୍ୟବଧାନରେ ବାଲିଗୁଡ଼ା ଅଞ୍ଚଳରେ ପୁଣି ଲାଲ୍‍ବାହିନୀ ନିଜ ସ୍ଥିତି ଜାହିର ପାଇଁ ପ୍ରୟାସ କରିଛି। ବାଲିଗୁଡ଼ା ଥାନା ଅଞ୍ଚଳର ବାରଖମା, ରେବିଙ୍ଗିଆ, ବାଟାଗୁଡ଼ା ଓ ମିଡ଼ିଆପାଙ୍ଗା ଅଞ୍ଚଳରେ ମାଓ ପୋଷ୍ଟର୍‍ ଲଗାଇ ସ୍ଥିତ ଜାହିର କରିଛି। ପୋଷ୍ଟର୍‍ରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ଏହି ସବୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ବୋମା ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଗଞ୍ଜେଇ କାଟିବାକୁ ଆସୁଥିବା ପୁଲିସ ଓ ବନବିଭାଗ […]

ବାଲିଗୁଡ଼ା: କିଛିଦିନ ବ୍ୟବଧାନରେ ବାଲିଗୁଡ଼ା ଅଞ୍ଚଳରେ ପୁଣି ଲାଲ୍‍ବାହିନୀ ନିଜ ସ୍ଥିତି ଜାହିର ପାଇଁ ପ୍ରୟାସ କରିଛି। ବାଲିଗୁଡ଼ା ଥାନା ଅଞ୍ଚଳର ବାରଖମା, ରେବିଙ୍ଗିଆ, ବାଟାଗୁଡ଼ା ଓ ମିଡ଼ିଆପାଙ୍ଗା ଅଞ୍ଚଳରେ ମାଓ ପୋଷ୍ଟର୍‍ ଲଗାଇ ସ୍ଥିତ ଜାହିର କରିଛି। ପୋଷ୍ଟର୍‍ରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ଏହି ସବୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ବୋମା ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଗଞ୍ଜେଇ କାଟିବାକୁ ଆସୁଥିବା ପୁଲିସ ଓ ବନବିଭାଗ କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କୁମ୍ୱିଙ୍ଗ୍‍ ଅପରେସନ୍‍ ନାମରେ ଆସି ମାଆଭଉଣୀଙ୍କ ଉପରେ ହେଉଥିବା ଅତ୍ୟାଚାର, ଦୁଷ୍କର୍ମକୁ ବିରୋଧ କରୁଥିବା ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହ ସରକାରୀ ମଦ ଦୋକାନ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି। ଡିସେମ୍ୱର ୨ରୁ ୮ ତାରିଖ ପର୍ଯ୍ଯନ୍ତ ମାଓ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲୁବେନଗଡ଼଼ରେ ନିହତ କମ୍ରେଡ୍‍ ନମିତାଙ୍କ ସ୍ମୃତି ଉଦେଶ୍ୟରେ ବିଭିନ୍ନ ସ୍ଥାନରେ ମରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୋରନା ମହାମାରୀରେ ବିଫଳ ହୋଇଥିବା ପୋଷ୍ଟର୍‍ରେ ଲେଖା ରହିଛି। ଶେଷରେ ସିପିଆଇ କେକେବିଏନ୍‍ ଡିଭିଜନ ଲେଖାଯାଇଛି। ବାଲିଗୁଡ଼ା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇ ଥିବା ଦେଖିବାକୁ ମିଳିଛି। ତେବେ ଏହି ମାଓ ପୋଷ୍ଟର ମାରିବା ଘଟଣା ପ୍ରକୃତ ମାଓବାଦୀଙ୍କ କାମ ନା ଆଉ କୌଣସି ଖଳବ୍ୟକ୍ତି ପୋଷ୍ଟର ମାରି ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଛ। ସେ ନେଇ ଅଧିକ ତଦନ୍ତ ଚଳାଇଥିବା ବାଲିଗୁଡ଼ା ଥାନାଧିକାରୀ ଶାନ୍ତନୁ ପ୍ରଧାନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

30 Nov 2021 By The Sakala

ସ୍ଥିତି ଜାହିର କଲା ଲାଲବାହିନୀ: ମାଓ ସପ୍ତାହ ପାଳନ କରିବାକୁ ଦେଲା ଆହ୍ୱାନ

ବାଲିଗୁଡ଼ା: କିଛିଦିନ ବ୍ୟବଧାନରେ ବାଲିଗୁଡ଼ା ଅଞ୍ଚଳରେ ପୁଣି ଲାଲ୍‍ବାହିନୀ ନିଜ ସ୍ଥିତି ଜାହିର ପାଇଁ ପ୍ରୟାସ କରିଛି। ବାଲିଗୁଡ଼ା ଥାନା ଅଞ୍ଚଳର ବାରଖମା, ରେବିଙ୍ଗିଆ, ବାଟାଗୁଡ଼ା ଓ ମିଡ଼ିଆପାଙ୍ଗା ଅଞ୍ଚଳରେ ମାଓ ପୋଷ୍ଟର୍‍ ଲଗାଇ ସ୍ଥିତ ଜାହିର କରିଛି। ପୋଷ୍ଟର୍‍ରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ଏହି ସବୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ବୋମା ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଗଞ୍ଜେଇ କାଟିବାକୁ ଆସୁଥିବା ପୁଲିସ ଓ ବନବିଭାଗ କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କୁମ୍ୱିଙ୍ଗ୍‍ ଅପରେସନ୍‍ ନାମରେ ଆସି ମାଆଭଉଣୀଙ୍କ ଉପରେ ହେଉଥିବା ଅତ୍ୟାଚାର, ଦୁଷ୍କର୍ମକୁ ବିରୋଧ କରୁଥିବା ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହ ସରକାରୀ ମଦ ଦୋକାନ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି। ଡିସେମ୍ୱର ୨ରୁ ୮ ତାରିଖ ପର୍ଯ୍ଯନ୍ତ ମାଓ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି।

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲୁବେନଗଡ଼଼ରେ ନିହତ କମ୍ରେଡ୍‍ ନମିତାଙ୍କ ସ୍ମୃତି ଉଦେଶ୍ୟରେ ବିଭିନ୍ନ ସ୍ଥାନରେ ମରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୋରନା ମହାମାରୀରେ ବିଫଳ ହୋଇଥିବା ପୋଷ୍ଟର୍‍ରେ ଲେଖା ରହିଛି। ଶେଷରେ ସିପିଆଇ କେକେବିଏନ୍‍ ଡିଭିଜନ ଲେଖାଯାଇଛି। ବାଲିଗୁଡ଼ା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇ ଥିବା ଦେଖିବାକୁ ମିଳିଛି। ତେବେ ଏହି ମାଓ ପୋଷ୍ଟର ମାରିବା ଘଟଣା ପ୍ରକୃତ ମାଓବାଦୀଙ୍କ କାମ ନା ଆଉ କୌଣସି ଖଳବ୍ୟକ୍ତି ପୋଷ୍ଟର ମାରି ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଛ। ସେ ନେଇ ଅଧିକ ତଦନ୍ତ ଚଳାଇଥିବା ବାଲିଗୁଡ଼ା ଥାନାଧିକାରୀ ଶାନ୍ତନୁ ପ୍ରଧାନ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର