୨୮ ବର୍ଷ ପରେ ପୋଲିସ ହାତରେ ଧରାପଡ଼ିଲା ହତ୍ୟା ଅଭିଯୁକ୍ତ, ୧୯୯୮ରୁ ଥିଲା ଫେରାର

Madhusudan Das Picture
Published On

ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସକୁ ବଡ଼ ସଫଳତା । ଦୀର୍ଘ ୨୮ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି। ୧୯୯୮ ମସିହାରେ ପୋଲିସ ହେପାଜତରୁ ଖସି ପଳାଇଥିବା ଏହି ଅଭିଯୁକ୍ତ ଶେଷରେ ଆଇନର ଜାଲରେ ଛନ୍ଦି ହୋଇଛି। ଅଭିଯୁକ୍ତ ଜଣକ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଭୃନ୍ଦୁପାଲି ଗାଁର ନୀଳମଣି ମହାନନ୍ଦ ବୋଲି ସୂଚନା । ୧୯୯୮ ମସିହା ଅକ୍ଟୋବର ୯ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ଯ୍ୟୋଧନ ଦୀପଙ୍କୁ ହତ୍ୟା କରାଯାଇଥିଲା । ନୀଳମଣି ଏବଂ ତାଙ୍କର ଦୁଇ ସହଯୋଗୀ ହତ୍ୟା ପରେ ମୃତଦେହକୁ ଅଖାରେ ଭରି କେଲୋ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ରହିଛି ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ନାମରେ ଭାରତୀୟ ପିଙ୍ଗଳ ବିଧି (ଆଇପିସି)ର ଦଫା ୩୬୪, ୩୦୨, ୨୦୧, ୧୦୯ ଏବଂ ୩୪ ଅଧୀନରେ ମାମଲା ରୁଜୁ ହୋଇଥିଲା। ତେବେ ୧୯୯୮ ମସିହାରେ ପୋଲିସ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଉଥିବା ସମୟରେ ସେ ହାତକଡ଼ି ସହିତ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ସେବେଠାରୁ ପୋଲିସ ତାଙ୍କୁ ଖୋଜୁଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା।

ଆହୁରି ପଢ଼ନ୍ତୁ: ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ: ଏଏସଓ ଓ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଅଟକ

ପୋଲିସ ଠାରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ଜଣକ ନିଜର ପରିଚୟ ବଦଳାଇ ଦେଇଥିଲା। ସେ ନିଜ ନାମ ବଦଳାଇ ରାଜୁ ଗୋଣ୍ଡା ରଖିବା ସହ ଛତିଶଗଡ଼ର ରାୟଗଡ଼ ଠାରେ ବସବାସ କରୁଥିଲା। ଏପରିକି ସେଠାରେ ସେ ନିଜର ନୂଆ ପରିଚୟକୁ ପ୍ରମାଣିତ କରିବା ପାଇଁ ଜାଲ୍ ଆଧାର କାର୍ଡ ଏବଂ ପ୍ୟାନ୍ କାର୍ଡ ମଧ୍ୟ ପ୍ରସ୍ତୁତ କରିସାରିଥିଲା।

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

ଦୀର୍ଘ ଦିନର ତଦନ୍ତ, ଗୁପ୍ତଚର ସୂଚନା ଏବଂ କ୍ରମାଗତ ଅନୁସନ୍ଧାନ ପରେ ଝାରସୁଗୁଡ଼ା ପୋଲିସ ତାଙ୍କ ଠିକଣା ଠାବ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ଅଦାଲତରେ ହାଜର କରାଯାଇଛି। ଯେତେ ବର୍ଷ ବିତିଗଲେ ମଧ୍ୟ ଅପରାଧୀ ଖସିପାରିବେ ନାହିଁ, ଏହି ଗିରଫଦାରୀ ତାହା ପ୍ରମାଣିତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର