ଉପଗ୍ରହ ଚିତ୍ରରୁ ନିରାଶ କଲା ମୌସୁମୀ; ଦେଶର ଅର୍ଦ୍ଧାଧିକ ଅଞ୍ଚଳରୁ ମେଘ ଉଭାନ

Madhusudan Das Picture
Published On

ନୂଆଦିଲ୍ଲୀ: ଜୁନ୍‌ ମାସ ଅଧା ବିତିଯାଇଥିଲେ ମଧ୍ୟ ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ବର୍ଷାର ଦେଖା ମିଳୁନାହିଁ। ଇନ୍‌ସାଟ୍‌ ୩ଡ଼ିଏସ୍‌ ଉପଗ୍ରହ ଚିତ୍ର ଆଧାରରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡ଼ି) ପ୍ରଦାନ କରିଥିବା ସୂଚନା ଦେଶବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଇନ୍‌ସାଟ୍‌ ୩ଡ଼ିଏସ୍‌ର ସଦ୍ୟତମ ଚିତ୍ରରେ ଦେଶର ଅର୍ଦ୍ଧାଧିକ ଅଞ୍ଚଳରୁ ମୌସୁମୀ ମେଘ ପ୍ରାୟ ଉଭାନ ହୋଇ ଯାଇଛି। ଅନ୍ୟପକ୍ଷରେ ଜୁନ୍‌ ୪ ତାରିଖରୁ ୧୫ ତାରିଖ ମଧ୍ୟରେ ସାରା ଦେଶରେ ପ୍ରାକ୍‌ ମୌସୁମୀ ବର୍ଷା ଓ ମୌସୁମୀ ବର୍ଷା ପରିମାଣ ୬୪% କମ୍‌ ରେକର୍ଡ ହୋଇଛି । କେରଳ, ତାମିଲନାଡ଼ୁ ସହ ଉତ୍ତର ପୂର୍ବ ଭାରତର କିଛି ଅଞ୍ଚଳ ବ୍ୟତୀତ ସାରା ଦେଶରେ ମୌସୁମୀ ବର୍ଷା କମିଥିବା ଏହି ସୂତ୍ରରୁ ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ପାଣିପାଗ ବିଶେଷଜ୍ଞମାନଙ୍କ ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶର କିଛି ଅଞ୍ଚଳକୁ ପ୍ରବେଶ କରିଥିଲେ ମଧ୍ୟ ଏହାର ଅଗ୍ରଗତି ହଠାତ୍‌ ମନ୍ଥର ହୋଇଯାଇଛି। ଯେଉଁ ସମୟରେ ଦେଶର ପ୍ରାୟତଃ ସବୁ ଅଞ୍ଚଳ ମୌସୁମୀ ମେଘରେ ଆବୃତ୍ତ ରହିବା କଥା, ସେହି ସମୟରେ ଆକାଶରେ ଘନ ମେଘର ପରିମାଣ ବହୁତ କମ୍ ରହିଛି। ଆଇଏମ୍‌ଡ଼ି ସୂଚନା ଅନୁସାରେ  ଜୁନ୍‌ ୪ରୁ ୧୫ ମଧ୍ୟରେ ଦେଶରେ ସାଧାରଣତଃ  ୫୩.୭ ମିଲିମିଟର ବର୍ଷା ହେବା କଥା, ମାତ୍ର ଏହି ସମୟରେ ମାତ୍ର ୧୯.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଫଳରେ ଧାନ, ସୋୟାବିନ୍‌, କପା, ଡ଼ାଲିଜାତୀୟ ଫସଲର ବୁଣାବୁଣି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । 

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଏହି ସ୍ଥିତି ନିମନ୍ତେ ବାୟୁମଣ୍ଡଳର ଊର୍ଦ୍ଧ୍ବସ୍ତରରେ  ପବନ ପ୍ରବାହର ପରିବର୍ତ୍ତନକୁ ଦାୟୀ କରିଛନ୍ତି ପାଣିପାଗବିଜ୍ଞାନୀ । ଏହାଛଡ଼ା  ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏଲ୍‌-ନିନୋ ପରିସ୍ଥିତି  ମୌସୁମୀ ବର୍ଷାକୁ ଦୁର୍ବଳ କରିବା ଆରମ୍ଭ କରିଥିବା କୁହାଯାଉଛି। ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ପ୍ରାୟ ୧୬ଟି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ ଆଗାମୀ କିଛି ଦିନ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରରେ ଅନୁକୂଳ ପାଣିପାଗ ପରିସ୍ଥିତି ସୃଷ୍ଟି ହେବା ସହ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇପାରେ। ଏହା ହେଲେ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ କୃଷକଙ୍କୁ କିଛିଟା ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ବର୍ତ୍ତମାନ  ଉପଗ୍ରହ ଚିତ୍ରରେ ମୌସୁମୀ ମେଘର ଅନୁପସ୍ଥିତି ଓ ନିଅଣ୍ଟିଆ ବର୍ଷା ସାରା ଦେଶରେ କୃଷି, ଜଳସମ୍ପଦ ଏବଂ ଅର୍ଥନୀତି ପାଇଁ ବିପଦର ପୂର୍ବାଭାସ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର