ଧାନ କିଣା ସମସ୍ୟାର ସମାଧାନ କରିବାରେ ସରକାର ବିଫଳ, ଇସ୍ତଫା ଦିଅନ୍ତୁ ଯୋଗାଣମନ୍ତ୍ରୀ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଧାନ କିଣାରେ ସରକାର ସମ୍ପୂର୍ଣ୍ଣ ବିଫଳ । ସରକାର କାର୍ଯ୍ୟରେ ଶୂନ, ଭାଷଣରେ ହିରୋ । ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସମାଧାନ କରିପାରୁନାହାଁନ୍ତି ସରକାର । ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ପ୍ରତିଶ୍ରୁତି ଅନୁଯାୟୀ ସରକାର ସବୁ ଧାନ କିଣନ୍ତୁ । ଚାଷୀଙ୍କୁ ନୌଟଙ୍କି କହି ପରିହାସ କରିଥିବାରୁ ସରକାର କ୍ଷମା ପ୍ରାର୍ଥନା କରନ୍ତୁ । ଯେ ପର୍ଯ୍ୟନ୍ତ ସରକାର ଏସବୁ ଦାବି ପୂରଣ ନକରିଛନ୍ତି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଜେଡି ବିଧାୟକ ଧୃବ ସାହୁ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ସେପଟେ କଂଗ୍ରେସ କହିଛି, ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଛି । ବାଚସ୍ପତିଙ୍କୁ ଅନୁରୋଧ ସର୍ବଦଳୀୟ ବୈଠକ ଡାକି ଗୃହ ଚଲାନ୍ତୁ । ବିଧାନସଭାରେ କ’ଣ ଆଲୋଚନା ହେଉଛି ଏହାକୁ ରାଜ୍ୟବାସୀ ଓ ଚାଷୀମାନେ ଅପେକ୍ଷା କରି ରହିଛନ୍ତି । କଟନୀ ଛଟନୀ ବନ୍ଦ କରନ୍ତୁ । କଂଗ୍ରେସ ଚାହୁଁଚି ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହ ଚଳାନ୍ତୁ । ଶାସକ ଓ ମୁଖ୍ୟ ବିରୋଧୀ ଦଳ ଆଲୋଚନା ପାଇଁ ଚାହୁଁ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ରାଜ୍ୟର ସ୍ୱାର୍ଥ ସମ୍ବଳିତ ଆଲୋଚନା ପାଇଁ ବିଜେପି ପ୍ରସ୍ତୁତ ବୋଲି କହିଛି । ମୁଖ୍ୟମନ୍ତ୍ରୀ ଗତକାଲି ଗୃହରେ କହି ସାରିଛନ୍ତି । ବିରୋଧୀ ଦଳ ଉଦ୍ଦେଶ୍ଯ ଚାଷୀ ସମସ୍ୟାର ସମାଧାନ ନୁହେଁ । ଆଜି କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଛି ଚାଷୀ ପ୍ରସଙ୍ଗରେ । ତା’ ସତ୍ତ୍ୱେ ବି ପ୍ରଶ୍ନକାଳକୁ ବନ୍ଦ କଲେ ବିରୋଧୀ । ଓଡିଶାବାସୀଙ୍କୁ ଭଲ ପାଇବାର ଡ୍ରାମା ନକରନ୍ତୁ । ବିରୋଧୀ ପଳାୟନପନ୍ଥୀ । ଓଡ଼ିଶାବାସୀ ନୂଆପଡ଼ାରେ ଜବାବ ଦେଇଛନ୍ତି ଆଗକୁ ବି ଜବାବ ଦେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର